www.samajalive.in
Tuesday, December 9, 2025
16.1 C
Bhubaneswar

ଦୂରତା ସୂଚନାଫଳକ ପ୍ରତି ପୂର୍ତ୍ତ ବିଭାଗର ନିଘା ନାହିଁ

ରାମନାଗୁଡା: ରାୟଗଡା ଜିଲା ରାମନାଗୁଡା ମୁଖ୍ୟ ବଜାରରେ ଗତ କିଛି ଦିନ ତଳେ ଅନ୍ୟ ସହରର ଦୂରତା ଜାଣିବା ନିମନ୍ତେ ଏକ ପିଲର ନିର୍ମାଣ କରି ଉପରି ଭାଗରେ ପୂର୍ତ୍ତ ବିଭାଗ ପକ୍ଷରୁ ଦୂରତା ହୋର୍ଡିଂ ଲଗା ଯାଇଥିଲା। କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଲଗାଇବାର କମ ଦିନ ମଧ୍ୟରେ ଉକ୍ତ ହୋର୍ଡିଂଟି ଚିରି ଯାଇ ନଷ୍ଟ ହୋଇଯାଇଛି। ଏହା ଜାତୀୟ ରାଜପଥ ହୋଇଥିବା ସତ୍ତ୍ବେ ମାଳ ମାଳ ନେତା ମନ୍ତ୍ରୀ ଓ ଜିଲାସ୍ତରୀୟ ଅଧିକାରୀ କାହାରି ଏଥିପ୍ରତି ଦୃଷ୍ଟି ନଥିବା ଅଭିଯୋଗ ହେଉଛି। ଏହି ଚିରି ଯାଇଥିବା ଦୂରତା ସୂଚନା ଫଳକର ହୋର୍ଡିଂ ଉପରେ ପ୍ରଶାସନର ନଜର ପଡୁଛି କି ନାହିଁ ତାହା ଏବେ ସନ୍ଦେହ ଘେରରେ। ରାମନାଗୁଡାରେ ପୂର୍ତ୍ତ ବିଭାଗର କାର୍ଯ୍ୟାଳୟ ଅଛି କିନ୍ତୁ ଯନ୍ତ୍ରୀଙ୍କ ଦେଖା ମିଳୁନି। କିଏ ଏଠାକାର ଦାୟିତ୍ୱରେ ଅଛନ୍ତି ତାହା ମଧ୍ୟ କାହା ପାଖରେ ଖବର ନାହିଁ । ଉକ୍ତ ଦୂରତା ସୂଚନା ଫଳକ ହୋର୍ଡିଂ ଚିରି ଯାଇ ନଷ୍ଟ ହୋଇଥିବା ଘଟଣା ସମ୍ପର୍କରେ ଅଭିଯୋଗ କରିବା ପାଇଁ ରାମନାଗୁଡା ସ୍ଥିତ କାର୍ଯ୍ୟାଳୟକୁ ଗଲେ କାହାରି ଦେଖା ମିଳୁନି । ତେଣୁକରି ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଆକର୍ଷଣ କରି ଏହି ସମସ୍ୟାର ସମାଧାନ କରିବା ପାଇଁ ସାଧାରଣରେ ଦାବି ହେଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories