www.samajalive.in
Monday, December 8, 2025
20.1 C
Bhubaneswar

ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ନୂଆବର୍ଷ ସ୍ବାଗତ ବ୍ୟାନର, ଗୋପାଳପୁରରେ ରାଜନୀତି ସରଗରମ

ଗୋପାଳପୁର: ଗତ ଡିସେମ୍ବର ୨୦୨୦ ମସିହା ଗୋପାଳପୁରର ରାଜନୀତି ସରଗରମ ରହିବା ସହ ବିଧାୟକଙ୍କ ଜନବିରୋଧୀ କାର୍ଯ୍ୟ ଯୋଗୁଁ ଦଳରୁ ବହିଷ୍କୃତ ଏବଂ ଜାଲ ନିଯୁକ୍ତି ପ୍ରଦାନ କାର୍ଯ୍ୟରେ ସାମିଲ ଅଭିଯୋଗରେ କ୍ରାଇମବ୍ରାଞ୍ଚ ପକ୍ଷରୁ ଗିରଫ ସହ କୋର୍ଟ ଚାଲାଣ କରାଯାଇଛି। ଏହି ଘଟଣା ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ବିରୋଧୀ ଗୋଷ୍ଠୀ ସକ୍ରିୟ ହୋଇଛନ୍ତି। ଆଜି କନିଷି ପଞ୍ଚାୟତ ସମିତି କାର୍ୟ୍ୟାଳୟ ହତା ପରିସରରେ ଥିବା ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟ ପାଚେରୀରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ପକ୍ଷରୁ ନୂତନ ବର୍ଷ ଅଭିନନ୍ଦନ ବାର୍ତ୍ତା ଲେଖାଯାଇ ଏକ ବ୍ୟାନର୍‌ ଟଙ୍ଗା ଯାଇଥିବା ଘଟଣା ନେଇ ଗୋପାଳପୁର ରାଜନୀତି ଚଳଚଞ୍ଚଳ ହୋଇପଡିଛି।

 

- Advertisement -

ସୂଚନାଯୋଗ୍ୟ ଯେ ବିଧାୟକ ପ୍ରଦୀପ ପାଣିଗ୍ରାହୀ ଜେଲ୍ ଯିବା ପରେ ବିଧାୟକ ବିରୋଧୀ ଗୋଷ୍ଠୀଙ୍କ ପକ୍ଷରୁ ଗତ ଡିସେମ୍ବର ୧୯ରେ ଖଜୁରିଆ ଠାରେ ବୈଠକର ଆୟୋଜନ ପରେ ଗୋପାଳପୁର ରାଜନୀତିରେ ଏକ ନୂତନ ସମିକରଣ ଦେଖିବାକୁ ମିଳିଥିଲା। କିନ୍ତୁ ଉକ୍ତ ବୈଠକରେ ମଞ୍ଚାସିନ ରହିଥିବା ରାଜନେତା ମାନେ ନିଜକୁ ଗୋପାଳପୁରର ଆଗାମୀ ବିଧାୟକ ପ୍ରାର୍ଥୀ ଭାବେ ଚିତ୍ରଣ କରି ନିଜ ନିଜର କର୍ମୀଙ୍କୁ ନିଜ ସପକ୍ଷରେ ଆଣିବା ପାଇଁ ଯୋଜନାରେ ଲାଗିପଡିଲେ। ଏହା ଫଳରେ ପରବର୍ତ୍ତୀ ସମୟରେ ମଞ୍ଚାସିନ ନେତାଙ୍କ ମଧ୍ୟରେ ମତପାର୍ଥକ୍ୟ ଦେଖାଦେଇଥିଲା। ଯାହାର ପ୍ରଭାବ ଗତ ଡିସେମ୍ବର ୨୬ ତାରିଖରେ ଗୋପାଳପୁରରେ ଅନୁଷ୍ଠିତ ହୋଇଥିବା ବିଜେଡି ପ୍ରତିଷ୍ଠା ଦିବସରେ ଦେଖିବାକୁ ମିଳିଥିଲା।

ଉକ୍ତ କାର୍ଯ୍ୟକ୍ରମରେ କେବଳ ଆଶାୟୀ ପ୍ରାର୍ଥୀ ମାନେ ନିଜର ସମର୍ଥକଙ୍କ ସହ ଉପସ୍ଥିତ ରହିଥିବା ବେଳେ ଅନେକ ସରପଞ୍ଚ ଓ ସମିତି ସଭ୍ୟ ସାଂଗକୁ ବହୁ ପୁରୁଣା ବିଜେଡି କର୍ମୀମାନେ କାର୍ଯ୍ୟକ୍ରମରେ ଅନୁପସ୍ଥିତ ରହିବା ଦେଖିବାକୁ ମିଳିଥିଲା। ସେହିପରି ଗତ ୩୦ ତାରିଖରେ କନିଷି ହାଟ ପରିସରରେ ବିଜୁବାବୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନିମନ୍ତେ ଭୂମିପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ସେଠାରେ କେବଳ କେତେକ ହାତଗଣତି ନେତାଙ୍କ ଦେଖା ମିଳିଥିଲା।

ଏହି ଘଟଣା ପରେ ଗୋପାଳପୁର ରାଜନୀତିରେ ବିଜେଡି ମଙ୍ଗ ଧରିବାକୁ ଆଶାୟୀ ନେତାଙ୍କ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ଆଲୋଚନା ଜୋର ଧରିଥିଲା। ଏଥି ସହ ବ୍ରହ୍ମପୁର ଅଞ୍ଚଳର ଜନୈକ ବିଜେଡି ନେତ୍ରୀ ୩୦ ତାରିଖ ଦିନ ରଙ୍ଗେଇଲୁଣ୍ଡା ବ୍ଲକ ଅନ୍ତର୍ଗତ ୮ ଟି ପଞ୍ଚାୟତର ସମିତି ସଭ୍ୟ ମାନଙ୍କୁ ସାଥିରେ ନେଇ ବିଜେଡି ନେତ୍ରୀ ବବି ଦାସଙ୍କୁ ସାକ୍ଷାତ କରିବା ଘଟଣା ଏବେ ଏଠାରେ ରାଜନୈତିକ ବାତାବରଣକୁ ଉଷ୍ମ କରିଦେଇଛି। ଏହି ଘଟଣା ପରେ କୁଆଡେ଼ ବ୍ଲକର ଜଣେ ଆଗଧାଡିର ନିର୍ବାଚିତ ପ୍ରତିନିଧିଙ୍କ ପକ୍ଷରୁ ଭୂବନେଶ୍ବର ଯାଇଥିବା ସମିତି ସଭ୍ୟମାନଙ୍କ ବିଲ ଗୁଡିକୁ ପାସ ନକରିବାକୁ ବ୍ଲକ କର୍ମଚାରୀଙ୍କୁ ଚାପ ପକାଇଥିବା ଆଲୋଚନା ଜୋର ଧରିଛି। ଯାହା ହେଲେ ମଧ୍ୟ ଆଜି ବ୍ଲକ କାର୍ଯ୍ୟାଳୟ ହତା ପରିସରରେ ବିଧାୟକଙ୍କ ବ୍ୟାନର ଲାଗିବା ଘଟଣା ପରେ ବିଧାୟକଙ୍କ ସମର୍ଥକ ଗୋଷ୍ଠୀ ସକ୍ରିୟ ରହିଥିବା ଓ କର୍ମୀଙ୍କ ମହଲରେ ପ୍ରଦୀପଙ୍କ ପତିଆରା ରହିଥିବା ଜଣାପଡିଛି।

Hot this week

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

Related Articles

Popular Categories