www.samajalive.in
Monday, December 8, 2025
27.1 C
Bhubaneswar

ମୁଣ୍ଡ ନୁଆଁଇଲେ କର୍ତ୍ତୃପକ୍ଷ, ରମାଦେବୀର ସ୍ନାତକ ଓ ସ୍ନାତକୋତ୍ତର ପରୀକ୍ଷା ବାତିଲ

ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କ ଆନ୍ଦୋଳନ ଆଗରେ କର୍ତ୍ତୃପକ୍ଷ ମୁଣ୍ଡ ନୁଆଁଇଛନ୍ତି। ବିଶ୍ବବିଦ୍ୟାଳୟ ସହ ଅନୁବନ୍ଧିତ ଥିବା ରାଜ୍ୟର ୪୮ଟି ମହାବିଦ୍ୟାଳୟର ସ୍ନାତକ(ୟୁଜି) ସ୍ନାତକୋତ୍ତର(ପିଜି)ସେମିଷ୍ଟର(ଅଧିବେଶନ) ପରୀକ୍ଷାକୁ କର୍ତ୍ତୃପକ୍ଷ ବାତିଲ କରିଛନ୍ତି। ଏନେଇ ବିଶ୍ବବିଦ୍ୟାଳୟ ପକ୍ଷରୁ ଶନିବାର ବିଜ୍ଞପ୍ତି ପ୍ରକାଶ ପାଇଛି। ମିଳିଥିବା ସୂଚନା ଅନୁଯାୟୀ ପାରମ୍ପରିକ ପଦ୍ଧତିରେ ଶ୍ରେଣୀଗୃହରେ ସ୍ନାତକ ଦ୍ବିତୀୟ ଓ ଚତୁର୍ଥ ଏବଂ ସ୍ନାତକୋତ୍ତର ଦ୍ବିତୀୟ ସେମିଷ୍ଟର ପରୀକ୍ଷା କରିବାକୁ ରମାଦେବୀ କର୍ତ୍ତୃପକ୍ଷ ନିଷ୍ପତ୍ତି ନେଇଥିଲେ। ଏହାକୁ ଛାତ୍ରୀ ବିରୋଧ କରିବା ସହ ଅନ୍‌ଲାଇନ୍‌(ସଞ୍ଚାର ଜରିଆରେ) ପରୀକ୍ଷା କରିବା କିମ୍ବା ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରିବାକୁ ଛାତ୍ରୀ ଦାବି କରିଥିଲେ।

ଏହି ପ୍ରସଙ୍ଗରେ ଛାତ୍ରୀ ପୂର୍ବରୁ ବିଶ୍ବବିଦ୍ୟାଳୟର କୁଳପତିଙ୍କୁ ଭେଟି ଦାବିପତ୍ର ଦେଇଥିବାବେଳେ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଥିଲେ। ଛାତ୍ରୀଙ୍କ ଆନ୍ଦୋଳନ ଜୋରଦାର ହେବାରୁ ଆଜି କର୍ତ୍ତୃପକ୍ଷ ନିଷ୍ପତ୍ତି ବଦଳାଇଛନ୍ତି। ରାଜ୍ୟରେ ପୂର୍ବରୁ ଉତ୍କଳ ଓ ସମ୍ବଲପୁର ବିଶ୍ବବିଦ୍ୟାଳୟ ପରୀକ୍ଷା ବାତିଲ କରି ବିକଳ୍ପ ପ୍ରଣାଳୀ ଆପଣାଇଥିବାବେଳେ ଏବେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ ମଧ୍ୟ ସମାନ ପନ୍ଥା ଆପଣାଇଛନ୍ତି।

- Advertisement -

ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ନିୟମ ମୁତାବକ ୟୁଜି ଓ ପିଜି ପରୀକ୍ଷାକୁ ବାତିଲ କରାଯାଇଛି। ସମସ୍ତ ନିୟମିତ(ରେଗୁଲାର) ବର୍ଗର ଛାତ୍ରୀଙ୍କର ମୂଲ୍ୟାୟନ ପୂର୍ବ ସେମିଷ୍ଟର ମାର୍କ ଆଧାରରେ କରାଯିବ। ବିକଳ୍ପ ମୂଲ୍ୟାୟନ ପ୍ରକ୍ରିୟାରେ ପୂର୍ବ ସେମିଷ୍ଟର ମାର୍କ ସହ ଇଣ୍ଟରନାଲ(ଆଭ୍ୟନ୍ତରଣ) ମାର୍କକୁ ଗଣନା କରାଯିବ। ଏହି ନିୟମ କେବଳ ନିୟମିତ ବର୍ଗ ଛାତ୍ରୀଙ୍କ ପାଇଁ ଲାଗୁ ହେବ। ଅଣନିୟମିତ ବା ବ୍ୟାକ୍‌ ଲାଗିଥିବା ଛାତ୍ରୀ ପୂର୍ବ ପରି ଶ୍ରେଣୀଗୃହରେ ପରୀକ୍ଷା ଦେବେ। କେବେ ଶ୍ରେଣୀଗୃହ ପରୀକ୍ଷା ହେବ ସେନେଇ ଶୀଘ୍ର ବିଜ୍ଞପ୍ତି ପ୍ରକାଶ ପାଇବ। ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଡ.ସରିତା ସୂପକାର କହିଛନ୍ତି ୟୁଜି ଓ ପିଜି ସେମିଷ୍ଟର ପରୀକ୍ଷା ବାତିଲ କରାଯାଇଛି। ବିକଳ୍ପ ମୂଲ୍ୟାୟନ ପ୍ରକ୍ରିୟାରେ ଫଳ ପ୍ରକାଶ କରାଯିବ ବୋଲି ସେ କହିଛନ୍ତି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories