www.samajalive.in
Monday, December 8, 2025
27.1 C
Bhubaneswar

ପ୍ରଧାନମନ୍ତ୍ରୀଙ୍କ ସ୍ୱତନ୍ତ୍ର ଉଡାଣ ବିବରଣୀ ପ୍ରକାଶ କରାଯିବ ନାହିଁ – ବାୟୁସେନା

ପ୍ରଧାନମନ୍ତ୍ରୀଙ୍କ ସ୍ପେଶାଲ ଫ୍ଲାଇଟ୍ ରିଟର୍ନ ଅର୍ଥାତ ସ୍ୱତନ୍ତ୍ର ଉଡାଣ ସଂକ୍ରାନ୍ତ ବିବରଣୀ ସାର୍ବଜନୀନ କରାଯାଇ ପାରିବ ନାହିଁ। ଆଜି ଭାରତୀୟ ବାୟୁସେନା ଦିଲ୍ଲୀ ହାଇକୋର୍ଟରେ ଏକ ଆବେଦନ ଦାଖଲ କରି ଏଭଳି ତଥ୍ୟ ଦେଇଛି। କେନ୍ଦ୍ରୀୟ ସୂଚନା ଆୟୋଗ ନିର୍ଦ୍ଦେଶକୁ ଚ୍ୟାଲେଞ୍ଜ କରି ସ୍ପେଶାଲ ଫ୍ଲାଇଟ୍ ରିଟର୍ନ ସମ୍ବନ୍ଧରେ ସୂଚନା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ସହ ଜଡିତ ବୋଲି ଦର୍ଶାଇଛି। ସୂଚନା ଅଧିକାର ଅଧିନିୟମ ଅଧୀନରେ ଏହି ବିବରଣୀ ପ୍ରଦାନ କରିବାକୁ ବାୟୁସେନାକୁ କେନ୍ଦ୍ରୀୟ ସୂଚନା ଆୟୋଗ ଜୁଲାଇ ୮ରେ ନିର୍ଦ୍ଦେଶ ଦେଇଥିଲେ।

ଆଜି କୋର୍ଟରେ ଦାଖଲ ଆବେଦନରେ ବାୟୁସେନା କହିଛି ଯେ ପ୍ରଧାନମନ୍ତ୍ରୀ ବିଦେଶ ଗସ୍ତରେ ଗଲାବେଳେ ତାଙ୍କ ବ୍ୟକ୍ତିଗତ ସୁରକ୍ଷା ପାଇଁ ଯାଇଥିବା ସ୍ପେଶାଲ ପ୍ରୋଟେକସନ ଗ୍ରୁପ୍ (ଏସପିଜି) କର୍ମଚାରୀଙ୍କ ସମ୍ପୁର୍ଣ୍ଣ ନାମ ଓ ବିବରଣୀ ରହିଛି ଏବଂ ଯଦି ଏହା ସାର୍ବଜନୀନ ହୁଏ ତେବେ ତାହା ଦେଶର ସାର୍ବଭୌମତ୍ୱ ଏବଂ ଅଖଣ୍ଡତା ଉପରେ ପ୍ରଭାବ ପକାଇବାର ସମ୍ଭାବନା ରହିଛି। ସୂଚନାଯୋଗ୍ୟ, ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଦେଶ ଗସ୍ତ ସମ୍ପର୍କିତ ସ୍ୱତନ୍ତ୍ର ଉଡାଣ ବିବରଣୀ ପାଇଁ ଅବସରପ୍ରାପ୍ତ କମୋଡୋର ଲୋକେଶ କେ ବାତ୍ରା ଆବେଦନ କରିଥିଲେ।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories