ବରଗଡ : ନିର୍ବାଚନ କାର୍ଯ୍ୟରେ ଅବହେଳା ଯୋଗୁଁ ୬ ଜଣ ପୋଲିଂ କର୍ମଚାରୀ ନିଲମ୍ବିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୩ ଜଣ ପ୍ରିଜାଇଡିଂ ଏବଂ ଅନ୍ୟ ୩ ଜଣ ସେକ୍ଟର ଅଫିସର ରହିଛନ୍ତି । ୬୮ ନମ୍ବର ବୁଥର ପ୍ରିଜାଇଡିଂ ଅଫିସର ଉମାଶଙ୍କର ପାଣିଗ୍ରାହୀ ଏବଂ ସେକ୍ଟର ଅଫିସର ମନୋରଞ୍ଜନ ପାଣିଗ୍ରାହୀ, ୨୩୫ ନମ୍ବର ବୁଥର ପ୍ରିଜାଇଡିଂ ଅଫିସର ପ୍ରିୟବତ୍ର ସାହୁ ଏବଂ ସେକ୍ଟର ଅଫିସର ପ୍ରଶାନ୍ତ ସେଠୀ, ୧୧୬ ନମ୍ବର ବୁଥର ପ୍ରିଜାଇଡିଂ ଅଫିସର ରାତମ୍ ସେଠୀ ଏବଂ ସେକ୍ଟର ଅଫିସର ପ୍ରଦୀପ ପ୍ରଧାନଙ୍କୁ ବରଗଡ ଜିଲାପାଳ ନିଲମ୍ବନ କରିଛନ୍ତି ।
Popular Categories



