www.samajalive.in
Sunday, December 7, 2025
15.1 C
Bhubaneswar

ପାକିସ୍ତାନ ସେନାଧ୍ୟକ୍ଷ-ସିଦ୍ଧୁଙ୍କ କୋଳାକୋଳିକୁ ଲୋକେ କ୍ଷମା କଲେନି: ଅମରିନ୍ଦର ସିଂହ

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନନ ପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ୟାପ୍ଟେନ ଅମରିନ୍ଦର ସିଂହ କଂଗ୍ରେସ ନେତା ତଥା ପଞ୍ଜାବ ମନ୍ତ୍ରୀ ନବୋଜତ ସିିଂହ ସିଦ୍ଧୁଙ୍କୁ ଦାୟୀ କରିଛନ୍ତି। ଅମରିନ୍ଦର କହିଛନ୍ତି ଯେ ପାକିସ୍ତାନ ସେନାଧ୍ୟକ୍ଷଙ୍କ ସହ ସିଦ୍ଧୁଙ୍କ କୋଳାକୋଳିକୁ ଲୋକେ କ୍ଷମା କରିନାହାନ୍ତି।
ଗୁରୁଦାସପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ତଥା ଅଭିନେତା ସନି ଦେୱଲ ଆଗରେ ଚାଲୁଛନ୍ତି। ଏନେଇ ପ୍ରଶ୍ନରେ ଅମରିନ୍ଦର କହିଛନ୍ତି ଯେ ଗୁରୁଦାସପୁରର କଂଗ୍ରେସ ପ୍ରାର୍ଥୀ ସୁନୀଲ ଜାଖଡ଼ ଜଣେ ଭଲ ନେତା। ସେ ବହୁ କାମ କରିଛନ୍ତି। ତେବେ ଲୋକେ ଜଣେ ଅଭିଜ୍ଞ ନେତା ବଦଳରେ କପରି ଜଣେ ଅଭିନେତାଙ୍କୁ ଭୋଟ ଦେଲେ ତାହା ବୁଝି ହେଉନି। ତେବେ କଂଗ୍ରେସ ପାଇଁ ସିଦ୍ଧୁଙ୍କ ପ୍ରଚାର ଭାରି ପଡିଛି।
ଉଲ୍ଲେଖ ଯେ ନବଜୋତ ସିଂହ ସିଦ୍ଧୁ ଅମୃତସର ଏବଂ ଚଣ୍ଡିଗଡ଼ ଲୋକସଭା ଟିକେଟ ମାଗିଥିଲେ। କିନ୍ତୁ ଦଳ ତାଙ୍କୁ ଟିକେଟ ଦେବାକୁ ମନା କରିଦେଇଥିଲା। ଏଥିପାଇଁ ସିଦ୍ଧୁଙ୍କ ପତ୍ନୀ କ୍ୟାପ୍ଟେନ ଅମରିନ୍ଦର ଏବଂ ପଞ୍ଜାବ କଂଗ୍ରେସ ପ୍ରଭାରୀ ଆଶା କୁମାରୀଙ୍କୁ ଦାୟୀ କରିଥିଲେ। କିଛି ଦିନ ହେବ ସିଦ୍ଧୁ ଓ ଅମରିନ୍ଦର ସିଂହଙ୍କ ମଧ୍ୟରେ ବାକ୍‍ ଯୁଦ୍ଧ ଜାରି ରହିଛି। ଏବେ ଅମରିନ୍ଦଙ୍କ ମନ୍ତବ୍ୟ ଏହାକୁ ଏକ ଭିନ୍ନ ମୋଡ଼ ନେଇଛି ।

ପ୍ରକାଶ ଯେ କରତାରପୁର କରିଡର ଭିତ୍ତିପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମରେ ଯୋଗଦେବା ବେଳେ ପଞ୍ଜାବ ନବଜୋତ ସିଂହ ସିଦ୍ଧୁ ବାଜୱାଙ୍କୁ ଆଲିଙ୍ଗନ କରି ଖୁସିଗପ କରିଥିଲେ । ଏହାର ଏକ ଫଟୋ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଥିଲା ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories