www.samajalive.in
Monday, December 8, 2025
17.1 C
Bhubaneswar

ପୁଲିସ ଲାଠି ମାଡ ଘଟଣା; ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସମ୍ବାଦିକଙ୍କ ଧାରଣା

ପୁରୀ: କଟକରେ ଓକିଲଙ୍କୁ ପୁଲିସର ମାଡ ପରେ ଏବେ ପୁରୀରେ ସାଧାରଣ ଜନତାଙ୍କ ସମେତ ଆଇନଜୀବୀ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ପୁଲିସ ମାଡ ମାରିଥିବା ଅଭିଯୋଗ ହୋଇଛି । ପୁଲିସ ମାଡରେ ଦୁଇ ଜଣ ସାମ୍ବାଦିକ ଗୁରୁତର ହୋଇ କଟକ ବଡମେଡିକାଲକୁ ସ୍ଥାନାନ୍ତରିତ ହୋଇଛନ୍ତି । ସାଧାରଣ ଜନତାଙ୍କ ସମେତ କେତେକ ସାମ୍ବାଦିକ ପୁଲିସ ମାଡରେ ଆହତ ହୋଇଥିବା ଜଣାପଡିଛି । ସମ୍ବାଦିକଙ୍କୁ ପୁଲିସର ଲାଠି ଚାର୍ଜକୁ ବିରୋଧ କରି ଶନିବାର ପୁରୀ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ କାର୍ଯ୍ୟରତ ସମ୍ବାଦିକମାନେ ଧାରଣାରେ ବସିଛନ୍ତି ।

- Advertisement -

ସୂଚନାଯୋଗ୍ୟ, ଗତକାଲି ରାତିରେ ପୁରୀ ମେଡିକାଲ ଛକ ନିକଟରେ ଥିବା ଖୁଣ୍ଟିଆ ପେଟ୍ରୋଲ ପମ୍ପରେ ଅପମିଶ୍ରିତ ତେଲ ସହ କମ ପରିମାଣ ତେଲ ଦିଆଯାଉଥିବା ନେଇ ଜଣେ ଗ୍ରାହକ ଅଭିଯୋଗ କରିଥିଲା । ପରେ ଉକ୍ତ ଗ୍ରାହକ ଜଣଙ୍କ ନିଜ ସହଯୋଗୀଙ୍କ ସହ ପେଟ୍ରୋଲ ପମ୍ପରେ ପାଟତୁଣ୍ଡ କରିବା ସହ ଭଙ୍ଗାରୁଜା କରିଥିଲେ । ଖବର ପାଇ ପୁଲିସ ସେଠାରେ ପହଞ୍ଚି ଆଖିବୁଜା ଲାଠି ଚାର୍ଜ କରିଥଲା। ଏଥିରେ ସାଧାରଣ ଜନତାଙ୍କ ସହ କିଛି ଆଇନଜୀବୀ ଆହତ ହୋଇଥିଲେ । ଖବର ସଂଗ୍ରହ କରିବାକୁ ଯାଇଥିବା ସାମ୍ବାଦିକମାନେ ମଧ୍ୟ ପୁଲିସ ଆକ୍ରୋଶରୁ ବର୍ତ୍ତି ପାରି ନଥିଲେ । ସାମ୍ବାଦିକମାନଙ୍କ ପରିଚୟ ପତ୍ର ପିଙ୍ଗି ଦେବା ସହ ସେମାନଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି । ପୁଲିସ ମାଡରେ ସାମ୍ବାଦିକ ପ୍ରଶାନ୍ତ କୁମାର ନାଏକ, ଚିତ୍ତରଞ୍ଜନ ମହାନ୍ତି, ବିକ୍ରମ କୁମାର ଆଚାର୍ଯ୍ୟ ଓ ଜୟଦେବ ପାତ୍ର ଆହତ ହୋଇଛନ୍ତି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories