www.samajalive.in
Tuesday, December 9, 2025
17.1 C
Bhubaneswar

ପ୍ରକାଶ ରାଜ ଡାକ୍ତରଖାନାରେ ଭର୍ତ୍ତି

ମୁମ୍ବଇ: ଲୋକପ୍ରିୟ ଅଭିନେତା ପ୍ରକାଶ ରାଜ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏକ ଦୁର୍ଘଟଣାରେ ଆହତ ହେବା କାରଣରୁ ତାଙ୍କୁ ହାଇଦ୍ରାବାଦର ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏନେଇ ଅଭିନେତା ନିଜେ ସାମାଜିକ ଗଣମାଧ୍ୟମ ଜରିଆରେ ସୂଚନା ଦେଇଛନ୍ତି।

ମଙ୍ଗଳବାର ସେ ଟ୍ବିଟ୍‌ କରି କହିଛନ୍ତି ଯେ, ଏକ ଛୋଟ ଦୁର୍ଘଟଣାରେ ତାଙ୍କର ଶରୀରର ହାଡ଼ ଭାଙ୍ଗିଯାଇଛି। ସର୍ଜରୀ ପାଇଁ ତାଙ୍କ ବନ୍ଧୁ ଡା. ଗୁରୁଭା ରେଡ୍ଡୀଙ୍କ ସହ ସେ ହାଇଦ୍ରାବାଦ ଯାଉଛନ୍ତି।  ତେବେ ଚିନ୍ତା କରିବାର କିଛି ନାହିଁ ସେ ଶୀଘ୍ର ସୁସ୍ଥ ହୋଇଯି​‌ବେ ବୋଲି କହିଛନ୍ତି।​‌ ପ୍ରକାଶ ରାଜ ଆହତ ହେବା ଖବର ସାମ୍ନାକୁ ଆସିବା ପରେ ପ୍ରଶଂସକମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

- Advertisement -

ସୂଚନାଯୋଗ୍ୟ, ପ୍ରକାଶ ରାଜ ହିନ୍ଦୀ, ତେଲୁଗୁ, ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତାଙ୍କ ମଧ୍ୟରୁ ଜଣେ। ତାଙ୍କୁ ଶେଷଥର ପାଇଁ ‘ନବରସା’ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଥିଲା। ଆଗକୁ ତାଙ୍କର ଆହୁରି ଅନେକ ଚଳଚ୍ଚିତ୍ର ଆସିବାକୁ ଯାଉଛି। ମେଜର, କେଜିଏଫ୍‌-୨, ପୁଷ୍ପା, ଅନ୍ନାତ୍ଥେ, ଦୁଶମନ, ସରକାରୁ ବାରି ପାଟା ଏବଂ ପୋନ୍ନିୟିନ ସେଲବମରେ ସେ ନଜର ଆସିବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories