www.samajalive.in
Friday, December 5, 2025
23.1 C
Bhubaneswar

ପଦଯାତ୍ରା ଆରମ୍ଭ ହେବା ପୂର୍ବରୁ ପ୍ରିୟଙ୍କାଙ୍କୁ ଉଠାଇନେଲା ପୁଲିସ; ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ ରାହୁଲ

ନୂଆଦିଲ୍ଲୀ: କୃଷି ଆଇନକୁ ବିରୋଧ କରି କୃଷକମାନଙ୍କ ସମର୍ଥନରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଦିଲ୍ଲୀର ବିଜୟ ଚୌକରୁ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ପଦଯାତ୍ରା କରିବାର ଥିଲା। କିନ୍ତୁ ଏହା ପୂର୍ବରୁ ଦିଲ୍ଲୀ ପୁଲିସ ପଦଯାତ୍ରାକୁ ଭଣ୍ଡୁର କରିଦେଇଛି। ପଦଯାତ୍ରା ଆରମ୍ଭ ହେବା ପୂର୍ବରୁ ପୁଲିସ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ଅନେକ ନେତାଙ୍କୁ ଗିରଫ କରିନେଇଥିଲା। ପଦଯାତ୍ରା ପାଇଁ ପୁଲିସ ଅନୁମତି ଦେଇ ନ ଥିବାରୁ ଏହି ପଦକ୍ଷେପ ନେଇଥିଲା। କିଛି ସମୟ ପରେ ପ୍ରିୟଙ୍କାଙ୍କ ସମେତ ଅନ୍ୟ ନେତାମାନଙ୍କୁ ପୁଲିସ ଛାଡ଼ି ଦେଇଥିଲା।

ଅନ୍ୟପଟେ ରାହୁଲ ଗାନ୍ଧୀଙ୍କ ନେତୃତ୍ଵରେ ୩ ନେତା ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ସଂସଦର ମିଳିତ ଅଧିବେଶନ ଡକାଇ କୃଷି ଆଇନକୁ ପ୍ରତ୍ୟାହାର କରିବାକୁ ରାହୁଲ ସ୍ମାରକପତ୍ରରେ ଦାବି କରିଛନ୍ତି। ରାଷ୍ଟ୍ରପତିଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଉପରେ ପ୍ରବଳ ବର୍ଷିଛନ୍ତି।

- Advertisement -

ମୋଦୀଙ୍କୁ ଟାର୍ଗେଟ କରି ରାହୁଲ କହିଛନ୍ତି, ଚୀନ ଏବେ ବି ଭାରତ ସୀମାରେ ରହିଛି। ଚୀନ ହଜାର ହଜାର କିଲୋମିଟର ଭାରତୀୟ ଜମିକୁ କବ୍‌ଜା କରିନେଇଛି। ଏହି ପ୍ରସଙ୍ଗରେ ମୋଦୀ କ’ଣ ପାଇଁ କିଛି କହୁନାହାନ୍ତି। ସେ କାହିଁକି ଚୁପ ରହିଛନ୍ତି। ସେ ଆହୁରି କହିଛନ୍ତି, ଭାରତରେ ଲୋକତନ୍ତ୍ର ନାହିଁ। ଏହା କେବଳ କଳ୍ପନାରେ ହୋଇପାରେ, କିନ୍ତୁ ବାସ୍ତବରେ ନୁହେଁ। ନେତାମାନଙ୍କୁ ଗିରଫ କରିନେବା ଏହି ସରକାର କାର୍ଯ୍ୟକାଳରେ ସାଧାରଣ କଥା।

ପ୍ରଧାନମନ୍ତ୍ରୀ ପୁଞ୍ଜିପତିମାନଙ୍କ ପାଇଁ ଟଙ୍କା ତିଆରି କରୁଛନ୍ତି। ଯିଏ ବି ତାଙ୍କ ବିରୋଧରେ ଛିଡ଼ା ହେବ, ତାକୁ ଆତଙ୍କବାଦୀ କରିଦିଆଯିବ। ସେ ଜଣେ ଶ୍ରମିକ ହୁଅନ୍ତୁ କି ମୋହନ ଭାଗବତ ହୁଅନ୍ତୁ।

Hot this week

କମିଲା ରେପୋ ହାର

ସମାଜ ଲାଇଭ ଡ଼େସ୍କ : ଭାରତୀୟ ରିଜର୍ଭ ବ୍ୟାଙ୍କର ତିନି ଦିନିଆ...

ଆଜି ମଧ୍ୟରାତ୍ରି ପର୍ଯ୍ୟନ୍ତ ଇଣ୍ଡିଗୋ ବିମାନ ବାତିଲ

ସମାଜ ଲାଇଭ ଡ଼େସ୍କ : ଚତୁର୍ଥ ଦିନ ପାଇଁ ଇଣ୍ଡିଗୋ ବିମାନ...

ଭାରତ-ରୁଷ ଶିଖ ସମ୍ମିଳନୀ; ହାଇଦ୍ରାବାଦ ହାଉସରେ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ

ନୂଆଦିଲ୍ଲୀ: ହାଇଦ୍ରାବାଦ ହାଉସରେ ଭାରତ-ରୁଷ ଦ୍ୱିପାକ୍ଷିକ ଆଲୋଚନା ଆରମ୍ଭ ହୋଇଛି ।...

ନିଆଁ ପୁଆଁଉଥୁବାବେଳେ ଅଘଟଣ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ନିକଟରେ ରହୁଥିବା...

ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ରାଜଘାଟରେ ପହଞ୍ଚି ଜାତିର ପିତା...

Related Articles

Popular Categories