www.samajalive.in
Tuesday, December 9, 2025
16.1 C
Bhubaneswar

ପୁନାରେ ରଥଯାତ୍ରା ଉତ୍ସବ ପାଳନ

ପୁନା: ପ୍ରବାସୀ ଓଡିଆଙ୍କ ଦ୍ୱାରା ଶ୍ରୀଜୀଉଙ୍କ ରଥଟଣା ଯାତ୍ରା ପୁନାରେ ଗତ୧୪ଜୁଲାଇରେ ଧୁମଧାମରେ ଅନୁଷ୍ଠିତ ହୋଇଯାଇଛି। ଏହି ପବିତ୍ର ଉତ୍ସବ ଅବସରରେ ପୁନେର ଖଡ଼କିସ୍ଥିତ ଜଗନ୍ନାଥ ମନ୍ଦିରରେ ହଜାରହଜାର ଭକ୍ତଙ୍କ ସମାଗମ ହୋଇଥିଲା। ଚଳିତ ବର୍ଷ ପୁନେ ସହରର କୋଣଅନୁକୋଣରୁ ବହୁସଂଖ୍ୟାରେ ଓଡ଼ିଆ ଓ ଅଣଓଡ଼ିଆ ଭକ୍ତ ଯୋଗଦାନ କରିହୁଳହୁଳି ଓ ହରିବୋଲ ନାଦରେ ପରିବେଶକୁ ଆଧ୍ୟାତ୍ମିକ ବନାଇଥିଲେ।

ପୁରୀ ରଥଯାତ୍ରାର ସମସ୍ତ ପଦ୍ଧତିକୁ ଅନୁସରଣ କରି ଏଠାରେ ରଥଯାତ୍ରା ପାଳନ କରାଯାଇଛି। ଶ୍ରୀଜୀଉଙ୍କ ବିଗ୍ରହଙ୍କୁ ଘଣ୍ଟ,କାହାଳି,ଢୋଲ,ମୃଦଙ୍ଗ,ଗିନିନାଦ ମଧ୍ୟରେ ପହଣ୍ଡି ବିଜେ କରାଯାଇଥିଲା। ପାରମ୍ପରିକ ରୀତି ଅନୁଯାୟୀ ଖଡକୀ କ୍ୟାଣ୍ଟନମେଣ୍ଟ ବ୍ରିଗେଡିଅରଙ୍କ ଦ୍ୱାରା ଛେରା ପଂହରା କରାଯାଇଥିଲା। ଏହା ପରେ ହଜାରହଜାର ପୁରୁଷ ଓ ମହିଳା ଭକ୍ତଙ୍କ ଦ୍ୱାରା ରଥଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ରଥାରୂଢ ଶ୍ରୀଜୀଉମାନେ ସେହି ଖଡ଼କିରେ ଉପସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିରକୁ ଗମନ କରିଥିଲେ। ରଥ ଉପରୁ ଶ୍ରୀଜୀଉମାନଙ୍କୁ ପହଣ୍ଡିବି ଜେକରାଇ ଗୁଣ୍ଡିଚା ମନ୍ଦିରକୁ ନେବା ପରେ ସମସ୍ତ ଭକ୍ତମାନେ ମନ୍ଦିର ପ୍ରଶାସନ ତରଫରୁ ଆୟୋଜନ କରାଯାଇଥିବା ଅନ୍ନପ୍ରସାଦ ସେବନ କରିଥିଲେ।

- Advertisement -

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories