www.samajalive.in
Sunday, December 7, 2025
15.1 C
Bhubaneswar

ସୁରକ୍ଷାବଳର ବଡ ଜବାବ: ୩ ଆତଙ୍କବାଦୀ ନିହତ

ଜାମ୍ମୁ: ପୁଲୱାମାରେ ୧୪ ଫେବୃଆରୀରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ସୁରକ୍ଷାବଳକୁ ବଡ ସଫଳତା ମିଳିଛି। ରବିବାର ପାହାନ୍ତା ପ୍ରହରରୁ ଆରମ୍ଭ ହୋଇଥିବା ଗୁଳିବିନିମୟରେ ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ୧୮ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଗୁଳିବିନିମୟରେ କାମରାନ ସମେତ ୩ ଆତଙ୍କବାଦୀଙ୍କ ନିହତ ହେବା ସୁରକ୍ଷାବଳଙ୍କ ମନୋବଳ ବୃଦ୍ଧି କରିଛି। ତେବେ ଉଭୟ ପଟରୁ ଗୁଳିଗୋଳା ବିନିମୟରେ ୫ ଜଣ ଯବାନ ଶହୀଦ ହୋଇଛନ୍ତି। ଶହୀଦ ଯବାନଙ୍କ ମଧ୍ୟରେ ମେଜର ଡି.ଏସ. ଢ଼ୋଡ଼ିଆଲ, ହେଡ଼ କନଷ୍ଟେବଳ ସେବରାମ, ସିପାହୀ ଅଜୟ କୁମାର, ସିପାହୀ ହରି ସିଂହ ଏବଂ ସିପାହୀ ଗୁଲଜାର ଅହମଦ ଅଛନ୍ତି ଓ ଏହା ଛଡା ଜଣେ ଲେଫ୍ଟନାଣ୍ଟ କର୍ଣ୍ଣେଲ, ବ୍ରିଗେଡ଼ିଅର ସମେତ ୫ଜଣ ଯବାନ ଶହୀଦ ହୋଇଛନ୍ତି। ଏନକାଉଣ୍ଟରରେ ଦକ୍ଷିଣ କାଶ୍ମୀର ପୁଲିସ ଡିଜି ଅମିତ କୁମାରଙ୍କୁ ଆହତ ଅବସ୍ଥାରେ ସେନା ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା ଜଣାପଡିଛି। ସୂଚନାରୁ ଜଣାପଡିଛି ଯେ କାଶ୍ମୀର ଘାଟିରେ ଏବେ ମଧ୍ୟ ୬୦ରୁ ଆତଙ୍କବାଦୀ ରହିଛନ୍ତି ଏବଂ ସେମାନେ ବିଭିନ୍ନ ଜିଲ୍ଲାରେ ଲୁଚି ରହି ଆକ୍ରମଣ ଯୋଜନା କରୁଥିବା ଜଣାପଡିଛି ଓ ସେମାନଙ୍କ ମଧ୍ୟରୁ ୩୫ ଜଣ ଆତଙ୍କୀ ବିଦେଶରେ ପ୍ରଶିକ୍ଷଣ ପାଇ ଆକ୍ରମଣ ପାଇଁ ପ୍ରସ୍ତୁତ ହୋଇ ରହିଛନ୍ତି। ଅନ୍ୟ ପକ୍ଷରେ ସୀମା ନିକଟରେ ପାକିସ୍ତାନୀ ସେନା ଆଲର୍ଟ ରହିଛି ଓ ଆତଙ୍କୀ ମାନଙ୍କୁ ସେମାନଙ୍କ କ୍ୟାମ୍ପକୁ ପଠାଇବା କାର୍ୟ୍ୟ କରୁଛି। ଭାରତୀୟ ସେନା ପକ୍ଷରୁ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ଲଗାତାର ଅପଡେଟ ଦିଆଯାଉଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories