www.samajalive.in
Friday, December 5, 2025
27.1 C
Bhubaneswar

ପ୍ରତିଶ୍ରୁତି ଦେଇଥିଲୁ, ପ୍ରତିଶ୍ରୁତି ପାଳନ କଲୁ-ହ୍ବାଇଟ୍ ହାଉସ

ୱାସିଂଟନ: ମହାକାାଛାରୀ ସୁନିତା ୱିଲିୱମ୍ସଙ୍କ ସହ ବୁଚ୍‌‌ ୱିଲମୋରଙ୍କ ସଫଳ ପ୍ରତ୍ୟାବର୍ତ୍ତନ ନେଇ ହ୍ବାଇଟ୍ ହାଉସ୍ ପକ୍ଷରୁ ଖୁସି ବ୍ୟକ୍ତ କରାଯାଇଛି। ସୁନିତା ୱିଲିୱମ୍ସଙ୍କ ସହ ବୁଚ୍‌‌ ୱିଲମୋରଙ୍କ ସଫଳ ପ୍ରତ୍ୟାବର୍ତ୍ତନ ପରେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରି ହ୍ବାଇଟ୍ ହାଉସ ପକ୍ଷରୁ କୁହାଯାଇଛି ଯେ ପ୍ରତିଶ୍ରୁତି ଦେଇଥିଲୁ, ପ୍ରତିଶ୍ରୁତି ପାଳନ କଲୁ: ରାଷ୍ଟ୍ରପତି ଡୋନାଲ୍ହ ଟ୍ରମ୍ପ ନଅ ମାସ ଧରି ମହାକାଶରେ ଫସି ରହିଥିବା ମହାକାଶଚାରୀଙ୍କୁ ଉଦ୍ଧାର କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଟ୍ରମ୍ପ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ସୁନିତା ୱିଲିୱମ୍ସଙ୍କ ସହ ବୁଚ୍‌‌ ୱିଲମୋରଙ୍କ ସଫଳ ପ୍ରତ୍ୟାବର୍ତ୍ତନ ହୋଇପାରିଛି। ସେମାନଙ୍କ ପ୍ରତ୍ୟାବର୍ତ୍ତନ ନେଇ ରାଷ୍ଟ୍ରପତି ଡୋଡ଼ାଲ୍ଡ ଟ୍ରମ୍ପ  ଖୁସି ବ୍ୟକ୍ତ କରିଛନ୍ତି। ଏହାସହିତ ଏଲନ୍‌‌ ମସ୍କ, ସ୍ପେସ୍‌‌ ଏକ୍ସ ଏବଂ ନାସାକୁ ଧନ୍ୟବାଦ ଜଣାଇଛନ୍ତି।


୯ ମାସ ପରେ ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରୁ ପୃଥିବୀ ପୃଷ୍ଠକୁ ସୁନିତା ୱିଲିୟମ୍‌‌ ଏବଂ ବୁଚ୍‌‌ ୱିଲମୋର ସଫଳ ଭାବେ ପ୍ରତ୍ୟାବର୍ତ୍ତନ କରିଛନ୍ତି। ମହାକାଶ କେନ୍ଦ୍ରକୁ ବାଏ ବାଏ କରି ପୃଥିବୀ ପୃଷ୍ଠରେ ଅବତରଣ କରିଛନ୍ତି। ଆମେରିକାର ଫ୍ଲୋରିଡ଼ା ତଟରେ ସୁନିତାଙ୍କ ସମେତ ୪ ଜଣ ମହାକାଶଚାରୀ ଅବତରଣ କରିଛନ୍ତି। ସ୍ପେସ୍‌‌ ଏକ୍ସର ଡ୍ରାଗନ ଯାନର ସଫଳ ଲ୍ୟାଣ୍ଡିଂ ହୋଇଛି। ସୁନିତା ୱିଲିୟମ୍‌‌ ଏବଂ ବୁଚ୍‌‌ ୱିଲମୋର ୮ ଦିନ ପାଇଁ ଯାଇ ମହାକାଶରେ ୯ ମାସ ଫସି ରହିଥିଲେ ଏବଂ ୯ ମାସରେ ୯୦୦ ଘଣ୍ଟାର ଗବେଷଣା କରିଥିଲେ। ୧୫୦ରୁ ଅଧିକ ପରୀକ୍ଷଣ ଏବଂ ସ୍ପେସ୍‌‌ ଷ୍ଟେସନର ମରାମତି ବି କରିଥିଲେ। ଏହାସହିତ ମହାକାଶରେ ସବୁଠୁ ଅଧିକ ସମୟ ବିତାଇଥିବା ମହିଳା ପାଲଟି ଯାଇଥିଲେ।

Hot this week

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

ଏଏନଏମ୍‌ ପ୍ରଶ୍ନ ପତ୍ର ଲିକ୍‌ ପରେ ପରୀକ୍ଷା ବାତିଲ

ମାଲକାନଗିରି: ମାଲକାନଗିରି ଜିଲାରେ ଏଏନଏମ୍‌ ପରୀକ୍ଷା ପ୍ରଶ୍ନ ପତ୍ର ଲିକ୍ ହେବା...

ଡ଼ଲାର ତୁଳନାରେ ଟଙ୍କାକୁ ମିଳିଲା ସାମାନ୍ୟ ଆଶ୍ଵସ୍ତି

ସମାଜ ଲାଇଭ ଡ଼େସ୍କ : ଡ଼ଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ସମାଜ ଡିଜିଟାଲ ଡେସ୍କ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ...

ବିଶ୍ୱବିଦ୍ୟାଳୟରେ ଖାଲି ପଡିଛି ଏତିକି ପଦବୀ

ଭୁବନେଶ୍ୱର: ରାଜ୍ୟରେ ବିଶ୍ୱବିଦ୍ୟାଳୟ ଗୁଡିକରେ ଖାଲି ପଡିଛି ପ୍ରଧ୍ୟାପକ ପଦବୀ ।...

Related Articles

Popular Categories