www.samajalive.in
Monday, December 8, 2025
13.1 C
Bhubaneswar

ପାଣି ପାଇଁ ଅଭିନବ ପ୍ରତିବାଦ

ଭୁବନେଶ୍ବର: ରାଜଧାନୀରେ ଗତ କିଛି ଦିନ ହେବ ତାତି ବଢ଼ିବାରେ ଲାଗିଛି। ସହରବାସୀଙ୍କୁ ଏବେଠାରୁ ପିଇବା ପାଣି ଚିନ୍ତା ଘାରିଲାଣି। ଦୁଇ ଓଳି ଲୋକଙ୍କୁ ପାଣି ଯୋଗାଇ ଦିଆଯାଉ ନାହିଁ। ଅଚଳ ନଳକୂପ ସଜଡ଼ା ଯାଉନି, ପୋତି ହୋଇଥିବା କୂଅର ପୁନରୁଦ୍ଧାର କରାଯାଉ ନାହିଁ। ପାଣି ପାଇପ୍‌ ନେଇଥିବା ରାସନକାର୍ଡ ଧାରୀଙ୍କ ଘରେ ପାଣି ମିଟର ବସାଯାଉ ନାହିଁ। ଖରାରେ ଜନସାଧାରଣ ଓ ଜୀବଜନ୍ତୁଙ୍କ ସୁବିଧା ପାଇଁ ପିଇବା ପାଣିର ସୁବିଧା ନାହିଁ। ଅଚଳ ୱାଟର ଏଟିମଏମ୍‌ ସଜଡ଼ା ଯାଉ ନାହିଁ।
ଏଭଳି ଅଭିଯୋଗ ନେଇ ସେବା ପ୍ରତିନିଧି ପକ୍ଷରୁ ବଢ଼େଇ ବାଙ୍କ ଛକ ଓ ମୂଳାପଡ଼ିଆସ୍ଥିତ ୱାଟ୍‌କୋ କାର୍ଯ୍ୟାଳୟ ସମ୍ମୁଖରେ ଅଭିନବ ପ୍ରତିବାଦ ପ୍ରଦର୍ଶନ କରାଯାଇଛି। ଆନ୍ଦୋଳନକାରୀ ବାଲ୍‌ତିି, ଗରା, ମାଠିଆ ଧରି ପ୍ରତିବାଦ ପ୍ରଦର୍ଶନ କରିବା ସହ ସହରବାସୀଙ୍କୁ ଜଳ ସଙ୍କଟରୁ ରକ୍ଷା କରିବାକୁ ଦାବି କରିଛନ୍ତି। ଏନେଇ ସଂଗଠନର ମୁଖ୍ୟ ନୀଳମଣି ମିଶ୍ର ୱାଟ୍‌କୋ କନିଷ୍ଠ ଯନ୍ତ୍ରୀଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଶ୍ରୀ ମିଶ୍ରଙ୍କ ସମେତ ଧୂଳେଶ୍ବର ବେହେରା, ବଇନ ଭୋଇ, ଶୁଭସ୍ମିତା ବେହେରା, ମଞ୍ଜୁ ଭୋଇ, ସିନି ଭୋଇ ଓ ବଂଶୀଧର ମଲିକ ପ୍ରମୁଖ ସାମିଲ ହୋଇଥିଲେ।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories