www.samajalive.in
Tuesday, December 9, 2025
16.1 C
Bhubaneswar

ଶେଷ ହେଲା ପ୍ରଚାର : ଶନିବାର ୧୫ଟି ଜିଲ୍ଲାର ୭୮ଟି ବିଧାନସଭା ଆସନ ମତଦାନ

ପାଟନା : ବିହାର ବିଧାନସଭାର ଅନ୍ତିମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ଗୁରୁବାର ସନ୍ଧ୍ୟାରେ ପ୍ରଚାର କାର୍ଯ୍ୟ ଶେଷ ହୋଇଛି। ଏହି ପର୍ଯ୍ୟାୟରେ ୧୫ଟି ଜିଲ୍ଲାର ୭୮ଟି ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ କରାଯିବ। ଆସନ୍ତା ୭ ତାରିଖରେ ମତଦାନ ଅନୁଷ୍ଠିତ ହେବ। ସେହି ଆସନ ଗୁଡ଼ିକ ମଧ୍ୟରେ କିଶନ୍‍ଗଞ୍ଜ, କଟିହାର, ମାଧେପୁରା ଏବଂ ସୁପୌଲ୍‍ ଭଳି ଗୁରୁତ୍ୱପୂର୍ଣ୍ଣ ଆସନ ରହିଛି। ସେହିଦିନ ମଧ୍ୟ ପଶ୍ଚିମ ଚମ୍ପାରଣ ଜିଲ୍ଲାର ବାଲ୍ମିକୀ ନଗର ସଂସଦୀୟ ଆସନ ପାଇଁ ଉପ ନିର୍ବାଚନ ଅନୁଷ୍ଠିତ ହେବ।

ଏହି ପର୍ଯ୍ୟାୟରେ ବିଜେପି ୩୫ ଓ ତା’ର ସହଯୋଗୀ ସଂଯୁକ୍ତ ଜନତାଦଳ ୩୭ଟି ଆସନରେ ପ୍ରତିଦ୍ବନ୍ଦିତା କରୁଛି। ଅନ୍ୟପକ୍ଷରେ ମହାମଣ୍ଟେରୁ ଆରଜେଡି ୪୬ ଓ କଂଗ୍ରେସ ୨୫ଟି ଆସନରେ ପ୍ରାର୍ଥୀ ଛିଡା କରାଇଛି।

- Advertisement -

ଆଜି ପ୍ରଚାରର ଶେଷ ଦିନରେ ପ୍ରମୁଖ ରାଜନୈତିକ ଦଳ ବିଜେପି, ଆରଜେଡି ଏବଂ କଂଗ୍ରେସର ତୁଙ୍ଗନେତାମାନେ ପ୍ରଚାର କାର୍ଯ୍ୟ ଜୋର୍‍ଦାର୍‍ କରିଛନ୍ତି। ଭୋଟର୍‍ମାନଙ୍କୁ ଆକର୍ଷିତ କରିବାପାଇଁ ବିଭିନ୍ନ ସ୍ଥାନରେ ରୋଡ୍‍ ଶୋ’, ର‍୍ୟାଲି ଏବଂ ସାଧାରଣ ସଭାମାନ ଆୟୋଜିତ ହୋଇଥିଲା। ରାଷ୍ଟ୍ରୀୟ ଲୋକ ସମତା ପାର୍ଟି ଏବଂ ହିନ୍ଦୁସ୍ଥାନୀ ଆୱାମ ମୋର୍ଚ୍ଚା ଭଳି ବାମଦଳଗୁଡ଼ିକ ରୋଡ୍‍ ଶୋ’ କରି ଭୋଟ୍‍ ପ୍ରଚାର କରିଥିଲେ।

ଇତିମଧ୍ୟରେ ନିର୍ବାଚନ ଆୟୋଗ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନର ମତଦାନ ହାର ପ୍ରକାଶ କରିଛନ୍ତି। କମିଶନ୍‍ଙ୍କ ସୂତ୍ରରୁ ମିଳିଥିବା
ସୂଚନା ଅନୁଯାୟୀ ଦ୍ୱିତୀୟ ପର୍ଯ୍ୟାୟରେ ମତଦାନ ହାର ୫୫.୭୦ ପ୍ରତିଶତ ରହିଛି। ଏଥିରେ ମହିଳା ଭୋଟର୍‍ଙ୍କ ହାର ୫୮.୮୦ ଏବଂ
ପୁରୁଷ ଭୋଟର୍‍ଙ୍କ ହାର ୫୨.୯୨ ପ୍ରତିଶତ ରହିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories