ରାଜନଗର: ବସ ଧକ୍କାରେ ଦୁଇ ମୃତ। ରାଜନଗର ବ୍ଲକ ମଦନପୁର ଛକ ଠାରୁ କିଛି ଦୂରରେ ମର୍ମନ୍ତୁଦ ଦୁର୍ଘଟଣା ଘଟି ଚାଲିଗଲା ଶଳା ଭିଣୋଇଙ୍କ ଜୀବନ । ପଟ୍ଟାମୁଣ୍ଡାଇ ବ୍ଲକ ବଳଭଦ୍ରପୁର ଗ୍ରାମର ସରୋଜକାନ୍ତ ଧଳ ଓ ତାଙ୍କର ଶାଳକ ରାଜନଗର ବ୍ଲକ ନଗଡ ଗ୍ରାମର ଲମ୍ବୋଦର ପ୍ରଧାନ ବାଇକ୍ ଯୋଗେ ନିଜ ଛତୁଆ ଫ୍ୟାକ୍ଟ୍ରିରୁ ମଦନପୁର ଛକକୁ ଆସୁଥିଲେ। ଏହି ସମୟରେ କଟକରୁ ରାଜନଗରକୁ ଦ୍ରୁତ ଗତିରେ ଆସୁଥିବା ଶ୍ରୀ ଜଗନ୍ନାଥ ବସ ସେମାନଙ୍କୁ ପଛ ପଟରୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ହୋଇଛି । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।



