www.samajalive.in
Tuesday, December 9, 2025
16.1 C
Bhubaneswar

ମହିଳା ସଂରକ୍ଷଣ ବିଲ୍‌‌ ପାରିତ ପରେ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ବିଜେପି ମୁଖ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲୋକସଭା ଓ ରାଜ୍ୟସଭାରେ ମହିଳା ସଂରକ୍ଷଣ ବିଲ୍‌‌ ପାରିତ ହୋଇଥିବାରୁ ମହିଳାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏହି ଅବସରରେ ପ୍ରଧାନମନ୍ତ୍ରୀ ଉଦ୍‌‌ବୋଧନ ଦେଇ କହିଛନ୍ତି,ସେ ତାଙ୍କ ପ୍ରତିଶ୍ରୁତି ପୂରଣ କରିଛନ୍ତି। ଦଶନ୍ଧି ଦଶନ୍ଧି ଧରି ଦେଶ ଅପେକ୍ଷା କରିଥିବା ପ୍ରତିଶ୍ରୁତି ସେ ପୂରଣ କରିଛନ୍ତି।
ଶ୍ରୀ ମୋଦୀ କହିଛନ୍ତି, ଆଜି ଭାରତର ପ୍ରତ୍ୟେକ ମାଆ,ଭଉଣୀ ଓ ଝିଅମାନଙ୍କୁ ଅଭିନନ୍ଦନ ଜଣାଇବା ସହ ସେପ୍ଟେମ୍ବର ୨୦ ଓ ୨୧ ତାରିଖ ଦିନ ଇତିହାସ ସୃଷ୍ଟି କରାଯାଇଥିବା ଆମେ ଦେଖିଲୋ ଭାରତର ନାଗରିକ ମାନେ ଇତିହାସ ସୃଷ୍ଟି କରିବାକୁ ସୁଯୋଗ ଦେଇଥିବାରୁ ଆମେ ଭାଗ୍ୟବାନ୍‌‌। ଆଗାମୀ ପିଢିମାନେ ଏହି ନିଷ୍ପତ୍ତିକୁ ମନେ ରଖିବେ। ଏହି ନିଷ୍ପତ୍ତି ପ୍ରତ୍ୟେକ ମହିଳାଙ୍କ ଆତ୍ମବିଶ୍ୱାସ ଖୁବ୍‌‌ ଉଚ୍ଚରେ ପହଞ୍ଚିଛି। ବେଳେବେଳେ ଏକ ନିଷ୍ପତ୍ତି ଦେଶର ଭାଗ୍ୟ ବଦଳାଇବାର କ୍ଷମତା ରଖିଥାଏ। ଆମେ ଏପରି ନିଷ୍ପତ୍ତିର ସାକ୍ଷୀ ହୋଇଛୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତିା

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories