www.samajalive.in
Friday, December 5, 2025
27.1 C
Bhubaneswar

ଆସୁଛି ପଲସର୍‍ର ନୂଆ ମଡେଲ, ଆକର୍ଷଣୀୟ ରୂପ ସହ ରହିଛି ଅନେକ ସୁବିଧା

ନୂଆଦିଲ୍ଲୀ : ଭାରତୀୟ ଅଟୋମୋବାଇଲ କମ୍ପାନୀ ‘ବଜାଜ ଅଟୋ’ ନିଜର ଲୋକପ୍ରିୟ ବାଇକ ପଲସର୍‍ର ନୂତନ ମଡେଲ ଖୁବ୍‍ ଶୀଘ୍ର ଭାରତୀୟ ବଜାରକୁ ଛାଡିବ। ବଜାଜ ଅଟୋର ନୂତନ ମଡେଲ ପଲସରରେ ଗ୍ରାହକଙ୍କ ପାଇଁ ଅନେକ ସୁବିଧା ରହିଛି। ଏହା ମଧ୍ୟ ଦେଖିବାକୁ ବେଶ ଆକର୍ଷଣୀୟ। ବଜାଜର ଏହି ନୂତନ ପଲସର ଏନଏସ୧୬୦ର ଦାମ ନୂଆଦିଲ୍ଲୀ ଏକ୍ସ ସୋ ରୁମରେ ୮୨,୬୨୪ ଟଙ୍କା ରହିବ। ପଲସର ଏନଏସ୧୬୦ରେ ୧୬୦.୩ ସିସି, ଡିଟିଏସ-ଆଇ ଇଞ୍ଜିନ ରହିଛି।
ମିଳିଥିବା ସୂଚନା ଅନୁସାରେ ନୂତନ ମଡେଲ ପଲସରରେ ଏକକ ଆଣ୍ଟି-ଲକ୍‍ ବ୍ରେକ୍‍ ବ୍ୟବସ୍ଥା ରହିଛି। ଯଦି ଗ୍ରାହକ ଚାହିଁବେ ଏହାକୁ ଦୁଇଟି ଆଣ୍ଟି-ଲକ୍‍ ବ୍ରେକ୍‍ କରିପାରିବେ। ବାଇକରେ ଦୁଇଟି ଆଣ୍ଟି ବ୍ରେକ୍‍ କରାଇଲେ ଏହାର ମୂଲ୍ୟ ବୃଦ୍ଧି ପାଇ ୯୫୦୦୦ ଟଙ୍କା ହୋଇପାରେ। ପୂରୁଣା ମଡେଲ ପରି ହିଁ ଏହାର ନିର୍ମାଣ କରାଯାଇଛି। କେବଳ ରଙ୍ଗ ଓ ଗ୍ରାଫିକ୍ସରେ କିଛି ପରିବର୍ତ୍ତନ ଦେଖାଯାଇଛି। ବିଶେଷଜ୍ଞଙ୍କ କହିବା ଅନୁସାରେ ଏହା ଟିଭିଏସ୍‍ ଆପାଚି, ସୁଜକି ଗିସର, ୟାମା ଏଫଜେଡ-ଏସ ଓ ହୋଣ୍ଡା ସିବି ହୋମେଟ ଆଦି ବାଇକ ସହ ବଜାରରେ ମୁକାବିଲା କରିବ।

Hot this week

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

ମୋଦୀ କହିଲେ ଭାରତ ନିରପେକ୍ଷ ନୁହେଁ, ବିଶ୍ୱ ଶାନ୍ତି ସପକ୍ଷରେ; ପୁଟିନ କଣ କହିଲେ ଜାଣନ୍ତୁ

ସମାଜ ଡିଜିଟାଲ ଡେସ୍କ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା...

Related Articles

Popular Categories