www.samajalive.in
Tuesday, December 9, 2025
16.1 C
Bhubaneswar

ଆସନ୍ତାକାଲି ସ୍ନାନଯାତ୍ରା ପାଇଁ ପ୍ରସ୍ତୁତି ; ଆଜି ୫ଘଣ୍ଟା ଦର୍ଶନ ବନ୍ଦ

ପୁରୀ : ସ୍ନାନଯାତ୍ରା ପ୍ରସ୍ତୁତି ପାଇଁ ରବିବାର ଶ୍ରୀଜୀଉଙ୍କ ଦର୍ଶନ ପ୍ରାୟ ୫ଘଣ୍ଟା ବନ୍ଦ ରହିବ। ଏହି ସମୟରେ ଦଇତାପତି ସେବକ ଶ୍ରୀଜୀଉଙ୍କୁ ସେନାପଟା ଲାଗି କରିବେ। ସକାଳ ୫ଟା ୩୦ରୁ ଦିନ ପ୍ରାୟ ୧୧ଟା ପର୍ଯ୍ୟନ୍ତ ଏହି ନୀତି ସମ୍ପନ୍ନ ହେବ। ଏହାପରେ ମହାପ୍ରଭୁଙ୍କୁ ମଙ୍ଗଳଆଳତି କରାଯିବ। ସୋମବାର ଦେବସ୍ନାନ ପୂର୍ଣ୍ଣିମା ତିଥିରେ ଦାରୁବ୍ରହ୍ମ ରତ୍ନସିଂହାସନରୁ ସ୍ନାନମଣ୍ଡପକୁ ବିଜେ କରିବେ । ସ୍ନାନବେଦୀରେ ପ୍ରଭୁଙ୍କୁ ୧୦୮ଗଡୁ ଜଳରେ ସ୍ନାନ କରାଯିବା ସହ ହାତୀବେଶ ଅନୁଷ୍ଠିତ ହେବ। ଚତୁର୍ଦ୍ଧାମୂର୍ତ୍ତିଙ୍କ ଏହିସବୁ ନୀତିକାନ୍ତି ପାଇଁ ଦଇତାପତିମାନେ ଶନିବାର ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି । ବଡ଼ସିଂହାର ଭୋଗ ଓ ପହୁଡ ଆରତି ପରେ ଶ୍ରୀମୁଖ ଖଣ୍ଡୁଆ ଏବଂ ବାହୁଟକଣ୍ଟ ନୀତି ସମ୍ପନ୍ନ ହୋଇଛି। ଚାରବନ୍ଧା ପାଇଁ କୋଠସୁଆଁସିଆ ରାତିରେ ପ୍ରବେଶ କରିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ ଆଜି ଚତୁର୍ଦ୍ଦଶୀ ତିଥିରେ ସକାଳ ୫ଟା ସୁଦ୍ଧା ଚାରବନ୍ଧା ଶେଷହେବ। ଏହାପରେ ସେନାପଟା ଲାଗିପାଇଁ ଦଇତାପତି ଭିତରେ ପ୍ରବେଶ କରିବେ । ଚାରବନ୍ଧା ଏବଂ ସେନାପଟା ଲାଗି ସମୟରେ ଭିତରୁ ଦୁଆର ବନ୍ଦ ରହିବ। ଶ୍ରୀଜୀଉଙ୍କ ଦର୍ଶନ ପାଇଁ ଭକ୍ତଙ୍କୁ ସୁଯୋଗ ମିଳିବ ନାହିଁ। ମଙ୍ଗଳଆଳତି ପରେ ଶ୍ରଦ୍ଧାଳୁମାନେ ଦାରୁବ୍ରହ୍ମଙ୍କୁ ଦର୍ଶନ କରିପାରିବେ। ଏହାପରେ ଅନ୍ୟାନ୍ୟ ନୀତିକାନ୍ତି ସମ୍ପନ୍ନ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଆଜି ରାତି ୨ଟା ୩୦ସୁଦ୍ଧା ପ୍ରଭୁଙ୍କୁ ପହୁଡ କରାଯିବ। ସୋମବାର ସକାଳ ୪ଟାରେ ମଙ୍ଗଳାର୍ପଣ ଅନୁଷ୍ଠିତ ହେବ। ଡୋରଲାଗି ଏବଂ ପୁଷ୍ପାଞ୍ଜଳି ଦିଆଯିବ। ସକାଳ ୪ଟା ୩୦ରୁ ୬ଟା ୩୦ ମଧ୍ୟରେ ଚତୁର୍ଦ୍ଧାମୂର୍ତ୍ତି ସ୍ନାନମଣ୍ଡପକୁ ବିଜେ କରିବା କାର୍ଯ୍ୟକ୍ରମ ରହିଛି। ମହାପ୍ରଭୁଙ୍କ ଦେବସ୍ନାନ ପୂର୍ଣ୍ଣିମା ନୀତି ନିର୍ଦ୍ଧାରିତ ସମୟରେ କରାଯିବ ବୋଲି ଦଇତାପତି ନିଯୋଗ ସଭାପତି ରବୀନ୍ଦ୍ର ଦାସମହାପାତ୍ର ଏବଂ ସମ୍ପାଦକ ଦୁର୍ଗାପ୍ରସାଦ ଦାସମହାପାତ୍ର ପ୍ରକାଶ କରିଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories