ସମାଜ ଡିଜିଟାଲ ଡେସ୍କ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଜନ୍ମଦିନରେ ଫୋନ କରି ଘଣ୍ଟାଏ କଥା ହୋଇଛନ୍ତି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ। ପୁଟିନ ଟ୍ରମ୍ପଙ୍କୁ ଜନ୍ମ ଦିବସର ଶୁଭେଚ୍ଛା ଜଣାଇବା ସହିତ ଇସ୍ରାଏଲ-ଇରାନ ଯୁଦ୍ଧ ସମ୍ପର୍କରେ ଆଲୋଚନା କରିଥିଲେ। ଉଭୟ ନେତା ଏହି ଯୁଦ୍ଧର ତୁରନ୍ତ ଅବସାନ ଉପରେ ସହମତି ପ୍ରକାଶ କରିଥିବା ଘୋଷଣା କରିଛନ୍ତି।
ଟ୍ରମ୍ପ ନିଜ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଟ୍ରୁଥ ସୋସିଆଲରେ ଏକ ପୋଷ୍ଟ କରି ଲେଖିଛନ୍ତି, ରାଷ୍ଟ୍ରପତି ପୁଟିନ ଆଜି(ଶନିବାର) ସକାଳେ ମୋତେ ଫୋନ କରି ଅତି ସୁନ୍ଦର ଭାବେ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି। ଏହି ସମୟରେ ସେମାନଙ୍କ ମଧ୍ୟରେ ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଇସ୍ରାଏଲ-ଇରାନ ଯୁଦ୍ଧ ଶେଷ ହେବା ଉଚିତ। ଏହା ସହିତ ରୁଷ-ୟୁକ୍ରେନ ଯୁଦ୍ଧ ବି ଶେଷ ହେବା ଆବଶ୍ୟକ ବୋଲି ସେ ପୁଟିନକୁ କହିଛନ୍ତି। ସୂଚନାଯୋଗ୍ୟ, ଶନିବାର ଟ୍ରମ୍ପଙ୍କ ଜନ୍ମଦିନ ଥିଲା।


