www.samajalive.in
Saturday, December 6, 2025
26.1 C
Bhubaneswar

ଜାଣନ୍ତୁ, ବର୍ଷାଦିନେ ଦୁର୍ଗନ୍ଧ ଦୂର କରିବାର ଉପାୟ

ବର୍ଷାଦିନେ ପ୍ରାୟତଃ ଘରଦ୍ୱାରା ଦୁର୍ଗନ୍ଧ ହୋଇଥାଏ। ଘରେ ସୃଷ୍ଟି ହୋଇଥିବା ଦୁର୍ଗନ୍ଧ ସମସ୍ତଙ୍କର ଦିନକୁ ଖରାପ କରି ଦେଇଥାଏ। ଘର ଦୁର୍ଗନ୍ଧ ହେବାର ଅନେକ କାରଣ ରହିଛି। ଆସନ୍ତୁ ଜାଣିବା ବର୍ଷାଦିନେ ଦୁର୍ଗନ୍ଧରୁ କିପରି ରକ୍ଷା ପାଇବା..
ସର୍ବଦା ବର୍ଷାଦିନେ ହାଲୁକା ପବନ ହେବା ଦ୍ୱାରା ଘରେ ଠିକ ଭାବରେ ପବନ ପ୍ରବେଶ କରି ପାରି ନଥାଏ। ଆଲମାରୀରେ କପଡା ରଖିବା ଦ୍ୱାରା ମଧ୍ୟ ଦୁର୍ଗନ୍ଧ ଆସିଥାଏ। ତେଣୁ ଗୋଟିଏ ପାତ୍ରରେ କଫି ରଖି ତାକୁ ଆଲମାରୀରେ ରଖି ଦିଅନ୍ତୁ। ଏହାଦ୍ୱାରା ଆଲମାରୀରେ କପଡାରୁ ଦୁର୍ଗନ୍ଧ ଆସି ନଥାଏ।ଘରର ଯେଉଁ ସ୍ଥାନକୁ ପବନ ଯାଇ ନଥାଏ ସେହି ସ୍ଥାନ ଅନେକ ଦୁର୍ଗନ୍ଧ ହୋଇଥାଏ। ସବୁବେଳେ ଦେଖାଯାଏ ଯେ ବର୍ଷାଦିନେ ପ୍ରାୟତଃ ବାଥରୁମ୍‍ରୁ ଦୁର୍ଗନ୍ଧ ବେଶୀ ଆସିଥାଏ। ବାଥରୁମ ପରିଷ୍କାର ନ ରହିଲେ ଦେହ ଖରାପ ହୋଇଥାଏ। ତେଣୁ ପାଣିରେ ହାଇଡ୍ରୋଜେନ ପେରକସାଇଡ ମିଶାଇ ଏକ ବୋତଲରେ ପୁରାଇ ବାଥରୁମରେ ରଖି ଦିଅନ୍ତୁ। ଏହି ମିଶ୍ରଣକୁ ବାଥରୁମ ଓ ଘରର ଅନ୍ୟ ସ୍ଥାନ ମାନଙ୍କରେ ଛିଞ୍ଚି ଦିଅନ୍ତୁ। ଏହାଦ୍ୱାରା ବାଥରୁମରୁ ଦୁର୍ଗନ୍ଧ ଆସିବା କମ ହେବା ସହ ଜୀବାଣୁ ନଷ୍ଟ ହୋଇଯିବେ।ଘରେ କର୍ପୂର ରଖିବା ଦ୍ୱାରା ମଧ୍ୟ ଦୁର୍ଗନ୍ଧ ଦୂର ହୋଇ ପାରିବ। ଏହାଦ୍ୱାରା ଘରେ ସୁଖଶାନ୍ତିର ବାତାବରଣ ମଧ୍ୟ ରହିଥାଏ। ବଜାରରେ ମିଳୁଥିବା ରୁମ୍‍ ଫ୍ରେସନରକୁ ସର୍ବଦା ବ୍ୟବହାର କରିବା ଉଚିତ ନୁହେଁ। ବେଳେବେଳେ ଘରେ ଝୁଣା ଦେବା ଉଚିତ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories