www.samajalive.in
Sunday, December 7, 2025
15.1 C
Bhubaneswar

ଗୋଆରେ ସରକାର ଗଢ଼ିବାକୁ କଂଗ୍ରେସର ଦାବି, ୨ଟା ସୁଦ୍ଧା ମୁଖ୍ୟମନ୍ତ୍ରୀ ଘୋଷଣା କରିବ ବିଜେପି

ଗୋଆ: ଗୋଆ ମୁଖ୍ୟମନ୍ତ୍ରୀ ମନୋହର ପାରିକରଙ୍କ ମୃତ୍ୟୁ ପରେ ରାଜ୍ୟରେ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି। ପାରିକରଙ୍କ ପରେ ରାଜ୍ୟରେ ଏବେ କିଏ ମୁଖ୍ୟମନ୍ତ୍ରୀ ହେବେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ୨୦୧୭ରେ ବିଜେପି ଏଠାରେ ମେଣ୍ଟ ସରକାର ଗଠନ କରିଥିଲା। ମନୋହର ପାରିକରଙ୍କୁ ମୁଖ୍ୟମନ୍ତ୍ରୀ କରିବା ସର୍ତ୍ତରେ ଅନ୍ୟ ଦଳଗୁଡ଼ିକ ବିଜେପି ସହ ମେଣ୍ଟ କରିବାକୁ ରାଜି ହୋଇଥିଲେ। କିନ୍ତୁ ପାରିକରଙ୍କ ମୃତ୍ୟୁ ପରେ ସହଯୋଗୀ ଦଳଗୁଡ଼ିକ ସମର୍ଥନ ଜାରି ରଖିବେ କି ନାହିଁ ତାହାକୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ କଂଗ୍ରେସ ରାଜ୍ୟରେ ସରକାର ଗଠନ କରିବାକୁ ଦାବି କରି ରାଜ୍ୟପାଳନଙ୍କୁ ପତ୍ର ଲେଖିଛି। ସେପଟେ ବିଜେପି ପୁଣି ଥରେ ନିଜର ବିଧାୟକଙ୍କୁ ମୁଖ୍ୟମନ୍ତ୍ରୀ ପଦରେ ଅବସ୍ଥାପିତ କରିବାକୁ ଉଦ୍ୟମ ଚଳାଇଛି। ସୋମବାର ଅପରାହ୍ନ ୨ଟା ସୁଦ୍ଧା ବିଜେପି ମୁଖ୍ୟମନ୍ତ୍ରୀ ପାଇଁ ବିଧାୟକଙ୍କ ନାମ ଘୋଷଣା କରିବ ବୋଲି ପିଟିଆ ସୂତ୍ରରୁ ଜଣାପଡ଼ିଛି।

ପାରିକରଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିବା ପରେ କଂଗ୍ରେସ ରାଜ୍ୟପାଳଙ୍କୁ ପତ୍ର ଲେଖି ଦଳକୁ ସରକାର ଗଠନ କରିବାକୁ ଆମନ୍ତ୍ରଣ କରିବା ଲାଗି ଦାବି କରିଥିଲା। ପାରିକରଙ୍କ ମୃତ୍ୟୁ ପରେ ପୁଣି ଥରେ ଦଳ ପକ୍ଷରୁ ରାଜ୍ୟପାଳଙ୍କୁ ପତ୍ର ଲେଖାଯାଇଛି। କଂଗ୍ରେସ ୪୮ ଘଣ୍ଟା ମଧ୍ୟରେ ରାଜ୍ୟପାଳଙ୍କୁ ୨ଥର ଚିଠି ଲେଖିଛି। ବିଜେପି ସହ ମେଣ୍ଟ କରିଥିବା ଦଳଗୁଡ଼ିକ ସର୍ତ୍ତ ରଖି ବିଜେପିକୁ ସମର୍ଥନ କରିଥିଲେ। ପାରିକରଙ୍କୁ ମୁଖ୍ୟମନ୍ତ୍ରୀ କରାଗଲେ ସେମାନେ ସମର୍ଥନ ଜଣାଇବେ ବୋଲି କହିଥିଲେ। ଏବେ ପାରିକରଙ୍କ ନିଧନ ପରେ ବିଜେପିର କୌଣସି ସହଯୋଗୀ ଦଳ ନ ଥିବା କଂଗ୍ରେସ ପକ୍ଷରୁ କୁହାଯାଇଛି। ଗୋଆର କଂଗ୍ରେସ ଅଧ୍ୟକ୍ଷ ଗିରୀଶ ଚୋଡାଙ୍କର ଚିଠିରେ କହିଛନ୍ତି ଯେ, ରାଜ୍ୟରେ କଂଗ୍ରେସ ସବୁଠାରୁ ବଡ଼ ଦଳ ହୋଇଥିବାରୁ କଂଗ୍ରେସ ବିଧାୟକ ଦଳ ନେତାଙ୍କୁ ସରକାର ଗଠନ କରିବାକୁ ଆମନ୍ତ୍ରଣ କରାଯିବା ଉଚିତ।

- Advertisement -

ଅନ୍ୟପଟେ ବିଜେପି ସହଯୋଗୀ ଦଳଗୁଡ଼ିକର ସମର୍ଥନ ଯୋଗାଡ଼ କରିବା ଲାଗି ଆଲୋଚନା ଚଳାଇଛି। ବିଜେପି ନିଜର ସମସ୍ତ ବିଧାୟକ ଏବଂ ମନ୍ତ୍ରୀଙ୍କୁ ସହରର ଏକ ହୋଟେଲକୁ ବୈଠକ ପାଇଁ ଡକାଇଛି। ମେଣ୍ଟ ସହଯୋଗୀ ଗୋଆ ଫରୱାର୍ଡ ଦଳର ନେତା ବିଜଇ ସରଦେଶାଇଙ୍କୁ ବିଜେପିର ଏକ ପ୍ରତିନିଧି ଦଳ ତାଙ୍କ ଘରକୁ ଯାଇ ଭେିଟିଛନ୍ତି। କିନ୍ତୁ ଏପର୍ଯ୍ୟନ୍ତ ସହଯୋଗୀ ଦଳଗୁଡ଼ିକ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ। ରବିବାର ବିଳମ୍ବିତ ରାତିରେ ବିଜେପି ଏବଂ ଏହାର ସହଯୋଗୀ ଦଳଗୁଡ଼ିକ ମଧ୍ୟରେ ଆଲୋଚନା ହୋଇଛି। ବିଜେପିର ବରିଷ୍ଠ ନେତା ନିତିନ ଗଡ଼କରୀ ସହଯୋଗୀ ଦଳର ନେତାମାନଙ୍କ ସହ ଆଲୋଚନା କରିଥିଲେ। କିନ୍ତୁ କାହାକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ କରାଯିବ ସେ ନେଇ କୌଣସି ନିର୍ଣ୍ଣାୟକ ନିଷ୍ପତ୍ତି ହୋଇପାରିନାହିଁ। ସହଯୋଗୀ ଦଳ ମହାରାଷ୍ଟ୍ରବାଦୀ ଗୋମନ୍ତକ ପାର୍ଟି(ଏମଜିପି) ବିଧାୟକ ସୁଦିନ ଧାବଲିକର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବାକୁ ଚାହୁଁଛନ୍ତି, ଯାହାକୁ ନେଇ ବିବାଦ ଦେଖାଦେଇଛି ବୋଲି ବିଜେପି ବିଧାୟକ ମାଇକେଲ ଲୋବୋ କହିଛନ୍ତି।

ଏହା ମଧ୍ୟରେ ଗୋଆ ରାଜ୍ୟପାଳ କୌଣସି ଘୋଷଣା କରି ନ ଥିବାରୁ କଂଗ୍ରେସ ତାଙ୍କ ବିରୋଧରେ ଅଭିଯୋଗ ଆଣି କହିଛି, ରାଜ୍ୟପାଳ ବିଜେପି ନେତାଙ୍କ ଇସାରାରେ କାମ କରୁଛନ୍ତି। ରାଜ୍ୟପାଳ କଂଗ୍ରେସ ପ୍ରତିନିଧି ଦଳ ସହ ଆଲୋଚନା ପାଇଁ ସମୟ ଦେଉନାହାନ୍ତି। କିନ୍ତୁ ବିଜେପି ନେତାଙ୍କ ସହ ଆଲୋଚନା ପାଇଁ ତାଙ୍କ ନିକଟରେ ସମୟ ରହିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories