www.samajalive.in
Monday, December 8, 2025
20.1 C
Bhubaneswar

ଭୂସ୍ଖଳନ ପାଇଁ ରେଳ ଚଳାଚଳ ବ୍ୟାହତ

ସମ୍ବଲପୁର: ଭାରତୀୟ ରେଳବାଇ ଅନ୍ତର୍ଗତ ଜାମ୍ମୁ – ତାୱି ସେକ୍ସନ ଅଞ୍ଚଳରେ ଲଗାତାର ବର୍ଷା ଯୋଗୁଁ ଭୂସ୍ଖଳନ ହୋଇଛି । ଏଥି ପାଇଁ ପୂର୍ବତଟ ରେଳପଥ ଅନ୍ତର୍ଗତ ସମ୍ବଲପୁର ଷ୍ଟେସନରୁ ଜାମ୍ମୁ-ତାୱିକୁ ଯାତାୟାତ କରୁଥିବା ସମ୍ବଲପୁର – ଜାମ୍ମୁ ତାୱି – ସମ୍ବଲପୁର ଏକ୍ସପ୍ରେସକୁ ଆଂଶିକ ବାତିଲ କରାଯାଇଛି । ରେଳବାଇ ପକ୍ଷରୁ ଜାରି ସୂଚନା ଅନୁଯାୟୀ, ସମ୍ବଲପୁର – ଜାମ୍ମୁ ତାୱି ଏକ୍ସପ୍ରେସ ରେଳଗାଡି ସଂଖ୍ୟା ୧୮୩୦୯ ଚଳିତ ମାସର ୪, ୬, ୮, ୯, ୧୧, ୧୩, ୧୫, ୧୬, ୧୮, ୨୦, ୨୨ ଓ ୨୩, ୨୫, ୨୭, ୨୯ ଓ ୩୦, ଅକ୍ଟୋବର ମାସର ୨, ୪, ୬ ଓ ୭, ୯, ୧୧, ୧୩ ଏବଂ ୧୪ ତାରିଖରେ ଅମୃତସର ଷ୍ଟେସନ ପର୍ଯ୍ୟନ୍ତ ଯାତ୍ରା କରିବ । ସେହିଭଳି ରେଳଗାଡି ସଂଖ୍ୟା ୧୮୩୧୦ ଜାମ୍ମୁ ତାୱି – ସମ୍ବଲପୁର ଏକ୍ସପ୍ରେସ ଚଳିତ ମାସର ୨, ୪ ଓ ୫, ୭, ୯, ୧୧ ଓ ୧୨, ୧୪, ୧୬, ୧୮ ଓ ୧୯, ୨୧, ୨୩, ୨୫ ଓ ୨୬, ୨୮, ୩୦, ଅକ୍ଟୋବର ମାସର ୨ ଓ ୩, ୫, ୭, ୯ ଓ ୧୦, ୧୨ ଏବଂ ୧୪ ତାରିଖରେ ଅମୃତସର ଷ୍ଟେସନରୁ ଯାତ୍ରା ଆରମ୍ଭ କରିବ । ଅମୃତସରରୁ ଜାମ୍ମୁ ତାୱି ଷ୍ଟେସନ ମଧ୍ୟରେ ଯାତାୟାତ ଉପରୋକ୍ତ ଦିନ ଗୁଡିକରେ ବାତିଲ ରହିବ ବୋଲି ରେଳବାଇ ପକ୍ଷରୁ ସୁଚନା ଦିଆଯାଇଛି ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories