www.samajalive.in
Monday, December 8, 2025
17.1 C
Bhubaneswar

ଅଧିକ ବର୍ଷ ଯାଏଁ ଗୋଟିଏ ପର୍ସ ରଖୁଥିଲେ..

ଜୀବନରେ ଧନର ଖୁବ ମହତ୍ତ୍ୱ ରହିଛି। ଏହି କାରଣରୁ ସଭିଏଁ ଦିନରାତି ପରିଶ୍ରମ କରି ଟଙ୍କା ରୋଜଗାର କରିବା ସହ ସଞ୍ଚୟ କରିବାକୁ ଚେଷ୍ଟା କରିଥାଆନ୍ତି। ମାତ୍ର କେତେକ ସମୟରେ ଚେଷ୍ଟା କଲେ ମଧ୍ୟ ଟଙ୍କା ସଞ୍ଚୟ ହୋଇପାରିନଥାଏ। ଅଭାବ ଦେଖାଦିଏ। ଫଳରେ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିଥାଏ। ପର୍ସରେ ପଇସା ରହିନଥାଏ କିମ୍ବା ଅଧିକ ଅଯଥାରେ ଅଧିକ ଖର୍ଚ୍ଚ ହୋଇଥାଏ। ଏପରି ସମସ୍ୟା ଥିଲେ ସଭିଏଁ ଖୁବ ଚିନ୍ତିତ ରହିଥାଆନ୍ତି। ଜ୍ୟୋତିଷ ଶାସ୍ତ୍ରରେ ପର୍ସ ସହ ଜଡିତ କିଛି ଉପାୟ ରହିଛି, ସେହି ଉପାୟ ପ୍ରତି ଧ୍ୟାନ ଦେଲେ ଟଙ୍କା ସଠିକ ଭାବେ ସଞ୍ଚୟ ହେବା ସହ ଆର୍ଥିକ ସମସ୍ୟା ଦୂର ହୋଇଥାଏ।
ଅନେକ ସମୟରେ ଦେଖାଯାଇଥାଏ, ଲୋକେ ଅଧିକ ବର୍ଷ ଯାଏଁ ଗୋଟିଏ ପର୍ସ ରଖିଥାଆନ୍ତି। ପର୍ସ ଫାଟିବା ପରେ ମଧ୍ୟ ସେହି ପର୍ସକୁ ବ୍ୟବହାର କରିଥାଆନ୍ତି। ମାତ୍ର ଫାଟି ଯାଇଥିବା ପର୍ସ ରଖିବା ଅଶୁଭ ହୋଇଥାଏ। ଏହା ଦ୍ୱାରା ମା’ଲକ୍ଷ୍ମୀ ଅସନ୍ତୁଷ୍ଟ ହୋଇଥାଆନ୍ତି। ଫଳରେ ଆର୍ଥିକ ସମସ୍ୟା ଲାଗି ରହିଥାଏ। ତେଣୁ ସର୍ବଦା ସଫା ଓ ସଠିକ ପର୍ସ ବ୍ୟବହାର କରନ୍ତୁ। ଫାଟିବା ମାତ୍ରେ ତୁରନ୍ତ ପର୍ସ ବଦଳାଇ ଦିଅନ୍ତୁ।
ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପର୍ସରେ ଅଦରକାରୀ କାଗଜପତ୍ର ଆଦୌ ରଖନ୍ତୁ ନାହିଁ। ଅନେକ ଲୋକେ ପର୍ସରେ ବହୁ ପୁରୁଣା କାଗଜ ରଖିଥାଆନ୍ତି। ଏପରି କରିବା ଦ୍ୱାରା ପର୍ସରେ ଆଦୌ ଟଙ୍କା ରହିନଥାଏ। ଅଯଥାରେ ଖର୍ଚ୍ଚ ମଧ୍ୟ ହୋଇଥାଏ। ପର୍ସକୁ ସର୍ବଦା ପରିସ୍କାର ରଖନ୍ତୁ।
କିଛି ଲୋକେ ପର୍ସରେ ଦେବୀଦେବତାଙ୍କ ଫଟୋ ରଖିଥିବାର ଦେଖାଯାଏ। କିଛି ଦିନ ମଧ୍ୟ ସେହି ଫଟୋ ନଷ୍ଟ ହେବା ପରେ ଘରେ ଦାରିଦ୍ର୍ୟତା ଆସିଥାଏ ଓ ଧନର ଅଭାବ ଲାଗି ରହିଥାଏ। ତେଣୁ ଏପରି କରନ୍ତୁ ନାହିଁ।

ପର୍ସରେ ଚାଉଳ ରଖିବା ଦ୍ୱାରା ଅଯଥାରେ ଖର୍ଚ୍ଚ ହୋଇନଥାଏ।
ଧନର ବୃଦ୍ଧି ଓ ପର୍ସରେ ସର୍ବଦା ଟଙ୍କା ରହିବା ପାଇଁ ଘରେ ମା’ଲକ୍ଷ୍ମୀଙ୍କ ଫଟୋ ସହ କୁବେରଙ୍କ ଫଟୋ ନିଶ୍ଚୟ ରଖନ୍ତୁ। ଏହାଦ୍ୱାରା ଆର୍ଥିକ ସମସ୍ୟା ଦୂର ହୋଇଥାଏ।
ସୁନା କିମ୍ବା ଚାନ୍ଦିର ଏକ ଟଙ୍କା ପର୍ସରେ ରଖିବା ଦ୍ୱାରା ଲାଭଦାୟକ ହୋଇଥାଏ। ମା’ଲକ୍ଷ୍ମୀଙ୍କ ନିକଟରେ ଏହାକୁ ପୂଜା କରି ପର୍ସରେ ରଖନ୍ତୁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories