www.samajalive.in
Sunday, December 7, 2025
14.1 C
Bhubaneswar

ଆଜିଠୁ ଲାଗିଲା ପ୍ରଶାନ୍ତି ଏକ୍ସପ୍ରେସ୍‍ରେ ନାପକିନ୍‍ ଭେଣ୍ଡିଂ ମେସିନ୍‍

ଭୁବନେଶ୍ୱର : ମହିଳା ଯାତ୍ରୀଙ୍କ ଆବଶ୍ୟକତା ଓ ଦାବିକୁ ଦୃଷ୍ଟିରେ ରଖି ସମସ୍ତ ଦୂରଗାମୀ ଟ୍ରେନ୍‍ରେ ନାପକିନ୍‍ ଭେଣ୍ଡିଂ ମେସିନ୍‍ ଲଗାଇବା ପାଇଁ ନିଷ୍ପତ୍ତି ହୋଇଛି। ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ ପକ୍ଷରୁ କିଛିଦିନ ପୂର୍ବେ ହୀରାଖଣ୍ଡ ଏକ୍ସପ୍ରେସ୍‍ ଓ ବିଭିନ୍ନ ରେଳ ଷ୍ଟେସନ୍‍ରେ ସ୍ଥାପନ କରାଯାଇ ଥିବା ନାପକିନ୍‍ ଭେଣ୍ଡିଂ ମେସିନ୍‍ର ବର୍ଦ୍ଧିିତ ଚାହିଦା ପରିପ୍ରେକ୍ଷୀରେ ଉପରୋକ୍ତ ନିଷ୍ପତ୍ତି ହୋଇଥିବା ଜଣାଯାଇଛି। ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ଭୁବନେଶ୍ୱର-ବେଙ୍ଗାଲୁରୁ ପ୍ରଶାନ୍ତି ଏକ୍ସପ୍ରେସ୍‍ରେ ଭେଣ୍ଡିଂ ମେସନ୍‍ ସ୍ଥାପନ କରାଯାଇଛି।
ହସ୍ତଗତ ସୂଚନା ଅନୁସାରେ ପୂର୍ବତଟ ରେଳପଥ ପରିସୀମାରୁ ଚଳାଚଳ କରୁଥିବା ଦୂରଗାମୀ ଟ୍ରେନ୍‍ର ୨୫ଟି ରେକ୍‍ରେ ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନ ପକ୍ଷରୁ ସାନିଟାରୀ ନାପକିନ୍‍ ଭେଣ୍ଡିଂ ମେସିନ୍‍ ସ୍ଥାପନ କରିବା ପାଇଁ ଯୋଜନା ହୋଇଛି। ଆଜି ପ୍ରଶାନ୍ତି ଏକ୍ସପ୍ରେସ୍‍ରେ ମେସିନ୍‍ ସ୍ଥାପନ କରାଯାଇ ଥିବା ବେଳେ ପୁରୀ-ନୂଆଦିଲ୍ଲୀ ପୁରୁଷୋତ୍ତମ ଏକ୍ସପ୍ରେସ୍‍, ପୁରୀ-ଆନନ୍ଦବିହାର ନୀଳାଞ୍ଚଳ ଏକ୍ସପ୍ରେସ୍‍, ପୁରୀ-ଆନନ୍ଦ ବିହାର ନନ୍ଦନକାନନ ଏକ୍ସପ୍ରେସ, ଭୁବନେଶ୍ୱର-ନୂଆଦିଲ୍ଲୀ ଓଡ଼ିଶା ସମ୍ପର୍କକ୍ରାନ୍ତି ଏକ୍ସପ୍ରେସ୍‍, ଭୁବନେଶ୍ୱର-ଏଲ୍‍ଟିଟି ଦ୍ୱିସାପ୍ତାହିକ ଏକ୍ସପ୍ରେସ, ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ଏକ୍ସପ୍ରେସ୍‍, ରାଜଧାନୀ ଏକ୍ସପ୍ରେସ୍‍, ବିଶାଖାପାଟଣା-ନିଜାମୁଦ୍ଦିନ୍‍ ସ୍ୱର୍ଣ୍ଣଜୟନ୍ତୀ ଏକ୍ସପ୍ରେସ, ବିଶାଖାପାଟଣା-ନିଜାମୁଦ୍ଦିନ୍‍ ସମତା ଏକ୍ସପ୍ରେସ୍‍, ବିଶାଖାପାଟଣା-ନୂଆଦିଲ୍ଲୀ ଏପି ଏକ୍ସପ୍ରେସ୍‍ ଭଳି ଟ୍ରେନ୍‍ର ୨୫ଟି ରେକ୍‍ରେ ଭେଣ୍ଡିଂ ମେସିନ୍‍ ସ୍ଥାପନ କରାଯିବ। ବଗିର ଶୌଚାଳୟ ନିକଟରେ ଲାଗିଥିବା ଏହି ମେସିନ୍‍ରେ ୫ ଟଙ୍କିଆ କଏନ୍‍ ପକାଇଲେ ଗୋଟିଏ ନାପକିନ୍‍ ବାହାରିବ। ଏସବୁ ଟ୍ରେନ୍‍ରେ ପୂର୍ବତଟ ମହିଳା କଲ୍ୟାଣ ସଂଗଠନ ପକ୍ଷରୁ ଭେଣ୍ଡିଂ ମେସିନ୍‍ ସ୍ଥାପନ କରାଯିବ। ଏହା ପରେ ଅନ୍ୟ ଟ୍ରେନ୍‍ଗୁଡ଼ିକରେ ପୂର୍ବତଟ ରେଳପଥ ମେସିନ୍‍ ସ୍ଥାପନ କରିବ। ପୂର୍ବତଟ ରେଳପଥ ମହିଳା କଲ୍ୟାଣ ସଂଗଠନର ଅଧ୍ୟକ୍ଷା ମଧୁଲିକା ସିଂହ କହିଛନ୍ତି, କିଛିଦିନ ପୂର୍ବେ ପରୀକ୍ଷାମୂଳକ ଭାବେ ଗୋଟିଏ ଟ୍ରେନ୍‍ ଓ କିଛି ଷ୍ଟେସନ୍‍ରେ ନାପକିନ୍‍ ଭେଣ୍ଡିଂ ମେସିନ୍‍ ସ୍ଥାପନ କରାଯାଇ ଥିଲା। ଏହା ପ୍ରତି ମହିଳା ଯାତ୍ରୀଙ୍କର ବର୍ଦ୍ଧିତ ଚାହିଦା ଓ ଏହାର ଲୋକପ୍ରିୟତାକୁ ଦୃଷ୍ଟିରେ ରଖି ସଂଗଠନ ପକ୍ଷରୁ ଦୂରଗାମୀ ଟ୍ରେନ୍‍ର ୨୫ଟି ରେକ୍‍ରେ ମେସିନ୍‍ ସ୍ଥାପନ ପାଇଁ ପଦକ୍ଷେପ ନିଆଯାଇଛି। ସର୍ବଦା ଶିକ୍ଷା, ସ୍ୱାସ୍ଥ୍ୟ, ସମାଜସେବା ଓ ମହିଳା କଲ୍ୟାଣ ଦିଗରେ କାର୍ଯ୍ୟକରୁଥିବା ସଂଗଠନର ପରିବେଶ ସୁରକ୍ଷା ଓ ମହିଳାଙ୍କ ଯତ୍ନ ଦିଗରେ ଏହା ଆଉ ଏକ ପଦକ୍ଷେପ ବୋଲି ସେ କହିଛନ୍ତି।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories