www.samajalive.in
Saturday, December 6, 2025
23.1 C
Bhubaneswar

କାକୁଡିଆକୁ ପାନୀୟ ଜଳଯୋଗାଣ ବନ୍ଦର ପ୍ରତିବାଦ

ପିପିଲି : ପିପିଲି ବ୍ଲକ କଣ୍ଟି ପଞ୍ଚାୟତର କାକୁଡିଆ ଗ୍ରାମକୁ ଗତ ୧୨ ଦିନ ଧରି ପାନୀୟ ଜଳ ଯୋଗାଣ ବନ୍ଦ କରାଯିବା ପ୍ରତିବାଦରେ ଶତାଧିକ ମହିଳା କାକୁଡିଆ ଠାରେ ପିପିଲି-ଜଟଣୀ ରାସ୍ତାକୁ ଅବରୋଧ କରିଛନ୍ତି । ମଙ୍ଗଳବାର ସକାଳ ୯ଟାରୁ ମହିଳାମାନେ ରାସ୍ତା ଉପରେ ବସି ରହି ତୁରନ୍ତ ଗ୍ରାମକୁ ପାନୀୟ ଜଳ ଯୋଗାଣ ପୂର୍ବପରି ଚାଲୁ ରଖିବାକୁ ଦାବି କରିଛନ୍ତି । ଫଳରେ ବହୁ ସଂଖ୍ୟାରେ ଗାଡିମଟର ରାସ୍ତାର ଉଭୟ ପାଶ୍ୱର୍ରେ ଅଟକି ରହିଥିବା ବେଳେ ଯାତାୟତ ସଂପୂର୍ଣ୍ଣ ବନ୍ଦ ହୋଇଯାଇଛି ।

ସୂଚନାଯୋଗ୍ୟ ଯେ, କାକୁଡିଆ ଗ୍ରାମ ଠାରେ ଥିବା ଜନ ସ୍ୱାସ୍ଥ୍ୟ ବିଭାଗର ପାନୀୟ ଜଳ ପ୍ରକଳ୍ପ ୧୯୯୫ ମସିହାରେ ପ୍ରତିଷ୍ଠା ହୋଇ ଜଟଣୀ ଅଞ୍ଚଳକୁ ପାନୀୟ ଜଳ ଯୋଗାଣ ଆରମ୍ଭ ହୋଇଥିଲା । ତେବେ ଉକ୍ତ ପାନୀୟ ଜଳ ପ୍ରକଳ୍ପର ଅତି ନିକଟରେ ଥିବା କାକୁଡିଆ ଓ ଏହାର ଆଖାପାଖ ଅଞ୍ଚଳରେ ଭୂତଳ ଜଳସ୍ତର କମିଯିବା ଫଳରେ ପାନୀୟ ଜଳ ସଙ୍କଟ ଦେଖାଦେଇଥିଲା । କାକୁଡିଆ ଗ୍ରାମର କୂପ ଓ ନଳକୂଅ ଆଦି ଶୁଖିଯାଇଥିଲା । ଫଳରେ ଗ୍ରାମବାସୀମାନେ ପାନୀୟ ଜଳ ପାଇଁ ନାନା ସମସ୍ୟାର ସମ୍ମୁଖିନ ହୋଇଥିଲେ । ପରେ ଖୋର୍ଦ୍ଧା ଓ ପୁରୀ ଜିଲାପାଳଙ୍କ ନିଷ୍ପତ୍ତି କ୍ରମେ ୧୯୯୬ ମସିହା ଠାରୁ କାକୁଡିଆ ଗ୍ରାମକୁ ପାନୀୟ ଜଳ ଯୋଗାଣ ପାଇପ ଯୋଗେ ଆରମ୍ଭ ହୋଇଥିଲା। ତେବେ ଦୀର୍ଘ ୨୨ ବର୍ଷ ପରେ କୌଣସି କାରଣ ନଥାଇ କାକୁଡିଆ ଗ୍ରାମକୁ ଗତ ୧୨ ଦିନ ହେବ ପାନୀୟ ଜଳ ଯୋଗାଣକୁ ବନ୍ଦ କରି ଦିଆଯାଇଛି । ଫଳରେ ପିଇବା ପାଣି ଭଳି ମୌଳିକ ସେବା ପାଇବାରୁ ଗ୍ରାମବାସୀମାନେ ବଞ୍ଚିତ ହୋଇଛନ୍ତି । ଭୂତଳ ଜଳସ୍ତର କମିଯାଇଥିବାରୁ ଗ୍ରାମରେ ଥିବା ନଳକୂପରୁ ପର୍ଯ୍ୟାପ୍ତ ପରିମାଣର ପାଣି ବାହାରୁନାହିଁ । ଗ୍ରାମବାସୀମାନେ ଅକଥନୀୟ ଦୁର୍ଦ୍ଦଶାର ସମ୍ମୁଖିନ ହେଉଥିବା ଜାଣି ମଧ୍ୟ ବିଭାଗୀୟ ଅଧିକାରୀଙ୍କ ସେଥିପ୍ରତି ନିଘା ନଥିବା ଅଭିଯୋଗ ହୋଇଛି । ଗ୍ରାମବାସୀମାନେ ଏସଂପର୍କରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ପାନୀୟ ଜଳ ଯୋଗାଣ ମନ୍ତ୍ରୀ, ଜିଲାପାଳ ଓ ଜନସ୍ୱାସ୍ଥ୍ୟ ବିଭାଗ ଯନ୍ତ୍ରୀ ପ୍ରମୁଖଙ୍କୁ ଲିଖିତ ଭାବେ ଜଣାଇବା ସହ ତୁରନ୍ତ ପୂର୍ବପରି ଗ୍ରାମକୁ ନିରବଚ୍ଛିନ ଜଳଯୋଗାଣ ଜାରି ରଖିବାକୁ ଦାବି କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନଥିଲା । କାକୁଡିଆ ଗ୍ରାମକୁ ପୂର୍ବପରି ପାନୀୟ ଜଳ ଯୋଗାଣ ଦାବିରେ ଗ୍ରାମର ଶତାଧିକ ମହିଳା ଆଜି ସକାଳୁ ପିପିଲି-ଜଟଣୀ ରାସ୍ତାକୁ  ଅବରୋଧ କରିଥିବା ସୂଚନା ମିଳିଛି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ୟାର ସମାଧାନ କରିବା ଦିଗରେ ଉଦ୍ୟମ ଚଳାଇଛି ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories