www.samajalive.in
Monday, December 8, 2025
27.1 C
Bhubaneswar

ରତ୍ନାକର ଜେନା କେନ୍ଦୁଝର ସଦର ବିଧାନସଭାର କଂଗ୍ରେସ ସଂଯୋଜକ

କେନ୍ଦୁଝରଗଡ଼: କେନ୍ଦୁଝର ଜିଲାର ବରିଷ୍ଠ ଦଳିତ କଂଗ୍ରେସ ନେତା ରତ୍ନାକର ଜେନା କେନ୍ଦୁଝର ସଦର ବିଧାନସଭା ନିର୍ବାଚନ ମଣ୍ଡଳୀର କଂଗ୍ରେସ ସଂଯୋଜକ ଭାବେ ନିଯୁକ୍ତ ହୋଇଛନ୍ତି। ଅଖିଳ ଭାରତୀୟ କଂଗ୍ରେସ କମିଟି ନିଷ୍ପତ୍ତି ଅନୁଯାୟୀ ରାଜ୍ୟର ସମସ୍ତ ୫୭ଟି ଅନୁସୂଚିତ ଜାତି ଓ ଜନଜାତି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସଂଗଠନକୁ ସୁଦୃଢ କରି ନୂତନ ଓ ଦକ୍ଷ ନେତୃତ୍ୱ ସୃଷ୍ଟି କରିବା ଏବଂ ପଛୁଆବର୍ଗ, ସଂଖ୍ୟାଲଘୁ ଲୋକମାନଙ୍କୁ କଂଗ୍ରେସ ସହିତ ଅଧିକରୁ ଅଧିକ ଯୋଡ଼ିବା ପାଇଁ ୫୭ ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସଂଯୋଜକ ନିଯୁକ୍ତି ପାଇଁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପ୍ରସ୍ତାବକ୍ରମେ ଏଆଇସିସି ଅନୁମୋଦନ କରିଛନ୍ତି। ଏଆଇସିସି ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ସଂଖ୍ୟାଲଘୁ ବର୍ଗ ବିଭାଗ ରାଷ୍ଟ୍ରୀୟ ସଂଯୋଜକ କେ. ରାଜୁ ଅନୁସୂଚିତ ଜାତି ପାଇଁ ୨୪ ଗୋଟି ଓ ଅନୁସୂଚିତ ଜନଜାତି ପାଇଁ ୩୩ଗୋଟି ବିଧାନସଭା ନିର୍ବାଚନ ମଣ୍ଡଳୀ ପାଇଁ ସଂଯୋଜକ ନିଯୁକ୍ତି କରିଛନ୍ତି। କେନ୍ଦୁଝର ଜିଲାର ବରିଷ୍ଠ ଦଳିତ କଂଗ୍ରେସ ନେତା ରତ୍ନାକର ଜେନାଙ୍କୁ କେନ୍ଦୁଝର ସଦର ବିଧାନସଭା ନିର୍ବାଚନ ମଣ୍ଡଳୀ(ଏସଟି) ପାଇଁ ସଂଯୋଜକ ଭାବେ ନିଯୁକ୍ତି କରିଛନ୍ତି। ଶ୍ରୀ ଜେନା କଂଗ୍ରେସ ଦଳର ଜଣେ ବରିଷ୍ଠ କଂଗ୍ରେସ ନେତା ଓ ପୂର୍ବରୁ ଜିଲା ଦଳିତ କଂଗ୍ରେସ ସଭାପତି ଥିଲେ। ଶ୍ରୀ ଜେନା ତାଙ୍କ ନିଯୁକ୍ତି ପାଇଁ ପୂର୍ବତନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ପିସିସି ସଭାପତି ଶରତ ପଟ୍ଟନାୟକ, ପୂର୍ବତନ ପିସିସି ସଭାପତି ଜୟଦେବ ଜେନା, ଜ଼ିଲ୍ଲା କଂଗ୍ରେସ ସଭାପତି ମୋହନ ପରିଡା, ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର, ପିସିସି ସମ୍ପାଦକ ସଂଗ୍ରାମ ଦାସ, ପିସିସି ଅନୁସୂଚିତ ଜାତି ବିଭାଗର ଅଧ୍ୟକ୍ଷ ବାଙ୍କାନିଧି ବେହେରା ଏବଂ ପିସିସି ସଭ୍ୟ ଲଳିତ ମୋହନ ନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories