www.samajalive.in
Sunday, December 7, 2025
15.1 C
Bhubaneswar

କୁଜେନ୍ଦ୍ରୀରେ ଧାନମଣ୍ଡି ଉଦଘାଟିତ

ରାମନାଗୁଡା : ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ କୁଜେନ୍ଦ୍ରୀରେ ଧାନମଣ୍ଡି ଉଦଘାଟିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ରାମନାଗୁଡା ତହସିଲଦାର ପ୍ରଭାତି ଝୋଡିଆ,ଅତିରିକ୍ତ ତହସିଲଦାର ଫ୍ରଡିନାଲ ଏକ୍କା,ସରପଞ୍ଚ ସୁକାନ୍ତି ହୁଇକା, ରାମନାଗୁଡା ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ବିଶିକେଶନ ରଥ,ଏଆରଟିଏସ ଥିଓପିଲି ଶବର,  ପ୍ରମୁଖ ଯୋଗ ଦେଇ ମଣ୍ଡି ଶୁଭାରମ୍ଭ କରିଥିଲେ।ଏହି ଅବସରରେ ଧାନର ଉଚିତ ମୂଲ୍ୟ ପାଇବା ପାଇଁ ଏଫଏକ୍ୟୁ ମାନର ଧାନ ମଣ୍ଡିକୁ ଆଣିବା ପାଇଁ ଚାଷୀଙ୍କୁ ପରାମର୍ଶ ଦିଆଯାଇଥିଲା।ସେହିପରି ୨୪ଘଣ୍ଟା ମଧ୍ୟରେ ଚାଷୀଙ୍କୁ ତାଙ୍କ ପ୍ରାପ୍ୟ ସିଧାସଳଖ ବ୍ୟାଙ୍କ ଆକାଉଣ୍ଟ ମାଧ୍ୟମରେ ପ୍ରଦାନ କରାଯିବ ବୋଲି ପ୍ରକାଶ ପାଇଥିଲା।ଚଳିତ ବର୍ଷ ପ୍ରଥମ କରି ଖରିଫରତୁ ନିମନ୍ତେ ଚାକୁଣ୍ଡାରେ ଧାନମଣ୍ଡି ଉଦଘାଟିତ ହୋଇଥିବାବେଳେ ଧାନର ସର୍ବାଧିକ ମୂଲ୍ୟ ୧୯୬୦ଟଙ୍କା ହୋଇଥିବା ବେଳେ ସାଧାରଣ ଧାନର ମୂଲ୍ୟ ୧୯୪୦ଟଙ୍କା ରହିଛି। ବର୍ତ୍ତମାନ ମହାମାରୀ କରୋନାକୁ ନେଇ ସାରାବିଶ୍ବରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ଚାଷୀଙ୍କୁ ସାମାଜିକ ଦୂରତା ଅବଲମ୍ବନ କରି ଧାନକ୍ରୟ କରାଯିବା ସହ ପ୍ରତ୍ୟେକ ଶୁକ୍ରବାର ଦିନ ଚାକୁଣ୍ଡା ମଣ୍ଡି ଖୋଲାଯାଇ ଧାନକ୍ରୟ କରାଯିବ ଓ ସୋମବାର ଉକୁମ୍ବା ପଞ୍ଚାୟତ, ମଙ୍ଗଳବାର ଗୁମୁଡା, ବୁଧବାର କୁଜେନ୍ଦ୍ରୀ ଠାରେ ମଣ୍ଡି ଖୋଲାଯାଇ ଧାନକ୍ରୟ କରାଯିବ ବୋଲି ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ବିଶିକେଶନ ରଥ ସୂଚନା ଦେଇଛନ୍ତି।ଏହି କାର୍ଯ୍ୟକ୍ରମରେ ମିଲ ମାଲିକଙ୍କ ସମେତ ବହୁ ଅଗ୍ରଣୀ ଚାଷୀ ଉପସ୍ଥିତ ଥିଲେ।ସେହିପରି ରାମନାଗୁଡା ଲ୍ୟାମ୍ପସ କର୍ମଚାରୀ ସୁରେଶ ନିମାଲା, ରମେଶ ପାଲାକା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories