www.samajalive.in
Wednesday, December 10, 2025
18.1 C
Bhubaneswar

ରାଜସ୍ୱ କ୍ଷେତ୍ର କର୍ମଚାରୀଙ୍କ କଳାବ୍ୟାଚ୍‍ ପରିଧାନ କରି ପ୍ରତିବାଦ 

ବୌଦ୍ଧ : ଓଡିଶା ରାଜସ୍ୱ କ୍ଷେତ୍ର କର୍ମଚାରୀ ସଂଘର ଆହ୍ୱାନ କ୍ରମେ ବୌଦ୍ଧ ତହସିଲ ରାଜସ୍ୱ କ୍ଷେତ୍ର କର୍ମଚାରୀମାନେ ଆଜି ଠାରୁ କଳା ବ୍ୟାଚ୍‍ ପରିଧାନ କରି କାର୍ଯ୍ୟ କରୁଥିବା ଜଣାପଡିଛି।

ମିଳିଥିବା ସୂଚନା ଅନୁଯାୟୀ, ଜଗତସିଂହପୁର ଜିଲ୍ଲା ବାଲିକୁଦା ତହସିଲ ମାରିଚପୁର ରାଜସ୍ୱ ସର୍କଲର ଭାରପ୍ରାପ୍ତ ରାଜସ୍ୱ ନିରିକ୍ଷକ ସୁଶାନ୍ତ ସ୍ୱାଇଁଙ୍କୁ ଗତ ଜାନୁଆରୀ ୨୦ ତାରିଖରେ କର୍ତ୍ତବ୍ୟରତ ଥିବାବେଳେ ତହସିଲଦାର ଓ ଦୁଇଜଣ ରାଜସ୍ୱ ସୁପରଭାଇଜରଙ୍କ ଉପସ୍ଥିତିରେ ମାଡ ମାରିବା ଘଟଣାର ପ୍ରତିବାଦରେ ଆଜିି ଠାରୁ ସାରା ରାଜ୍ୟରେ ସଂଘ ତରଫରୁ ପ୍ରତିବାଦ ପ୍ରଦର୍ଶନ କରାଯାଉଛି। ସେହି କ୍ରମରେ ବୌଦ୍ଧ ତହସିଲ ରାଜସ୍ୱ କ୍ଷେତ୍ର କର୍ମଚାରୀମାନେ କଳା ବ୍ୟାଚ୍‍ ପରିଧାନ କରି ପ୍ରତିବାଦ ପ୍ରଦର୍ଶନ କରୁଛନ୍ତି। ବୌଦ୍ଧ ତହସିଲଦାର୍‍ ସନତ କୁମାର୍‍ ନାଏକଙ୍କ ଜରିଆରେ ଜିଲ୍ଲାପାଳଙ୍କ ନିକଟକୁ ଅଭିଯୁକ୍ତ ମାନଙ୍କୁ ଗିରଫ କରିବାପାଇଁ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା। ରାଜସ୍ୱ ନୀରିକ୍ଷକ (ସଦର) ଉମାକାନ୍ତ ସାହୁ, ହମିଦ୍‍ କୁମାର୍‍ ମଲ୍ଲିକ (ଗୁନ୍ଦୁଲିଆ), ଆଶିଷ ମଲିକ (ଶଗଡା), ଗଣେଶ୍ୱର ଭୋକ୍ତା (ତେଲିବନ୍ଧ ) ଓ ଅତିରିକ୍ତ ରାଜସ୍ୱ ନିରୀକ୍ଷକ ହେମନ୍ତ ରାଉତ ପ୍ରମୁଖ ଦାବିପତ୍ର ପ୍ରଦାନ ବେଳେ ଉପସ୍ଥିତ ଥିଲେ। ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆଗାମୀ ଦିନରେ କଲମ ଛାଡ ଆନ୍ଦୋଳନ କରିବାପାଇଁ ସଂଘ ଚେତାବନୀ ଦେଇଥିବା ଜଣାପଡିଛି।

- Advertisement -

 

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories