www.samajalive.in
Tuesday, December 9, 2025
16.1 C
Bhubaneswar

ଆନ୍ତର୍ଜାତିକ ନିଶାଦ୍ରବ୍ୟ ନିଷେଧ ଦିବସ ଅବସରରେ ସଚେତନତା କାର୍ଯ୍ୟକ୍ରମ

ଭୁବନେଶ୍ୱର : ସ୍ୱେଚ୍ଛାସେବୀ ସାମାଜିକ ସଙ୍ଗଠନ ‘ୟୁଥ୍‍ ଫର୍‍ ଭଲ୍ୟୁଣ୍ଟାରୀ ୱାର୍କ’ ତରଫରୁ ଆନ୍ତର୍ଜାତିକ ନିଶାଦ୍ରବ୍ୟ ନିଷେଧ ଦିବସ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ସଙ୍ଗଠନର ଅଧ୍ୟକ୍ଷ ମିର ଅହମ୍ମଦ୍‍ ଅଲ୍ଲୀଙ୍କ ପରିଚାଳନାରେ ଭୁବନେଶ୍ୱରସ୍ଥିତ ମାଷ୍ଟରକ୍ୟାଣ୍ଟିନ୍‍ ଛକରେ ସାମାଜିକ ଦୂରତ୍ୱ ଅବଲମ୍ବନ କରି ଅନୁଷ୍ଠିତ ହୋଇଯାଇଛି। ନିଶାଦ୍ରବ୍ୟର ଦୁରୁପଯୋଗ ଓ ଅବୈଧ ବ୍ୟାପାର ଅନେକ ଦିନରୁ ସାରା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ଏଥିପାଇଁ ୭ ଡିସେମ୍ବର ୧୯୮୭ରେ ସଂଯୁକ୍ତ ରାଷ୍ଟ୍ରମାନଙ୍କ ମହାସଭାରେ ସବୁ ବର୍ଷ ଜୁନ୍‍ ୨୬ ତାରିଖକୁ ଆନ୍ତର୍ଜାତିକ ନିଶାଦ୍ରବ୍ୟ ନିଷେଧ ଦିବସ ରୂପେ ପାଳନ କରିବା ପାଇଁ ନିଷ୍ପତ୍ତି ନିଆଯାଇଥିଲା। ବହୁଳ ଭାବେ ଯୁବକମାନେ ନିଶାଗ୍ରସ୍ତ ହେବାକୁ ଲାଗିଲେଣି, ଯାହାକି ଏକ ଚିନ୍ତା ଓ ଦୁର୍ଭାଗ୍ୟଜନକ ବିଷୟ। ନିଶାର ପ୍ରଭାବ କେବଳ ଦେହ ପାଇଁ ଖରାପ ନୁହେଁ, ଏହା ପାରିବାରିକ ଓ ସାମାଜିକ ଜୀବନରେ ମଧ୍ୟ କୁପ୍ରଭାବ ପକାଏ ବୋଲି ଶ୍ରୀଯୁକ୍ତ ଅଲ୍ଲୀ କହିଥିଲେ। ସେଥିପାଇଁ ବେଳ ଥାଉ ଥାଉ ସାବଧାନ ହେବା ଉଚିତ। ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନର ସ୍ୱେଚ୍ଛାସେବୀମାନେ “ନିଶାକୁ ନା”, “ନିଶାଦ୍ରବ୍ୟ ସ୍ୱାସ୍ଥ୍ୟ ପ୍ରତି ହାନିକାରକ” ପ୍ରଭୃତି ନାରା ଦେଇ ସଚେତନତା କାର୍ଯ୍ୟକ୍ରମ କରିଥିଲେ। ଏତଦ୍‍ ବ୍ୟତୀତ ନିଶା ଦ୍ରବ୍ୟଠାରୁ ନିଜେ ଦୂରେଇ ରହିବା ସହ ପରିବାରବର୍ଗ ଓ ବନ୍ଧୁବାନ୍ଧବଙ୍କୁ ମଧ୍ୟ ନିଶାଠାରୁ ଦୂରେଇ ରଖିବାକୁ ଚେଷ୍ଟା କରିବେ ବୋଲି ପ୍ରତିଜ୍ଞା କରିଥିଲେ। ଆଜିଠୁ ଆରମ୍ଭ ହୋଇଥିବା “ଆଣ୍ଟି ଡ୍ରଗ୍‍ ଅଭିଯାନ”କୁ ସଫଳତାର ସହ ଆଗକୁ ନେବାପାଇଁ ଶପଥ ନେଇଥିଲେ।
ଏହି କାର୍ଯ୍ୟକ୍ରମରେ ହାସ୍ୟାଭିନେତା ଜ୍ଞାନ, ନଳିନୀକାନ୍ତ ନାୟକ, ବିନୋଦ ରାଉତ, ପ୍ରିୟଦର୍ଶିନୀ, ଶୁଭଦର୍ଶିନୀ, ରୋଜାଲିନ୍‍, ଲୋକରଞ୍ଜନ, ସନ୍ତୋଷ, ମନୋଜ, ସତ୍ୟବ୍ରତ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories