www.samajalive.in
Monday, December 8, 2025
27.1 C
Bhubaneswar

ରଥଯାତ୍ରା କଟକଣା ; ଡ୍ୟୁଟି ନଥିବା ପୁଲିସଙ୍କୁ ପୁରୀ ମନା

କଟକ : କରୋନା କଟକଣା ମଧ୍ୟରେ ଚଳିତବର୍ଷ ପୁରୀରେ ରଥଯାତ୍ରା ଅନୁଷ୍ଠିତ ହେଉଛି। ଶ୍ରୀଗୁଣ୍ଡିଚା ଯାତ୍ରା ଶେଷ ହୋଇଥିବାବେଳେ ବାହୁଡା ଯାତ୍ରା ତଥା ଜୁଆଇ ୪ ପର୍ଯ୍ୟନ୍ତ ନିୟମ କଡାକଡି କରାଯାଇଛି। ରଥଯାତ୍ରା ସମୟରେ ଡ୍ୟୁଟି ପଡି ନ ଥିବା ପୁଲିସ ଅଧିକାରୀ ଓ କର୍ମଚାରୀ ପୁରୀ ଯିବା ଉପରେ କଟକଣା ଜାରି କରାଯାଇଛି। କାରଣ କେତେକ ପୁଲିସ କର୍ମଚାରୀ ଡ୍ରେସ୍‍କୋଡରେ ରହି ପରିବାର ସହ ଜଗନ୍ନାଥଙ୍କ ଦର୍ଶନ ଲାଗି ଯାଉଥିବା ନେଇ ଜଣାପଡିବା ପରେ ପୁଲିସ ମୁଖ୍ୟାଳୟ ପକ୍ଷରୁ ଏପରି ନିର୍ଦେଶନାମା ଜାରି ହୋଇଛି। ଏ ନେଇ ଡିଜିପି ଅଭୟ ସମସ୍ତ ଜିଲାର ଏସ୍‍ପିଙ୍କୁ ନିର୍ଦେଶ ଦେଇଛନ୍ତି। ନିୟମ ଉଳ୍ଲଙ୍ଘନ କରିବା ନେଇ ଅଭିଯୋଗ ଆସିଲେ ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିଜିପି କହିଛନ୍ତି।
ପ୍ରଥମଥର କରି ବିନା ଭକ୍ତରେ ରଥଯାତ୍ରା ଅନୁଷ୍ଠିତ ହେଉଛି। କୋଭିଡ୍‍ ନିୟମ ପାଳନ କରାଯିବା ସହ ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ୱ ଦିଆଯାଇଥିଲା। ଏହି ସମୟରେ କେତେକ ସରକାରୀ କର୍ମଚାରୀ ପରିବାର ସହ ଶ୍ରୀଜିଉଙ୍କ ଦର୍ଶନ ଲାଗି ଯାଇଥିବା ନେଇ ଅଭିଯୋଗ ହୋଇଥିଲା। ସିସି ଟିଭି ଫୁଟେଜ୍‍ ଯାଞ୍ଚ କରାଯାଇ ଏହାର ତଦନ୍ତ କରାଯାଉଛି। ଲକ୍‍ଡାଉନ୍‍ ସମୟରେ ଯାଜପୁର ଜିଲାର ଜଣେ ପୁଲିିସ ଅଧିକାରୀ ପରିବାର ସହ ପୁରୀ ଯାଇ ଶ୍ରୀମନ୍ଦିରରେ ପ୍ରବେଶ କରିବା ଲାଗି ଉଦ୍ୟମ କରିଥିଲେ। ଏହାକୁ ଦୃଷ୍ଟିରେ ରଖି ଡ୍ୟୁଟି ନଥିବା ପୁଲିସ କର୍ମଚାରୀ ଓ ଅଧିକାରୀ ଜୁଲାଇ ୪ ତାରିଖ ପର୍ଯ୍ୟନ୍ତ ରଥଯାତ୍ରା ଦେଖିବା ପାଇଁ ନ ଯିବା ଲାଗି ଡିଜିପି ନିର୍ଦେଶ ଦେଇଛନ୍ତି। କାର୍ଯ୍ୟକ୍ଷେତ୍ରରେ ଅତ୍ୟାବଶ୍ୟକ ପଡିଲେ ମୁଖ୍ୟାଳୟ ଆଇନ୍‍ଶୃଙ୍ଖଳା ଏଡିଜି ଅନୁମତି ନେଇ ଯାଇପାରିବେ ବୋଲି ନିର୍ଦେଶନାମାରେ ସ୍ପଷ୍ଟ କରାଯାଇଛି।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories