www.samajalive.in
Monday, December 8, 2025
17.1 C
Bhubaneswar

ମୋଦୀ ସାଙ୍ଗିଆ ମାମଲା; ରାହୁଲଙ୍କୁ ମିଳିଲା ‘ସୁପ୍ରିମ’ ଆଶ୍ୱସ୍ତି

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଶୁକ୍ରବାର ବଡ ଆଶ୍ୱସ୍ତି ମିଳିଛି। ମୋଦୀ ସାଙ୍ଗିଆ ମାମଲାରେ ରାହୁଲଙ୍କ ଦଣ୍ଡ ଉପରେ ରୋକ୍‌‌ ଲଗାଇଛନ୍ତି ସୁପ୍ରିମକୋର୍ଟ। ମାନହାନୀ ମାମଲାରେ ସର୍ବୋଚ୍ଚ ନ୍ୟାୟାଳୟରୁ ରାହୁଲ ଗାନ୍ଧୀଙ୍କୁ ଆଶ୍ୱସ୍ତି ମିଳିଛି। ଚୂଡାନ୍ତ ଶୁଣାଣି ନ ହେବା ଯାଏଁ ସୁପ୍ରିମକୋର୍ଟ ରାହୁଲଙ୍କ ଦଣ୍ଡ ଉପରେ ରୋକ ଲଗାଇଛନ୍ତି। ସୁରତ ସେସନ କୋର୍ଟ ରାହୁଲଙ୍କୁ ୨ ବର୍ଷ ଦଣ୍ଡ ଶୁଣାଇଥିଲେ। ଏହାସହ ୨ ବର୍ଷ ଜେଲ୍‌‌ ଦଣ୍ଡାଦେଶକୁ କାଏମ ରଖିଥିଲେ ହାଇକୋର୍ଟ।
ସୂଚନା ଯୋଗ୍ୟ,୨୦୧୯ ଏପ୍ରିଲ ୧୩ ତାରିଖରେ କର୍ଣ୍ଣାଟକ କୋଲାରରେ ନିର୍ବାଚନୀ ପ୍ରଚାର ବେଳେ ରାହୁଲଙ୍କ ମନ୍ତବ୍ୟକୁ ନେଇ ବିରୋଧ ହୋଇଥିଲା। ଏହି ମନ୍ତବ୍ୟକୁ ନେଇ ଗୁଜରାଟର ତତ୍କାଳୀନ ମନ୍ତ୍ରୀ ପୁର୍ଣ୍ଣେଶ ମୋଦି କଡା ଆପତ୍ତି ଉଠାଇଥିଲେ। ଏହାସହ ଏତଲା ଦେଇଥିଲେ। ଏହାପରେ ରାହୁଲଙ୍କ ବିରୋଧରେ ଅପରାଧିକ ମାନହାନୀ ମାମଲା ରୁଜୁ ହୋଇଥିଲା। ମାର୍ଚ୍ଚ ୨୩ରେ ମାମଲାର ଚୂଡାନ୍ତ ରାୟ ସୁରତ ଜୁଡିସିଆଲ୍‌‌ ମାଜିଷ୍ଟ୍ରେଟ୍‌‌ ପ୍ରକାଶ କରିଥିଲେ । ୨ ବର୍ଷ ଜେଲ୍‌‌ ଦଣ୍ଡାଦେଶ ଶୁଣାଇଥିଲେ।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories