www.samajalive.in
Monday, December 8, 2025
27.1 C
Bhubaneswar

ଖରାଦିନେ ମଧ୍ୟ ଚମକିବ ଚେହେରା ; ଆପଣାନ୍ତୁ ଏହି ସହଜ ଉପାୟ

ସାଧାରଣତଃ ଏକ ସୁନ୍ଦର ଚେହେରା ପାଇବା ପାଇଁ ସମସ୍ତଙ୍କର ଇଚ୍ଛା ଥାଏ। ଏଥିପାଇଁ ଲୋକେ ଅନେକ ଉପାୟ ମଧ୍ୟ ଆପଣାଇ ଥାଆନ୍ତି। ହେଲେ ଖରାଦିନେ ତ୍ବଚାଜନିତ ଅନେକ ସମସ୍ୟା ଦେଖା ଦେଇଥାଏ। ଏହି ଦିନେ ତ୍ବଚା କଳା ପଡ଼ିବା ବା ଟ୍ୟାନ୍ ହେବା ଏକ ସାଧାରଣ କଥା। ଏହାସହିତ ଆହୁରି ଅନେକ ତ୍ବଚା ସମସ୍ୟା ଦେଖା ଦେଇଥାଏ। ହେଲେ କିଛି ବିଶେଷ ଉପାୟ ଅବଲମ୍ବନ କରି ଆପଣ ଏସବୁ ଖରାଦିନିଆ ସମସ୍ୟାକୁ ଏଡ଼ାଇ ଏକ ସୁନ୍ଦର ଓ ଉଜ୍ବଳ ତ୍ବଚା ପାଇପାରିବେ। ଏହି ଘରୋଇ ଉପାୟ ଦ୍ବାରା ତ୍ବଚାରୁ ଦାଗ ଆଦି ଦୂର ହେବା ସହ ରଙ୍ଗ ଗୋରା ମଧ୍ୟ ହୋଇଥାଏ। ଚାଲନ୍ତୁ ଜାଣିବା ସେହି ଘରୋଇ ଉପାୟ ବିଷୟରେ –

ଏଥିପାଇଁ ପ୍ରଥମେ ୨୪ ଗ୍ରାମ ଆଳୁ ରସ ନେଇ ସେଥିରେ ୨୦ ଗ୍ରାମ ମୁଲତାନି ମାଟି ମିଶାନ୍ତୁ। ଏହି ମିଶ୍ରଣକୁ ରାତି ସାରା ଥଣ୍ଡା ସ୍ଥାନରେ ରଖନ୍ତୁ। ସକାଳେ ଏହାକୁ ଚେହେରାରେ ଲଗାଇ ୧୦ ମିନଟ୍ ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ। ଏହାଦ୍ବାରା ତ୍ବଚା କୋମଳ ଓ ଚିକ୍କଣ ହୋଇଥାଏ।

- Advertisement -

ଏହାପରେ ସନ୍ଧ୍ୟା ସମୟରେ ଏହି ମିଶ୍ରଣରେ ୨୦ ବୁନ୍ଦା ଲେମ୍ବୁ ରସ ମିଶାଇ ଚେହେରାରେ ଲଗାଇବା ଲାଭଦାୟକ ହୋଇଥାଏ। ଏହି ପ୍ରକ୍ରିୟା ସକାଳେ ସନ୍ଧ୍ୟାରେ ଦୁଇ ସପ୍ତାହ ଯାଏଁ ଲଗାତାର କରିଲେ ତ୍ବଚାର ଚମକ ଫେରି ଆସିଥାଏ।

ଏହାକୁ ପ୍ରତିଦିନ ଲଗାଇଲେ ମଧ୍ୟ ତ୍ବଚା ପାଇଁ ଭଲ। ମୁଲତାନି ମାଟି ଓ ଆଳୁ ରସ ତ୍ବଚାରେ ଲଗାଇଲେ ଗୋରାପଣ ସହ ତ୍ବଚାର ଚମକ ବଜାୟ ରହେ।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories