www.samajalive.in
Monday, December 8, 2025
27.1 C
Bhubaneswar

ଆଜିଠାରୁ ସୁରକ୍ଷା ପରିଷଦ ଅସ୍ଥାୟୀ ସଦସ୍ୟ ହେଲା ଭାରତ; ଚଳିତ ବର୍ଷ କରିବ ଜାତିସଂଘ ବୈଠକରେ ଅଧ୍ୟକ୍ଷତା

୨୦୨୧ ନୂତନ ବର୍ଷ ଆଜିଠାରୁ ଆରମ୍ଭ ହୋଇଛି । ସାରା ବିଶ୍ବ ପାଇଁ ଏହି ଦିନ ଗୁରୁତ୍ବ ବହନ କରୁଥିବାବେଳେ ଭାରତ ପାଇଁ ମଧ୍ୟ ଏହା ସ୍ବତନ୍ତ୍ର ଦିନରେ ପରିଣତ ହୋଇଛି । ଜାନୁଆରୀ ୧ ତାରିଖରୁ ମିଳିତ ଜାତିସଂଘ ସୁରକ୍ଷା ବୈଠକରେ ଅସ୍ଥାୟୀ ସଦସ୍ୟ ଭାବରେ ଭାରତ ସାମିଲ ହୋଇଛି । ଏହି ସମୟରେ ଭାରତକୁ ଜାତିସଂଘରେ ଗୁରୁତ୍ବପୂର୍ଣ୍ଣ ଭୂମିକା ମିଳିବା ଅନେକ ଦୃଷ୍ଟିରୁ ତାତ୍ପର୍ଯ୍ୟପୂର୍ର୍ଣ ବୋଲି ମନେ କରାଯାଉଛି । ମିଳିତ ଜାତିସଂଘର ସୁରକ୍ଷା ପରିଷଦରେ ୫ ସ୍ଥାୟୀ ସଦସ୍ୟ ରହିଛନ୍ତି ଓ ୧୦ ଜଣ ଅସ୍ଥାୟୀ ସଦସ୍ୟଙ୍କୁ ପ୍ରତିବର୍ଷ ନିର୍ବାଚିତ କରାଯାଇଥାଏ ।

- Advertisement -

ମିଳିତ ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି  ଟି.ଏସ୍ ତ୍ରିମୂର୍ତ୍ତି କହିଛନ୍ତି ଯେ ବୃହତ୍ତମ ଗଣତନ୍ତ୍ର ଭାବରେ ଆମେ ଗଣତନ୍ତ୍ର, ମାନବିକ ଅଧିକାର ଏବଂ ବିକାଶ ଭଳି ମୂଳ ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବୁ। ସେ କହିଛନ୍ତି ଯେ ଭାରତର ବାର୍ତ୍ତା ହେବ ଯେ ଆମେ କିପରି ସମନ୍ୱିତବିବିଧତାକୁ ପ୍ରୋତ୍ସାହିତ କରିପାରିବା ଯାହା ମିଳିତ ଜାତିସଂଘରେ ଅନେକ ଉପାୟରେ ପ୍ରତିଫଳିତ ହୋଇଛି। ଭାରତ ସର୍ବଦା ଏହା ସପକ୍ଷରେ ଅଛି ଏବଂ ପରିଷଦରେ ଆମେ ଏହି ବାର୍ତ୍ତା ଗ୍ରହଣ କରିବୁ।  ପରିଷଦରେ ଅଧିକ ସହଯୋଗର ଆବଶ୍ୟକତା ଭାରତ ନିଶ୍ଚିତ ଭାବରେ ସୂଚିତ କରିବ।

ସୁରକ୍ଷା ପରିଷଦକୁ ଭାରତ ଅସ୍ଥାୟୀ ସଦସ୍ୟ ନିର୍ବାଚିତ ହେବା ପରେ ପାକିସ୍ତାନ ପାଇଁ ସମସ୍ୟା ବଢ଼ିଛି । ଆତଙ୍କବାଦ ବିରୋଧରେ ଭାରତର କଠୋର ପଦକ୍ଷେପ ଓ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଥିବାରୁ ପାକିସ୍ତାନ ସୀମାନ୍ତରେ ଉତ୍ତେଜନାତ୍ମକ ପରିସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଛି ବୋଲି ଶ୍ରୀ ତ୍ରିମୂର୍ତି କହିଛନ୍ତି । ତଥାପି  ଆତଙ୍କବାଦ ମୁକାବିଲା, ଶାନ୍ତି ରକ୍ଷା, ସାମୁଦ୍ରିକ ସୁରକ୍ଷା, ବହୁପକ୍ଷୀୟ ସଂସ୍କାର, ପ୍ରଯୁକ୍ତିବିଦ୍ୟା, ମହିଳା ଏବଂ ଯୁବକମାନଙ୍କ କଲ୍ୟାଣକୁ ଭାରତ ପ୍ରାଥମିକତା ଦେବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ ଭାରତ, ନରୱେ, କେନିଆ, ଆୟରଲ୍ୟାଣ୍ଡ, ମେସ୍କିକୋ ଚଳିତ ବର୍ଷ ଅସ୍ଥାୟୀ ସଦସ୍ୟ ଭାବରେ ଯୋଗଦାନ କରିଛନ୍ତି । ଏହି ଦେଶ ବ୍ୟତୀତ ଇଷ୍ଟୋନିଆ, ନାଇଜର, ସେଣ୍ଟ ଭିନ୍ସେଣ୍ଟ, ଟ୍ରୁନିସିଆ, ଭିଏତନାମକୁ ମଧ୍ୟ ଅସ୍ଥାୟୀ ସଦସ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି । ଆମେରିକା, ରୁଷ, ଇଂଲଣ୍ଡ, ଫ୍ରାନ୍ସ ଓ ଚୀନ ଜାତିସଂଘର ସ୍ଥାୟୀ ସଦସ୍ୟ ଅଛନ୍ତି  ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories