ମୁମ୍ବାଇରେ ପଞ୍ଚିଲା ମୌସୁମୀ – ଆଗକୁ ବର୍ଷା ପାଇଁ ପାଗ ଅନୁକୂଳ
ନୂଆଦିଲ୍ଲୀ – ଦେଶର ବାଣିଜ୍ୟିକ ରାଜଧାନୀରେ ପହଞ୍ଚିଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏହାର ପ୍ରଭାବରେ ମୁମ୍ବାଇ ସହ ମହାରାଷ୍ଟ୍ରର ଅନେକାଂଶରେ ବର୍ଷା ହଇଛି । ଏବେ ମୌସୁମୀ ଆଗକୁ ବଢିବା ପାଇଁ ପାଗ ଅନୁକୂଳ ଥିବାରୁ କୋଙ୍କଣ, ପାଲଘର, ରତ୍ନଗିରିରେ ମଧ୍ୟ ବର୍ଷା ସମ୍ଭାବନା ରହିଛି ।
Advancement of Southwest Monsoon:
Southwest Monsoon has further advanced into remaining parts of central Arabian Sea, most parts of Konkan (including Mumbai), some parts of Madhya Maharashtra, some more parts of Karnataka today, the 11th June, 2022. pic.twitter.com/bWE6pzq8rH
— India Meteorological Department (@Indiametdept) June 11, 2022
ମୌସୁମୀରେ ଆଗମନ ସହ ମୁମ୍ବାଇରେ ଗତ କିଛିଦିନ ଧରି ଅନୁଷ୍ଠିତ ହେଉଥିବା ଗ୍ରୀଷ୍ମପ୍ରବାହରୁ ସମାନ୍ୟା ମୁକ୍ତି ମିଳିଛି । ମୌସୁମୀର ପ୍ରଭାବରେ ମଧ୍ୟ ମହାରାଷ୍ଟ୍ର ଏବଂ କର୍ଣ୍ଣାଟକର କିଛି ଅଂଶରେ ପାଣିପାଗ ପରିବର୍ତ୍ତନ ସହ ବର୍ଷା ସମ୍ଭାବନା ରହିଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ ପଶ୍ଚିମ ମହାରାଷ୍ଟ୍ର ତଥା କର୍ଣ୍ଣାଟକର କିଛି ଅଞ୍ଚରେ ଘଡଘଡି ସହ ବର୍ଷା ହୋଇପାରେ । କେତକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି ।
ଜୁନ୍ ୧୦ ତାରିଖରେ ପ୍ରାକ ମୌସୁମୀ ବର୍ଷା ଯୋଗୁଁ ମୁମ୍ବାଇରେ ଜଳାର୍ଣ୍ଣବ ଅବସ୍ଥା ହୋଇଥିଲା। ବିଭିନ୍ନ ସ୍ଥାନରେ ପାଣି ଜମିଯିବ ସହ ଯାତାୟତରେ ବାଧା ସୃଷ୍ଟି ହୋଇଥିଲା ।
Comments are closed.