www.samajalive.in
Monday, December 8, 2025
27.1 C
Bhubaneswar

ମୋ’ ସ୍କୁଲ ପରଖିବେ ସ୍ବତନ୍ତ୍ର ସମୀକ୍ଷା ଦଳ

ଭୁବନେଶ୍ବର: ରାଜ୍ୟରେ ମୋ’ ସ୍କୁଲ କାର୍ଯ୍ୟକ୍ରମରେ ବହୁ ପ୍ରକଳ୍ପ କାମ ଚାଲିଛି। ଏହି ପ୍ରକଳ୍ପର ବାସ୍ତବ ସ୍ଥିତି ପରଖିବା ସହ ସ୍ବଚ୍ଛତା ପ୍ରତି ଦୃଷ୍ଟି ଦେବାକୁ ପ୍ରାଧାନ୍ୟ ଦେଇଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ‘ମୋ ସ୍କୁଲ’ ପ୍ରକଳ୍ପର ଅଡିଟ୍‌ କାର୍ଯ୍ୟକୁ ଜୋରଦାର କରିବାକୁ ‘ମୋ ସ୍କୁଲ ଅଭିଯାନ’ର ୨୯ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକରେ ସ୍ଥିର କରାଯାଇଛି। ଏଣିକି ସ୍ୱତନ୍ତ୍ର ଅଡ଼ିଟ୍‌ ଦଳ ବିଦ୍ୟାଳୟ ଯାଇ ବାସ୍ତବ ସ୍ଥିତି ପରଖିବେ।

ଶନିବାର ‘ମୋ ସ୍କୁଲ ଅଭିଯାନ’ର ୨୯ତମ କାର୍ଯ୍ୟନିର୍ବାହୀ ପରିଷଦ ବୈଠକ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ସତ୍ୟବ୍ରତ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବାବେଳେ ଏଥିରେ ବିବିଧ ନିଷ୍ପତ୍ତି ନିଆଯାଇଛି। ୨୪ ଜିଲାର ୧୧୪୬ ବିଦ୍ୟାଳୟରେ ୧୫ କୋଟି ୧୮ ଲକ୍ଷ ଟଙ୍କାର ପ୍ରକଳ୍ପକୁ ଅନୁମୋଦନ ମିଳିଛି। ନିର୍ଦ୍ଧାରିତ ସମୟରେ ପ୍ରକଳ୍ପ କାମ ଶେଷ କରିବାକୁ ବିଦ୍ୟାଳୟଗୁଡ଼ିକୁ ନିର୍ଦେଶ ଦିଆଯାଇଛି।
୧୪ ହଜାର ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ ଅଭିଯାନ’ରେ ଚଳିତ ମାସ ଯୋଡ଼ି ହୋଇଛନ୍ତି। ପୁରାତନ ବିଦ୍ୟାର୍ଥୀ ସେମାନଙ୍କର ବିଦ୍ୟାଳୟ ପାଇଁ ୫ କୋଟି ୬୨ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ଅନୁଦାନକୁ ମିଶାଇ ମୋଟ ୧୫ କୋଟି ୧୮ ଲକ୍ଷ ଟଙ୍କାର ପ୍ରକଳ୍ପକୁ କାର୍ଯ୍ୟନିର୍ବାହୀ ପରିଷଦ ଅନୁମୋଦନ ଦେଇଛି।

- Advertisement -

ରାଜ୍ୟରେ ଏଯାବତ୍‌ ୬ ଲକ୍ଷ ୬ ହଜାର ୯୦୮ ପୁରାତନ ଛାତ୍ରଛାତ୍ରୀ ‘ମୋ ସ୍କୁଲ’ କାର୍ଯ୍ୟକ୍ରମରେ ଯୋଡ଼ି ହୋଇଛନ୍ତି । ସେହିଭଳି ବିଭିନ୍ନ ସିଏସ୍‌ଆର୍‌ ପାଣ୍ଠିରୁ ବିଦ୍ୟାଳୟର ଉନ୍ନତିକରଣ ପାଇଁ ମୋଟ ୩୩୩.୪ କୋଟି ଟଙ୍କାର ଅନୁଦାନ ମିଳିଛି । ‘୫-‘ଟି’ ଉଚ୍ଚ ବିଦ୍ୟାଳୟର ରୂପାନ୍ତରିକରଣ ଯୋଜନାର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରାୟ ୨ ହଜାର ୨୨୨ ଉଚ୍ଚ ବିଦ୍ୟାଳୟ ସାମିଲ ହୋଇଥିବାବେଳେ ଏହି ଅର୍ଥ ସହ ରାଜ୍ୟ ସରକାରଙ୍କ ଦୁଇଗୁଣା ଆର୍ଥିକ ଅନୁଦାନ ଦେବାକୁ ପରିଷଦରେ ପ୍ରସ୍ତାବ ପାରିତ ହୋଇଛି। ସେହିପରି ପୋଷ୍ୟ ବିଦ୍ୟାଳୟ କାର୍ଯ୍ୟକ୍ରମ ମାଧ୍ୟମରେ ବିଦ୍ୟାଳୟର ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ବୈଠକରେ ନିଷ୍ପତ୍ତି ହୋଇଛି।

‘ମୋ ସ୍କୁଲ’,ପ୍ରଥମ ଓ ଭାରତ ଜ୍ଞାନବିଜ୍ଞାନ ସମିତିର ମିଳିତ ସହଯୋଗରେ ଗତ ଅକ୍ଟୋବର ୨ ତାରିଖରୁ ରାଜ୍ୟର ୧୦୨୫ଟି ସ୍ଥାନରେ ‘ଲର୍ଣ୍ଣିଂ କ୍ୟାମ୍ପ୍‌’ର ଆୟୋଜନ କରାଯାଇଛି । ଏହି ଶିବିରରେ ପାଠପଢ଼ା ପ୍ରତି ପିଲାଙ୍କ ଆଗ୍ରହ ସୃଷ୍ଟି କରିବାକୁ ଉତ୍ସାହିତ କରାଯାଇଛି। ସେହିପରି ଶିକ୍ଷକଙ୍କୁ ଚଳିତ ମାସ ପ୍ରଥମ ସପ୍ତାହରୁ ୧୦୭୨ଟି ସ୍କୁଲର ଦୁଇଜଣ ଲେଖାଏଁ ଶିକ୍ଷକଙ୍କୁ ପ୍ରଶିକ୍ଷଣ ପ୍ରଦାନ କାମ ଆରମ୍ଭ ହୋଇଛି। ଆଭାସୀ ବୈଠକରେ ବିଭାଗର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories