www.samajalive.in
Monday, December 8, 2025
27.1 C
Bhubaneswar

କଥାରେ ନୁହେଁ, କାମରେ କରି ଦେଖାଇବୁ: କୃଷକ ସଂଗଠନର ଚେତାବନୀ, ଜାନୁଆରୀ ୪ ବୈଠକ ବିଫଳ ହେଲେ ଦୃଢ ପଦକ୍ଷେପ

ତିନୋଟି ନୂଆ କୃଷି ଆଇନ ରଦ୍ଦ ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ଆଇନଗତ ଗ୍ୟାରେଣ୍ଟି ଦାବିରେ ଅଟଳ କୃଷକ ସଂଗଠନ କହିଛନ୍ତି, ଯଦି ଆସନ୍ତା ୪ରେ ହେବାକୁ ଥିବା ବୈଠକରେ ସରକାର ସେମାନଙ୍କ ସପକ୍ଷରେ ନିଷ୍ପତ୍ତି ନ ନିଅନ୍ତି ତେବେ ସେମାନେ ଦୃଢ ପଦକ୍ଷେପ ନେବେ। ସିଙ୍ଗୁ ସୀମା ବିରୋଧ ସ୍ଥଳରେ ଏକ ସାମ୍ବାଦିକ ସମ୍ମିଳନୀକୁ ସମ୍ବୋଧିତ କରି କୃଷକ ନେତାମାନେ କହିଛନ୍ତି, ଯଦି ସେମାନଙ୍କର ମୁଖ୍ୟ ଦାବି ପୂରଣ ନହୁଏ ତେବେ ଏକାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସେମାନେ କହିଛନ୍ତି ଯେ ସରକାରଙ୍କ ସହ ବୈଠକରେ ଏପର୍ଯ୍ୟନ୍ତ ସେମାନଙ୍କ ଦ୍ୱାରା ଉଠାଯାଇଥିବା ୫ ପ୍ରତିଶତ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି।

କୃଷକ ନେତା ବିକାଶ ଗଣମାଧ୍ୟମକୁ କହିଛନ୍ତି ଯେ ଯଦି ସରକାରଙ୍କ ସହ ଜାନୁୟାରୀ ୪ ତାରିଖର ବୈଠକ ଏହି ବିରୋଧ ପ୍ରଦର୍ଶନ ବନ୍ଦ କରିବାରେ ବିଫଳ ହୁଏ, ତେବେ ଆମେ ହରିୟାଣାର ସମସ୍ତ ମଲ୍, ପେଟ୍ରୋଲ୍ ପମ୍ପ ବନ୍ଦ ହେବାର ତାରିଖ ଘୋଷଣା କରିବୁ। ହରିୟାଣା-ରାଜସ୍ଥାନ ସୀମା ଶାହାଜାହାନପୁରରେ ବିରୋଧ କରୁଥିବା କୃଷକମାନେ ମଧ୍ୟ ଜାତୀୟ ରାଜଧାନୀ ଆଡକୁ ଯିବେ ବୋଲି ସ୍ୱରାଜ ଭାରତର ନେତା ଯୋଗେନ୍ଦ୍ର ଯାଦବ କହିଛନ୍ତି। ଅନ୍ୟ ଜଣେ ନେତା ଯୁଧିଷ୍ଠିର ସିଂ କହିଛନ୍ତି ଯେ ଯଦି ପରବର୍ତ୍ତୀ ପର୍ଯ୍ୟାୟ ଆଲୋଚନାରେ କୌଣସି ଠୋସ୍ ନିଷ୍ପତ୍ତି ନିଆ ନ ଯାଏ ତେବେ ଜାନୁଆରୀ ୬ରେ ଟ୍ରାକ୍ଟର ରାଲି ଅନୁଷ୍ଠିତ ହେବ।

- Advertisement -

ଗତ ବୁଧବାର ଷଷ୍ଠ ପର୍ଯ୍ୟାୟ ଆଲୋଚନା ପରେ ସରକାର ଏବଂ କୃଷକ ସଂଗଠନଗୁଡିକ କେତେକ ସମସ୍ୟା ନେଇ ଏକମତ ହୋଇଥିଲେ ଯେଉଁଥିରେ ବିଦ୍ୟୁତ୍ ଶୁଳ୍କ ବୃଦ୍ଧି ଏବଂ ଫସଲ ମୂଳ ଜାଳିବା ପାଇଁ ଦଣ୍ଡବିଧାନକୁ ନେଇ ସମାଧାନର ରାସ୍ତା ବାହାରି ପାରିଥାନ୍ତା କିନ୍ତୁ ଉଭୟ ପକ୍ଷ ୩ଟି କୃଷି ଆଇନ ପ୍ରତ୍ୟାହାର ଏବଂ ସର୍ବନିମ୍ନ ସହାୟକ ମୂଲ୍ୟ ପାଇଁ ଆଇନଗତ ଗ୍ୟାରେଣ୍ଟି ପ୍ରସଙ୍ଗରେ କୌଣସି ନିଷ୍ପତ୍ତିରେ ପହଂଚି ପାରିନଥିଲେ।

ଦିଲ୍ଲୀ ସୀମାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା କୃଷକ ସଂଗଠନଗୁଡିକର ୪୧ ଜଣ ପ୍ରତିନିଧି ଏବଂ ୩ ଜଣ କେନ୍ଦ୍ର ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ପରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର କହିଥିଲେ ଯେ ୪ଟି ମଧ୍ୟରୁ ୨ଟି ଦାବି ଉପରେ ପାରସ୍ପରିକ ବୁଝାମଣାରେ ନିଷ୍ପତ୍ତି ନିଆଯାଇଛି ଏବଂ ଅବଶିଷ୍ଟ ଦୁଇଟି ଉପରେ ଜାନୁଆରୀ ୪ରେ ଅପରାହ୍ନ ୨ଟାରେ ଆଲୋଚନା ହେବ।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories