www.samajalive.in
Monday, December 8, 2025
27.1 C
Bhubaneswar

ପାଦରେ ଫୋଟକା ହେଉଛି କି, ଆପଣାନ୍ତୁ ଏହି ଉପାୟ

ଅଧିକ ଟାଇଟ ଜୋତା ପିନ୍ଧିବା ଦ୍ବାରା, ନୂଆ ଜୋତା ପିନ୍ଧିବା ଦ୍ବାରା ପ୍ରାୟ ଲୋକଙ୍କ ପାଦରେ ଫୋଟକା ହୋଇଯାଏ। ଫୋଟକା ହୋଇଯିବା ଦ୍ବାରା ଚାଲିବାରେ କଷ୍ଟ ଅନୁଭବ ହୋଇଥାଏ। ବେଳେବେଳେ ଫୋଟକା ଫାଟି ସଂକ୍ରମଣ ହୋଇଯାଏ। ପାଦର ଫୋଟକା ଭଲ କରିବା ପାଇଁ ଆମେ ଡାକ୍ତରଙ୍କ ପରାମର୍ଶରେ ଅନେକ ଔଷଧ ବ୍ୟବହାର କରିବା ସତ୍ତ୍ବେ ମଧ୍ୟ ଉପଶମ ମିଳିନଥାଏ। କିନ୍ତୁ କିଛି ଘରୋଇ ଉପାୟ ରହିଛି ଯାହା ଦ୍ବାରା ପାଦର ଫୋଟକାକୁ ଠିକ କରିହେବ। ଆସନ୍ତୁ ଜାଣିବା ସେସବୁ କ’ଣ ..

ଘିକୁଆଁରୀ : ଯଦି ଆପଣଙ୍କ ପାଦ ଫୋଟକା ହୋଇ ଚପଲ ପିନ୍ଧିବା ଓ ଚାଲିବାରେ ଅସୁବିଧା ହେଉଛି ତେବେ ସେହି ସ୍ଥାନରେ ଘିକୁଆଁରୀ ରସ କିମ୍ବା ଜେଲ ଲଗାଇ କିଛି ସମୟ ଛାଡି ଦିଅନ୍ତୁ। ତାହା ଶୁଖିଲା ପ​‌ରେ ପାଦକୁ ଉଷୁମ ପାଣିରେ ଧୋଇ ଦିଅନ୍ତୁ। ଘିକୁଆଁରୀରେ ଅନେକ ଔଷଧୀୟ ଗୁଣ ରହିଛି। ଏହା ପାଦର ଫୋଟକା ଭଲ କରିବା ସହ ଜଳାପୋଡା ସମସ୍ୟାରୁ ମୁକ୍ତି ଦେଇଥାଏ। ଦିନକୁ ଦୁଇଥର ଘିକୁଆଁରୀ ତେଲ କିମ୍ବା ଜେଲକୁ ପାଦରେ ଲଗାଇବା ଉଚିତ।

- Advertisement -

ଗ୍ରୀନ ଟି : ଗ୍ରୀନ ଟିରେ ଆଣ୍ଟିଅକ୍ସିଡାଣ୍ଟ ଓ ଭିଟାମିନ ରହିଛି। ଏହା ପାଦ ଫୋଟକାର କଷ୍ଟ ଓ ଫୁଲକୁ କମାଇଥାଏ। ତେଣୁ ଗ୍ରୀନ ଟି ବ୍ୟାଗକୁ ଗରମପାଣିରେ ବୁଡାଇ କିଛି ସମୟ ପରେ ବାହାର କରି ଦିଅନ୍ତୁ। ତାପରେ ସେଥିରେ ସାମାନ୍ୟ ବେକିଂ ସୋଡା ପକାନ୍ତୁ। ତାହା ଥଣ୍ଡା ହେବା ପରେ ଟି ବ୍ୟାଗକୁ ଫୋଟକା ଉପରେ ଲଗାଇ କିଛି ସମୟ ଛାଡି ଦିଅନ୍ତୁ। ବେକିଂ ସୋଡାରେ ଆଣ୍ଟିସେଫିଟିକ ଗୁଣ ରହିଥିବାରୁ ତାହା ସଂକ୍ରମଣ ହେବାରୁ ରକ୍ଷା କରିଥାଏ।

ଜଡା ତେଲ :

ବେଳେ ବେଳେ ଦେଖାଯାଇଥାଏ ଯେ, ପାଦରେ ଫୋଟକା ହୋଇ କିଛି ଦିନ ରହିଯିବାରୁ ତାହା ଧୀରେ ଧୀରେ ଟାଣ ହୋଇଯାଏ। ଫଳରେ ଏହା କୁଣ୍ଡାଇ ହୁଏ। ଏହାକୁ ଦୂର କରିବା ପାଇଁ ରାତିରେ ଫୋଟକା ହୋଇଥିବା ସ୍ଥାନରେ ଜଡା ତେଲ ଲଗାଇ ଦିଅନ୍ତୁ। ଏଥିରୁ ଉପଶମ ମିଳିବ। ସପ୍ତାହକୁ ୨ରୁ ୩ଥର ଏପରି କରିବା ଉଚିତ।

ଏହାବ୍ୟତୀତ ସୋରିଷ ତେଲ, ପେଟ୍ରୋଲିୟମ ଜେଲି ଆଦି ଫୋଟକାରେ ଲଗାଇବା ଦ୍ବାରା ସେଥିରୁ ଉପଶମ ମିଳିଥାଏ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories