ଘରୋଇ ବିଶ୍ବବିଦ୍ୟାଳୟର ଆଇନ ଛାତ୍ରୀଙ୍କୁ ରାଗିଂ, ଥାନାରେ ଅଭିଯୋଗ
ଭୁବନେଶ୍ବର: ଘରୋଇ ବିଶ୍ବବିଦ୍ୟାଳୟ ଆଇନ ଛାତ୍ରୀଙ୍କୁ ରାଗିଂ କରାଯାଇଥିବା ଅଭିଯୋଗ ହୋଇଛି। ରାଜଧାନୀର ପ୍ରତିଷ୍ଠିତ ଏକ ଘରୋଇ ବିଶ୍ବବିଦ୍ୟାଳୟର ପ୍ରଥମ ବର୍ଷ ଛାତ୍ରୀଙ୍କୁ ହଷ୍ଟେଲରେ ୩ଜଣ ସିନିୟର ଛାତ୍ରୀ ପ୍ରବଳ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ୩ଜଣ ସିନିୟର ଛାତ୍ରୀଙ୍କ ମାଡ଼ରେ ପ୍ରଥମ ବର୍ଷ ଆଇନ ଛାତ୍ରୀଙ୍କ ହାତ ଓ ଦାନ୍ତ ଭାଙ୍ଗିଯାଇଛି।
ଏ ସମ୍ପର୍କରେ ପୀଡ଼ିତା ଛାତ୍ରୀ ବିଶ୍ବବିଦ୍ୟାଳୟ ଶୃଙ୍ଖଳା କମିଟି ଆଗରେ ଅଭିଯୋଗ କରିଛନ୍ତି। ତଦନ୍ତ ପରେ ବିଶ୍ବବିଦ୍ୟାଳୟର ଶୃଙ୍ଖଳା କମିଟି ଆଗରେ ହାଜର ହେବା ପାଇଁ କୁହାଯାଇଥିଲା। କିନ୍ତୁ ଶୃଙ୍ଖଳା କମିଟି ଆଗରେ ୩ଜଣ ସିନିୟର ଛାତ୍ରୀ ଶୃଙ୍ଖଳା କମିଟିରେ ହାଜର ହୋଇନଥିଲେ। ଫଳରେ ମାଡ଼ ଖାଇଥିବା ଆଇନ ଛାତ୍ରୀ ଥାନାରେ ଏତଲା ଦାୟର କରିଥିବା ସୂଚନା ମିଳିଛି।
Comments are closed.