www.samajalive.in
Monday, December 8, 2025
27.1 C
Bhubaneswar

ରାଫେଲ୍‍ ଯୁଦ୍ଧ ବିମାନ ଦ୍ୱାରା ଭାରତୀୟ ବିମାନ ବାହିନୀର କ୍ଷମତା ବୃଦ୍ଧି ପାଇବ : ବି.ଏସ୍‍. ଧନୋଆ

ନୂଆଦିଲ୍ଲୀ: ପ୍ରାନ୍‍ଓ ଠାରୁ ରାଫେଲ୍‍ ଯୁଦ୍ଧବିମାନ ଓ ଋଷ ଠାରୁ ବିମାନ ପ୍ରତିରକ୍ଷା କ୍ଷେପଣାସ୍ତ୍ର ବ୍ୟବସ୍ଥା ସଂଗ୍ରହ ଦ୍ୱାରା ଭାରତୀୟ ବିମାନ ବାହିନୀର ଯୁଦ୍ଧ କ୍ଷମତା ବୃଦ୍ଧି ପାଇବ ବୋଲି ବିମାନ ବାହିନୀ ମୁଖ୍ୟ ଏୟାର ମାର୍ଶାଲ୍‍ ବି.ଏସ୍‍. ଧନୋଆ କହିଛନ୍ତି। ନୂଆଦିଲ୍ଲୀରେ ଏକ ଆଲୋଚନାଚକ୍ରରେ ଅଂଶଗ୍ରହଣ କରି ଶ୍ରୀ ଧନୋଆ କହିଛନ୍ତି, ଭାରତ ଏହାର ପ୍ରତିଦ୍ୱନ୍ଦ୍ୱୀମାନଙ୍କର କ୍ଷମତା ସହିତ ସମକକ୍ଷ ହୋଇଛି। ଭାରତପାଇଁ ଯେଭଳି ବିପଦ ରହିଛି ବିଶ୍ୱର କୌଣସି ଦେଶ ପ୍ରତି ଏଭଳି ବିପଦ ନାହିଁ ବୋଲି ସେ କହିଛନ୍ତି। ବିମାନ ବାହିନୀ ମୁଖ୍ୟ କହିଛନ୍ତି, ଭାରତର ପ୍ରତିଦ୍ୱନ୍ଦ୍ୱୀମାନଙ୍କର ମନୋଭାବ ଏବେ ରାତାରାତି ପରିବର୍ତ୍ତନ ହୋଇଯିବ ନାହିଁ ତେଣୁ ବିମାନ ବାହିନୀକୁ ସେମାନଙ୍କ କ୍ଷମତାର ସମକକ୍ଷ ହେବାକୁ ପଡ଼ିବ। ଭାରତର ପଡ଼ୋଶୀ ଦେଶମାନେ ହାତବାନ୍ଧି ବସି ନାହାନ୍ତି ଓ ଚୀନ୍‍ ଭଳି ଦେଶମାନେ ସେମାନଙ୍କ ବିମାନ ବାହିନୀର ଆଧୁନିକୀକରଣ କରିବାରେ ଲାଗିଛନ୍ତି। ସେ କହିଛନ୍ତି, ରାଫେଲ୍‍ ଓ ଏସ୍‍-୪୦୦ ଯୋଗାଇ ସରକାର ଭାରତୀୟ ବିମାନ ବାହିନୀକୁ ଶକ୍ତିଶାଳୀ କରୁଛନ୍ତି। କେବଳ ଦୁଇଟି ରାଫେଲ୍‍ ଜେଟ୍‍ ସ୍କ୍ୱାଡ୍ରନ୍‍ ସଂଗ୍ରହ ଯଥାର୍ଥ ବୋଲି ସେ ଦର୍ଶାଇଛନ୍ତି।

Hot this week

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

Related Articles

Popular Categories