www.samajalive.in
Monday, December 8, 2025
27.1 C
Bhubaneswar

ସରକାରଙ୍କର ସମସ୍ତ ଯୋଜନା ଦରିଦ୍ର କୈନ୍ଦ୍ରିକ – ମୋଦୀ

ମହାରାଷ୍ଟ୍ର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ତାଙ୍କ ସରକାରଙ୍କର ସମସ୍ତ ନୀତି ଓ ଯୋଜନା ଦରିଦ୍ର କୈନ୍ଦ୍ରିକ।କୃଷକମାନଙ୍କର କଲ୍ୟାଣ ପାଇଁ ତାଙ୍କ ସରକାର ନେଇଥିବା ପଦକ୍ଷେପ ଉପରେ ସୂଚନା ଦେଇ ମୋଦୀ କହିଛନ୍ତି, ଗତ କିଛି ମାସ ମଧ୍ୟରେ ପ୍ରଧାନମନ୍ତ୍ରୀ କିଷାନ୍‍ ସମ୍ମାନନିଧି ଯୋଜନା ଅଧୀନରେ କେବଳ ମହାରାଷ୍ଟ୍ରରେ ଲକ୍ଷ ଲକ୍ଷ କୃଷକଙ୍କ ବ୍ୟାଙ୍କ୍‍ ଖାତାରେ ୨ ହଜାର କୋଟି ଟଙ୍କା ଜମା କରାଯାଇଛି। ରାଜ୍ୟର ପୂର୍ବ ବିଦର୍ଭ ଅଞ୍ଚଳର ଭଣ୍ଡାରା ଜିଲ୍ଲା ଅଧୀନସ୍ଥ ସାକୋଲି ବ୍ଲକ୍‍ଠାରେ ଏକ ଜନ ସମାବେଶରେ ସେ ଉଦବୋଧନ ଦେଇ କହିଛନ୍ତି, ଆଦିବାସୀମାନଙ୍କର ବିକାଶ ନିମନ୍ତେ ସମଗ୍ର ଦେଶରେ ୪୬୨ଟି ଏକଲବ୍ୟ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଛି। ଆଞ୍ଚଳିକ ପ୍ରସଙ୍ଗଗୁଡ଼ିକ ଉପରେ ମୋଦୀ କହିଛନ୍ତି, ନୂତନ ଭାବେ ଆରମ୍ଭ କରାଯାଇଥିବା ‘ଜଲ୍‍ ଜୀବନ ମିଶନ୍‍’ ଅଧୀନରେ ମହାରାଷ୍ଟ୍ରର ଭଣ୍ଡାରା, ଗୋନ୍ଦିଆରେ ବହୁଦିନ ଧରି ଅଟକି ରହିଥିବା ଜଳସେଚନ ଓ ଜଳ ସଂରକ୍ଷଣ କାର୍ଯ୍ୟ ଏବେ ତ୍ୱରାନ୍ୱିତ ହୋଇପାରିଛି। ସେହିପରି ବହୁଦିନ ଧରି ଅଟକି ପଡ଼ିଥିବା ଗୋସିଖୁର୍ଦ
ନଦୀବନ୍ଧ ଏବେ ସମ୍ପୂର୍ଣ୍ଣ ହୋଇପାରିଛି।

ସେ କହିଛନ୍ତି ଯେ, ଆଗାମୀ ବର୍ଷମାନଙ୍କରେ ଜଳ ଶକ୍ତି ମନ୍ତ୍ରଣାଳୟ ଅଧୀନରେ ଜଳ ସଂରକ୍ଷଣପାଇଁ ଉତ୍ସ ନିର୍ମାଣ ସକାଶେ ୩ ଲକ୍ଷ ୫୦ ହଜାର କୋଟି ଟଙ୍କା ବ୍ୟୟ କରାଯିବ। ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼୍‍ନବୀସଙ୍କ ନେତୃତ୍ୱରେ ମହାରାଷ୍ଟ୍ରରେ ହୋଇଥିବା ବିକାଶ ଉପରେ ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ସରକାରଙ୍କର ବିଭିନ୍ନ ଯୋଜନା ଓ ସକ୍ଷମ ନେତୃତ୍ୱ ଯୋଗୁଁ ବିକାଶ କ୍ଷେତ୍ରରେ ମହାରାଷ୍ଟ୍ର ଏକ ଆଗୁଆ ରାଜ୍ୟରେ ପରିଗଣିତ ହେଉଛି। ସେ ବିରୋଧି ଦଳଗୁଡ଼ିକୁ ଚ୍ୟାଲେଞ୍ଜ୍‍ କରି କହିଛନ୍ତି, ଜମ୍ମୁ-କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦାନ କରୁଥିବା ଧାରା ୩୭୦ ଓ ୩୫-ଏ’କୁ ଯଦି ସେମାନେ ବିରୋଧ କରୁଛନ୍ତି, ତାହାହେଲେ ନିର୍ବାଚନ ଇସ୍ତାହାରରେ ଏ ବିଷୟରେ ଉଲ୍ଲେଖ କରନ୍ତୁ। ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼୍‍ନବୀସଙ୍କୁ ଏହି ନିର୍ବାଚନରେ ପୁନର୍ବାର ବିଜୟୀ କରିବାପାଇଁ ଜନସାଧାରଣଙ୍କୁ ଅନୁରୋଧ କରିବା ସହିତ ସେ କଂଗ୍ରେସ ଓ ଏନ୍‍ସିପି. ମେଣ୍ଟକୁ ଇଙ୍ଗତ କରି କହିଛନ୍ତି, ଏକ ଦୁର୍ବଳ ବିରୋଧି ମେଣ୍ଟ ମହାରାଷ୍ଟ୍ର ଭଳି ବିଶାଳ ରାଜ୍ୟକୁ ସୁଶାସନ ପ୍ରଦାନ କରିବା ସମ୍ଭବପର ନୁହେଁ। ଜଳ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକ୍ଷମ କରିବାପାଇଁ ଅର୍ଥର ଅଭାବ ନାହିଁ ବୋଲି ପ୍ରଧାନମନ୍ତ୍ରୀ ଉତ୍ତର ମହାରାଷ୍ଟ୍ରର ଜନସାଧାରଣଙ୍କୁ ଭରସା ଦେଇଛନ୍ତି।

Hot this week

ରାଜ୍ୟରେ ହାଡଭଙ୍ଗା ଶୀତ

ଭୁବନେଶ୍ଵର : ସାରା ରାଜ୍ୟରେ ହାଡଭଙ୍ଗା ଶୀତ ଜାରି ରହିଛି। ...

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

Related Articles

Popular Categories