www.samajalive.in
Monday, December 8, 2025
20.1 C
Bhubaneswar

ଦିଲ୍ଲୀରେ ଆରମ୍ଭ ହେବ ପ୍ରଥମ ଟୀକାକରଣ: ପ୍ରସ୍ତୁତ ୧ ହଜାର କେନ୍ଦ୍ର, ପ୍ରତି କେନ୍ଦ୍ରରେ ଦିନକୁ ୧୦୦ ଜଣଙ୍କୁ ଟୀକା

ନୂଆଦିଲ୍ଲୀ: ଦିଳ୍ଲୀରେ ଆରମ୍ଭ ହୋଇପାରେ ଦେଶର ପ୍ରଥମ ଟୀକାକରଣ । ଏଥିପାଇଁ ୧୦୦୦ କେନ୍ଦ୍ର ପ୍ରସ୍ତୁତ ହୋଇଛି ଏବଂ ପ୍ରତି କେନ୍ଦ୍ରରେ ଦୈନିକ ୧୦୦ ଜଣଙ୍କୁ ଟୀକା ଦିଆଯିବାକୁ ଲକ୍ଷ୍ୟ ରଖାଯାଇଛି । ଏହି କେନ୍ଦ୍ରଗୁଡ଼ିକର ସୁରକ୍ଷା, ଟୀକା ରକ୍ଷଣାବେକ୍ଷଣ କାର୍ଯ୍ୟ ଜୋରସୋରରେ ଆଗେଇ ଚାଲିଛି।

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଦକ୍ଷିଣ ଦିଲ୍ଲୀର ଶ୍ରୀନିବାସପୁରୀରେ ଦେଶର ପ୍ରଥମ ପ୍ରଥମ ମଡେଲ ଟୀକାକରଣ କେନ୍ଦ୍ର ସ୍ଥାପନ ହୋଇଛି । ଇନ୍ଦିରାଗାନ୍ଧୀ ଆନ୍ତର୍ଜାତିକ ବିମାନବନ୍ଦରରୁ ଟୀକା ଏହି କେନ୍ଦ୍ରକୁ ଅଣାଯିବ । ଏହା ସହ ଦିଲ୍ଲୀରେ ସ୍ଥାପନ ହୋଇଥିବା ୧୧ଟି ଜିଲା ଟୀକା ଷ୍ଟୋର ସ ୬୦୯ ଆଭ୍ୟନ୍ତରୀଣ ଟୀକା ଷ୍ଟୋରକୁ ଟୀକା ନିଆଯିବ । ଦକ୍ଷିଣ ଦିଲ୍ଲୀର ଶ୍ରୀନିବାସପୁରୀରେ ଏକ ପ୍ରସୂତି କେନ୍ଦ୍ରକୁ ଏକ ମଡେଲ ଟିକା କେନ୍ଦ୍ର କରାଯାଇଛି।  ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିର୍ଦ୍ଦେଶାବଳୀ ଅନୁସାରେ ଏହି ଟୀକା କେନ୍ଦ୍ର ସ୍ଥାପନ ହୋଇଛି ।

- Advertisement -

କେନ୍ଦ୍ରକୁ ତିନି ଭାଗରେ ବିଭକ୍ତ କରାଯାଇଛି | ଏଥିରେ ଏକ ପ୍ରତୀକ୍ଷା କ୍ଷେତ୍ର, ଟୀକାକରଣ କେନ୍ଦ୍ର ଏବଂ ଏକ ପର୍ଯ୍ୟବେକ୍ଷଣ କକ୍ଷ ଅନ୍ତର୍ଭୁକ୍ତ | ଏକ ଲାଉଞ୍ଜ ମଧ୍ୟ ଅଛି ଯେଉଁଠାରେ ଆଧାର କାର୍ଡ ସାହାଯ୍ୟରେ ପଞ୍ଜୀକରଣ କରାଯିବ, ସ୍କ୍ରିନିଂ ପରେ ଆସୁଥିବା ବ୍ୟକ୍ତିଙ୍କୁ ଅପେକ୍ଷା ସ୍ଥାନକୁ ପଠାଯିବ | ଟୀକାକରଣ କକ୍ଷରେ ପ୍ରାଥମିକ ଚିକିତ୍ସା ବ୍ୟବସ୍ଥା କରାଯାଇଛି ଏବଂ ଜରୁରୀ ପରିସ୍ଥିତି ମୁକାବିଲା ନିମ​‌ନ୍ତେ ଆମ୍ବୁଲାନ୍ସ ମଧ୍ୟ ରଖାଯାଇଛି ।

ପ୍ରତ୍ୟେକ ଟୀକାକରଣ କେନ୍ଦ୍ରରେ ଜଣେ ଟୀକାକରଣ ଅଧିକାରୀ ରହିବେ  ଏବଂ ଏହି ଢ଼ାଞ୍ଚଳରେ ଦିଲ୍ଲୀର ସମସ୍ତ ୧୦୦୦ ଟୀକା କେନ୍ଦ୍ରରେ ଟୀକାକରଣ କରାଯିବ । କେଉଁମାନେ କେଉଁଦିନ କେଉଁଠି ଟୀକା ନେବେ ସେ ସମ୍ପର୍କରେ ସେମାନଙ୍କୁ ଏସଏମଏସରେ ଜଣାଇ ଦିଆଯିବ । ବୋଲି ଦିଲ୍ଲୀ ସ୍ବାସ୍ଥ୍ୟ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ କହିଛନ୍ତି ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories