www.samajalive.in
Monday, December 8, 2025
14.1 C
Bhubaneswar

ଟ୍ରମ୍ପଙ୍କ ଟିପ୍ପଣୀ; ଚୀନ ପକ୍ଷକୁ ଚାଲିଗଲେ ଭାରତ, ରୁଷ୍‌

ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ (ଟାରିଫ୍) ଅସ୍ତ୍ର ଏବେ ନିଜ ପାଇଁ ବୁମେରାଂ ହେବାରେ ଲାଗିଛି। ଭାରତ, ଚୀନ ସମେତ ବିଭିନ୍ନ ରାଷ୍ଟ୍ର ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରି ସେମାନଙ୍କୁ ଦମନ କରିବାକୁ ଟ୍ରମ୍ପ ଚେଷ୍ଟା କରିଥିବାବେଳେ ଏହା ତାଙ୍କୁ ବିପରୀତ ଫଳ ଦେବାରେ ଲାଗିଛି। ଭାରତ ଉପରେ ଅତିରିକ୍ତ ଶୁଳ୍କ ଲାଗୁ କରିବା ଭଳି ନିଷ୍ପତ୍ତି ପାଇଁ ଟ୍ରମ୍ପଙ୍କୁ ତାଙ୍କ ସହଯୋଗୀମାନେ ସମାଲୋଚନା କରୁଛନ୍ତି। ଏପରି ସମାଲୋଚନା ମଧ୍ୟରେ ଟ୍ରମ୍ପ ନିଜେ ମଧ୍ୟ ସ୍ବୀକାର କରିଛନ୍ତି ଯେ ଅତିରିକ୍ତ ଶୁଳ୍କ ଲାଗୁ କରାଯିବା କାରଣରୁ ଭାରତ ଭଳି ମିତ୍ର ରାଷ୍ଟ୍ରକୁ ଆମେରିକା ହରାଇଛି। କେବଳ ଭାରତ ନୁହେଁ ରୁଷ୍ ମଧ୍ୟ ଆମେରିକା ନିକଟରୁ ଦୂରେଇ ଯାଇଛି। ଏହି ଦୁଇ ଦେଶ ଏବେ ଚୀନ ସହିତ ହାତ ମିଳାଇଛନ୍ତି। ଶୁକ୍ରବାର ରାଷ୍ଟ୍ରପତି ଟ୍ରମ୍ପ ଏପରି ସ୍ବୀକାର ପୂର୍ବକ ଟ୍ରୁଥ ସୋସିଆଲ ପୋଷ୍ଟରେ ଲେଖିଛନ୍ତି ‘ଜଣାପଡୁଛି ଭାରତ ଓ ରୁଷ୍‌କୁ ଆମେ ଗଭୀରତମ ଓ ଅନ୍ଧକାରତମ ଚୀନ ନିକଟରେ ହରାଇଛୁ। ସେମାନଙ୍କର ଦୀର୍ଘ ଓ ସଫଳ ଭବିଷ୍ୟତ କାମନା କରୁଛି!’ ଟ୍ରମ୍ପ ଟ୍ରଥ୍ ସୋସିଆଲରେ ପୋଷ୍ଟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଚୀନ ରାଷ୍ଟ୍ରପତି ସି ଜନିପିଙ୍ଗ ଓ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଫଟୋକୁ ସେୟାର କରି ଏହାର କ୍ୟାପସନରେ ଏପରି ଲେଖିଛନ୍ତି। ଚୀନର ତିଆନଜିନ୍‌ରେ ଅନୁଷ୍ଠିତ ସାଙ୍ଘାଇ ସମନ୍ବୟ ସଂଗଠନ (ଏସ୍‌ସିଓ) ବୈଠକ ଅବସରରେ ମୋଦୀ, ଜିନପିଙ୍ଗ ଓ ପୁଟିନ ଏକାଠି ହୋଇଥିଲେ। ତିଆନଜିନ୍‌ରେ ଏହି ତିନି ନେତାଙ୍କ ସାକ୍ଷାତର ଫଟୋକୁ ଟ୍ରମ୍ପ ତାଙ୍କ ପୋଷ୍ଟରେ ସେୟାର କରିଛନ୍ତି।
ଏହି ତିନି ନେତାଙ୍କ ସାକ୍ଷାତ ବିଶ୍ବ ସମୁଦାୟକୁ ବାର୍ତ୍ତା ଦେଇଛି ଯେ ବିଶ୍ବରେ ଏକ ନୂଆ ନେତୃତ୍ବର ଆଗମନ ହେବାକୁ ଯାଉଛି। ଟ୍ରମ୍ପଙ୍କ ଉପରୋକ୍ତ ରହସ୍ୟମୟ ପୋଷ୍ଟ ସମ୍ପର୍କରେ ଭାରତର ବୈଦେଶିକ ମନ୍ତ୍ରଣାଳୟ କିଛି କହିବାକୁ ମନା କରିଛି। ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ବାଲଙ୍କୁ ଟ୍ରମ୍ପଙ୍କ ଏହି ପୋଷ୍ଟ ସମ୍ପର୍କରେ ପ୍ରଶ୍ନ କରାଯାଇଥିବାବେଳେ ସେ କିଛି କହିବାକୁ ମନା କରିଥିଲେ। ଭାରତରୁ ଆମଦାନୀ ସାମଗ୍ରୀ ଉପରେ ଆମେରିକା ୫୦% ଟିକସ ଲାଗୁ କରିଥିବାବେଳେ ଚୀନ ଉପରେ ୧୪୫% ଟିକସ ଲାଗୁ କରିଛନ୍ତି। ରୁଷ୍‌ ଠାରୁ ଭାରତ ତୈଳ ଆମଦାନୀ କରିବାକୁ ବିରୋଧ କରି ଟ୍ରମ୍ପ ନୂଆଦିଲ୍ଲୀ ଉପରେ ଏପରି ଶୁଳ୍କ ଲାଗୁ କରିଛନ୍ତି। ଏସ୍‌ସିଓ ସମ୍ମଳନୀ ପାଇଁ ମୋଦୀଙ୍କ ଚୀନ ଗସ୍ତ ସମୟରେ ଜିନ୍‌ପିଙ୍ଗ ତାଙ୍କୁ ଉଚ୍ଛ୍ବସିତ ସ୍ବାଗତ କରିଥିଲେ। ଯାହା ପୂର୍ବରୁ କେବେ ଦେଖାଯାଇ ନଥିଲା। ସମ୍ମିଳନୀ ଅବସରରେ ଦୁଇ ନେତା ଦ୍ବିପାକ୍ଷିକ କଥାବାର୍ତ୍ତା କରିଥିଲେ। କଥାବାର୍ତ୍ତା କାଳରେ ଉଭୟ ସୀମା ବିବାଦକୁ ସମାଧାନ କରିବା ପୂର୍ବକ ସମ୍ପର୍କକୁ ନିବିଡ କରିବା ଲାଗି ନିଷ୍ପତ୍ତି ନେଇଥିଲେ। ଦୀର୍ଘ ୭ବର୍ଷ ପରେ ମୋଦୀଙ୍କ ଏହା ପ୍ରଥମ ଚୀନ ଗସ୍ତ ଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories