www.samajalive.in
Tuesday, December 9, 2025
15.1 C
Bhubaneswar

ପଶ୍ଚିମବଙ୍ଗ ଓ ଆସାମର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି

ନୂଆଦିଲ୍ଳୀ : ପଶ୍ଚିମବଙ୍ଗ ଓ ଆସାମର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ଜାରି ହୋଇଛି। ଏହି ପର୍ଯ୍ୟାୟରେ ପଶ୍ଚିମବଙ୍ଗର ୪ଟି ଜିଲ୍ଲାରେ ଅବସ୍ଥିତ ୩୦ଟି ଆସନରେ ଏପ୍ରିଲ୍‍ ପହିଲାରେ ଭୋଟ୍‍ ଗ୍ରହଣ ହେବ। ପ୍ରାର୍ଥୀପତ୍ର ଦାଖଲର ଶେଷଦିନ ୧୨ ତାରିଖ ରହିଛି। ୧୫ ତାରିଖ ଦିନ ପ୍ରାର୍ଥୀପତ୍ରଗୁଡ଼ିକୁ ଯାଞ୍ଚ କରାଯିବ। ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ଦିନ ୧୭ ତାରିଖ ରହିଛି।

ପଶ୍ଚିମବଙ୍ଗ ମୁଖ୍ୟ ନିର୍ବାଚନ ଅଧିକାରୀ ଅରିଜ ଅଫ୍‍ତାବ ଜିଲ୍ଲା ନିର୍ବାଚନ ଅଫିସରମାନଙ୍କୁ ଚିଠି ଲେଖି ସରକାରୀ କାର୍ଯ୍ୟାଳୟଗୁଡ଼ିକରେ ଠିକାରେ କାର୍ଯ୍ୟ କରୁଥିବା କର୍ମଚାରୀମାନଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ଦୂରରେ ରଖିବା ପାଇଁ କହିଛନ୍ତି। ସୂଚନା ଅନୁସାରେ ୨୦୧୯ ସାଧାରଣ ନିର୍ବାଚନ ଓ ୨୦୧୬ ବିଧାନସଭା ନିର୍ବାଚନ ସମୟରେ ଯେଉଁ ଭୋଟ୍‍ଗ୍ରହଣ କେନ୍ଦ୍ରଗୁଡ଼ିକରେ ଶତକଡ଼ା ୯୦ ଭାଗରୁ ଅଧିକ ମତଦାନ ହୋଇଥିଲା ନିର୍ବାଚନ କମିଶନ ସେହି ମତଦାନ କେନ୍ଦ୍ରଗୁଡ଼ିକ ଉପରେ ଅଧିକ ଧ୍ୟାନ କେନ୍ଦ୍ରୀଭୂତ କରିଛି।
ଅନ୍ୟପକ୍ଷରେ ଆସାମରେ ଏହି ପର୍ଯ୍ୟାୟରେ ୩୯ଟି ବିଧାନସଭା ଆସନ ପାଇଁ ମତଦାନ ହେବ। ୧୨ ତାରିଖ ପ୍ରାର୍ଥୀପତ୍ର ଦାଖଲର ଶେଷଦିନ ରହିଛି। ଆସାମର ୭୩ ଲକ୍ଷ ମତଦାତା ଏହି ପର୍ଯ୍ୟାୟରେ ମତଦାନ କରିବେ।

- Advertisement -

ତେବେ ଆସନ୍ତା ୯ ତାରିଖରେ ପ୍ରଥମ ପର୍ଯ୍ୟାୟ ବିଧାନସଭା ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଦାଖଲର ଶେଷ ଦିନ ଧାର୍ଯ୍ୟ କରାଯାଥିବାବେଳେ ଆଜି ତୃଣମୂଳ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories