www.samajalive.in
Sunday, December 14, 2025
26.1 C
Bhubaneswar

ଧୋନିଙ୍କୁ ଚିଠି ଲେଖିଲେ ମୋଦୀ ; ଅବସରକୁ ନେଇ ଭାରତୀୟ ନିରାଶ, ଶାନ୍ତ ସ୍ବଭାବ ଯୁବପିଢିଙ୍କ ପାଇଁ ସବୁଠୁଁ ବଡ ଶିକ୍ଷା

ନୂଆଦିଲ୍ଲୀ : ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଶନିବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ଭାରତୀୟଙ୍କ ମଧ୍ୟରେ ନିରାଶ ଦେଖିବାକୁ ମିଳିଛି। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଧୋନିଙ୍କୁ ଚିଠି ଲେଖି ତାଙ୍କୁ ପ୍ରଶଂସା କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଚିଠିରେ ଲେଖିଛନ୍ତି ଯେ, ଭାରତକୁ ବିଶ୍ୱର ଏକ ନମ୍ବର ଦଳ ଭାବେ ପରିଣତ କରିବାରେ ଆପଣଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। କ୍ରିକେଟ୍ ଇତିହାସରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍, ଅଧିନାୟକ ଏବଂ ଶ୍ରେଷ୍ଠ ୱିକେଟ୍ କିପରଙ୍କ ମଧ୍ୟରେ ତୁମର ନାମ ଗଣାଯିବ। ସେ କହିଥିଲେ ଯେ ତୁମେ କେଉଁ ହେୟାର ଷ୍ଟାଇଲ ରଖିଛ ସେଥିରେ କିଛି ଫରକ ପଡେ ନାହିଁ। କିନ୍ତୁ ମ୍ୟାଚ ଜିତିବା କିମ୍ବା ହାରିବା ପରେ ଆପଣଙ୍କ ମନ ସର୍ବଦା ଶାନ୍ତ ରହିଥାଏ । ଦେଶର ଯୁବକମାନଙ୍କ ପାଇଁ ଏହା ହେଉଛି ସବୁଠାରୁ ବଡ଼ ଶିକ୍ଷା।


ପିଏମ ମୋଦୀ ଆହୁରି ଲେଖିଛନ୍ତି ଯେ, ୧୩୦ କୋଟି ଭାରତୀୟ ନିରାଶ ହୋଇଛନ୍ତି ସତ, କିନ୍ତୁ ଗତ ଦେଢ ଦଶନ୍ଧି ମଧ୍ୟରେ ଭାରତ ପାଇଁ ଆପଣଙ୍କ ଅବଦାନ ସ୍ମରଣୀୟ ରହିବ। ୨୦୧୧ ବିଶ୍ବକପକୁ  ମନେ ପକାଇ ମୋଦୀ ଲେଖିଛନ୍ତି ଯେ, କଠିନ ପରିସ୍ଥିତିରେ ଆପଣଙ୍କ ଉପରେ ନିର୍ଭରଶୀଳତା ଏବଂ ମ୍ୟାଚ୍ ଶେଷ କରିବାର ଶୈଳୀ ଲୋକଙ୍କ ମନରେ ସର୍ବଦା ରହିବ।

- Advertisement -

ଧୋନି ଟ୍ବୁଟ୍ କରି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଧନ୍ୟବାଦ ଦେଇଛନ୍ତି। ସେ ଲେଖିଛନ୍ତି ଯେ ଜଣେ କଳାକାର, ସୈନିକ ଏବଂ କ୍ରୀଡ଼ାବିତ୍ ପ୍ରଶଂସିତ ହେବାକୁ ଚାହାଁନ୍ତି। ସେମାନେ ଚାହାଁନ୍ତି ଯେ, ସମସ୍ତେ ସେମାନଙ୍କର ପରିଶ୍ରମ ଏବଂ ବଳିଦାନକୁ ଲୋକ ଚିହ୍ନନ୍ତୁ। ପ୍ରଂଶସା ଓ ଶୁଭକାମନା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧୋନୀ ଧନ୍ୟବାଦ ଜଣାଇଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories