ଜିନ୍ସପିନ୍ଧା ମାଆମାନେ କିନ୍ନର ଜନ୍ମ ଦିଅନ୍ତି: କେରଳ ପ୍ରଫେସର

0

ନୂଆଦିଲ୍ଲୀ : କେରଳର ଜଣେ ଉଦ୍ଭିଦ ବିଜ୍ଞାନ ପ୍ରଫେସର ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଯେଉଁ ମହିଳାମାନେ ପୁରୁଷଙ୍କ ଭଳି ପୋଷାକ ପିନ୍ଧନ୍ତି, ସେମାନେ କିନ୍ନରଙ୍କୁ ଜନ୍ମ ଦେଇଥାନ୍ତି ବୋଲି ପ୍ରଫେସର ରାଜିଥ କୁମାର କହିଛନ୍ତି । କେରଳର କାସାରରାଗୋଡ଼ ଏକ ସତର୍କତା ମୂଳକ କ୍ଲାସ ନେଉଥିବା ସମୟରେ ଏଭଳି ଟିପ୍ପଣୀ ଦେଇଥିଲେ । ସେ କହିଥିଲେ ଯେ ଯେଉଁ ମହିଳାମାନେ ପୁରୁଷଙ୍କ ଭଳି ଜିନ୍ସ ଏବଂ ଟିସାର୍ଟ ପିନ୍ଧନ୍ତି, ସେମାନେ କିନ୍ନର ଶିଶୁ ଜନ୍ମ ଦେଇଥାନ୍ତି । ପୁରୁଷ ଓ ମହିଳାଙ୍କ ଭଳି ଜୀବନ ବିତାଉଥିବା ଦମ୍ପତ୍ତି ସୁସ୍ଥ ଶିଶୁ ଜନ୍ମ ଦେଇଥାନ୍ତି । ବାପା, ମାଆଙ୍କ ଚରିତ୍ର ଠିକ୍‌ନଥିଲେ ପିଲାମାନେ ମାନସିକ ପକ୍ଷାଘାତରେ ଆକ୍ରାନ୍ତ ହୋଇଥାନ୍ତି । ପ୍ରଫେସର ଜଣକ ଏହା ପୂର୍ବରୁ ବି ଏଭଳି ବିବାଦୀୟ ଟିପ୍ପଣୀ ଦେଇ ଚର୍ଚ୍ଚାକୁ ଆସିଛନ୍ତି । ଏହା ପୂର୍ବରୁ ଏକ କଲେଜରେ ଝିଅଙ୍କ ବିରୋଧରେ ଅଶ୍ଳାଳୀନ ମନ୍ତବ୍ୟ ଦେଇ ସେ ଚର୍ଚ୍ଚାକୁ ଆସିଥିଲେ । ତାଙ୍କ ବିରୋଧରେ ରାଜ୍ୟ ସରକାର ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ଯୋଜନା କରିଥିବା ସୂଚନା ମିଳିଛି ।

Leave A Reply