www.samajalive.in
Tuesday, December 9, 2025
16.1 C
Bhubaneswar

ରାଜୀବ ମିଶ୍ରଙ୍କୁ ପ୍ରକୃତିବନ୍ଧୁ ପୁରସ୍କାର

ରେଙ୍ଗାଲି: ରେଙ୍ଗାଲି ବ୍ଳକ୍‌ର ପ୍ରମୁଖ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାଧିନ ଏକତା ସଙ୍ଗଠନର ସଭାପତି ରାଜୀବ କୁମାର ମିଶ୍ର ଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକୃତି ବନ୍ଧୁ ପୁରସ୍କାର ପ୍ରଦାନ କରାଯାଇଛି। ବୃକ୍ଷରୋପଣ ଏବଂ ପରିବେଶ ସୁରକ୍ଷା କ୍ଷେତ୍ର ରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଶ୍ରୀ ମିଶ୍ର ଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିବାର ଜଣାପଡିଛି।  ଆଜି ସମ୍ବଲପୁର ସ୍ଥିତ ଦକ୍ଷିଣ ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବନଖଣ୍ଡ ଅଧିକାରୀ ଡ.ସଞ୍ଜିତ କୁମାର ରାଜୀବମିଶ୍ରଙ୍କୁ ମାନପତ୍ର ଏବଂ ୧୦ହଜାର ଟଙ୍କା ର ଚେକ୍ ପ୍ରଦାନ କରିଥିଲେ।

ଏଠାରେ ସୂଚନା ଯୋଗ୍ୟ ଯେ ବିଗତ ଦିନ ରେ ସ୍ୱାଧିନ ଏକତା ସଙ୍ଗଠନର ସଭାପତି ରାଜୀବ ମିଶ୍ରଙ୍କ ନେତୃତ୍ୱରେ ରେଙ୍ଗାଲି ସହର ଏବଂ ଏହାର ଆଖପାଖ ଅଞ୍ଚଳରେ ପ୍ରକୃତି ଏବଂ ପରିବେଶର ସୁରକ୍ଷା ପାଇଁ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ସଫଳତାର ସହିତ ସମ୍ପନ୍ନ କରାଯାଇଥିବାରୁ ଜନସାଧାରଣ ରେ ପ୍ରଶଂସିତ ହୋଇଥିଲେ। ଏହି ପୁରସ୍କାରର ଶ୍ରେୟ ସଙ୍ଗଠନ ସଦସ୍ୟ ଏବଂ ଶୁଭେଚ୍ଛୁମାନଙ୍କୁ ଦେଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories