ଲକ୍ଷ୍ନୌ: କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଶୁକ୍ରବାର ଉତ୍ତରପ୍ରଦେଶର ଅଯୋଧ୍ୟାରେ ନିର୍ବାଚନୀ ପ୍ରଚାର କରିବେ। ସେ ୩ଦିନିଆ ଉତ୍ତରପ୍ରଦେଶ ଗସ୍ତରେ ଅଛନ୍ତି। ପ୍ରଥମ ଦୁଇଦିନ ସେ କଂଗ୍ରେସ ଅଧ୍ୟକ୍ଷ ତଥା ତାଙ୍କ ଭାଇ ରାହୁଲ ଗାନ୍ଧୀଙ୍କ ନିର୍ବାଚନମଣ୍ଡଳୀ ଆମେଠି ଏବଂ ମା’ ସୋନିଆ ଗାନ୍ଧୀଙ୍କ ନିର୍ବାଚନମଣ୍ଡଳୀ ରାଏବରେଲୀରେ ପହଞ୍ଚି ରୋଡ୍ ଶୋ କରିବା ସହ ଦଳୀୟ କର୍ମୀମାନଙ୍କ ସହିତ ଆଲୋଚନା କରିଛନ୍ତି। ଶୁକ୍ରବାର ସେ ଅଯୋଧ୍ୟା ଯାଇ ଦଳୀୟ କର୍ମୀମାନଙ୍କ ସହ କଥା ହେବେ। ଅଯୋଧ୍ୟା ଯିବା ପୂର୍ବରୁ ସେ ହନୁମାନ ଗରହୀ ମନ୍ଦିରରେ ପୂଜାର୍ଚ୍ଚନା କରିବେ। ପରେ ସେ ଫଇଜାବାଦରୁ ୫୦ କିଲୋମିଟର ପର୍ଯ୍ୟନ୍ତ ରୋଡ୍ ଶୋ’ କରି ଅଯୋଧ୍ୟାରେ ପହଞ୍ଚିବେ। ସେଠାରେ ମଧ୍ୟ ସେ ଦଳୀୟ କର୍ମୀମାନଙ୍କ ସହ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି। ସୂଚନାଯୋଗ୍ୟ, ଉତ୍ତର ପ୍ରଦେଶରେ କଂଗ୍ରେସର ସ୍ଥିତି ଭଲ ନାହିଁ। ତେଣୁ ସେଠାରେ ଦଳର ସ୍ଥିତିରେ ସୁଧାର ଆଣିବାକୁ କଂଗ୍ରେସ ପ୍ରିୟଙ୍କାଙ୍କୁ ଦାୟିତ୍ଵ ଦେଇଛି।
Popular Categories



