www.samajalive.in
Tuesday, December 9, 2025
15.1 C
Bhubaneswar

ଆତ୍ମ ନିର୍ଭର ୟୁପି ରୋଜଗାର ଅଭିଯାନରେ ଉପକୃତ ହେବେ ୧ କୋଟିରୁ ଅଧିକ ପ୍ରବାସୀ ଶ୍ରମିକ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଉପସ୍ଥିତିରେ ଭିଡିଓ କନଫରେନ୍ସିଂ ଜରିଆରେ ଶୁକ୍ରବାର ଆତ୍ମ ନିର୍ଭର ୟୁପି ରୋଜଗାର ଆରମ୍ଭ କରିଛନ୍ତି। ଏହି ଅଭିଯାନରେ ପ୍ରାୟ ୧କୋଟି ୧୫ଲକ୍ଷରୁ ଅଧିକ ପ୍ରବାସୀ ଶ୍ରମିକ ଉପକୃତ ହେବେ।

- Advertisement -

ଏହି ଅବସରରେ ଉଦବୋଧନ ଦେଇ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ସହ ଏଭଳି ପଦକ୍ଷେପ ନେଇଥିବାରୁ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। କରୋନା ସଙ୍କଟ ସମୟରେ ପ୍ରଧାନମନ୍ତ୍ରୀ ଯେପରି ଦେଶକୁ ଦିଗଦର୍ଶନ ଦେଇଛନ୍ତି ଏବଂ ‘ଜାନ ଭି ଔର ଜାହାନ ଭି’ର ବାର୍ତ୍ତା ଦେଇଛନ୍ତି ତାହା ଅତ୍ୟନ୍ତ ପ୍ରଶଂସନୀୟ। ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ଅନୁସରଣ କରି ଉତ୍ତରପ୍ରଦେଶ ଏହାର ଶ୍ରମିକମାନଙ୍କ କଲ୍ୟାଣ ପାଇଁ କାର୍ଯ୍ୟ କରୁଛି ଓ ସେମାନଙ୍କୁ ରୋଜଗାର ଯୋଗାଇ ଦେଉଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ‘ଆତ୍ମନିର୍ଭରଶୀଳ ଭାରତ’ ଆଧାରରେ ଏହି ପଦକ୍ଷେପ ନିଆଯାଇଥିବା ସେ କହିଛନ୍ତି।

ସେ କହିଛନ୍ତି, କେହିବି କଳ୍ପନା କରିନଥିଲେ ଯେ ଦିନେ ସାରା ବିଶ୍ୱର ସମସ୍ତ ଦେଶ ଗୋଟିଏ ପ୍ରକାର ଭୁତାଣୁର ସଂକ୍ରମିତ ହେବେ। ଏହା ଏଭଳି ଏକ ସଙ୍କଟ ଯେଉଁଥିରେ କେହି ଚେଷ୍ଟା କଲେ ବି ଅନ୍ୟକୁ ପୂର୍ଣ୍ଣ ଭାବରେ ସାହାଯ୍ୟ କରିପାରିବ ନାହିଁ। ଏମିତି କେହି ବି ନ ଥିବେ ଯେ ଏହି ସମୟରେ ଅସୁବିଧାର ସାମ୍ନା କରୁନଥିବେ। ମୋଦୀ କହିଛନ୍ତି ଯେ କେହି ବି ଜାଣି ନାହାନ୍ତି ଯେ କେବେ ଏହି ରୋଗରୁ ମୁକ୍ତି ମିଳିବ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ବର୍ତ୍ତମାନ କେନ୍ଦ୍ର ସରକାର ଆଣିଥିବା ୩ଟି ନିୟମ ଫଳରେ କୃଷକମାନେ ସେମାନଙ୍କର ଉତ୍ପାଦକୁ ବଜାର ବାହାରେ ବିକ୍ରୟ କରିବାର ଅଧିକାର ପାଇଛନ୍ତି। ଅର୍ଥାତ ଯେଉଁଠାରେ ସେମାନେ ଉଚିତ ଦାମ ପାଇବେ ସେଠାରେ ତାଙ୍କ ସାମଗ୍ରୀ ବିକ୍ରି କରିବେ। ଦ୍ବିତୀୟତଃ ଯଦି କୃଷକମାନେ ଚାହିଁବେ, ତେବେ ସେମାନେ ଫସଲ ଅମଳ ସମୟରେ ତାର ମୂଲ୍ୟ ସ୍ଥିର କରିପାରିବେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories