www.samajalive.in
Sunday, December 7, 2025
14.1 C
Bhubaneswar

ପାଣି ନାହିଁ କି ମିଳୁନି ସାର, ଚିନ୍ତାରେ ଚାଷୀ

ଗୋପାଳପୁର: ଅଗଷ୍ଟ ମାସର ୨୦ ଦିନ ଅତିକ୍ରାନ୍ତ ହେବାକୁ ଯାଉଥିବା ବେଳେ ବର୍ତମାନ ସୁଦ୍ଧା ବର୍ଷାର ପରିମାଣ କମ ରହିଛି ଯଦ୍ୱାରା ଚାଷୀ ନିଜର ଧାନ ଚାଷ ନେଇ ଅନିଶ୍ଚିତତା ମଧ୍ୟରେ ରହିଛି। ଆକଳନ ଅନୁଯାୟୀ ରଙ୍ଗେଇଲୁଣ୍ଡା ବ୍ଲକ ରେ ବର୍ତ୍ତମାନ ସୁଦ୍ଧା ୫୦ ପ୍ରତିଶତ ଚାଷ ଜମିରେ ଲଙ୍ଗଳ ବୁଲି ନଥିବା ଯୋଗୁଁ ଚାଷୀ ବର୍ଷା ସହ କେନାଲ ପାଣି ପାଇଁ ଚାତକ ପରି ଆକାଶକୁ ଚାହିଁ ବସିଛି l

ଅନ୍ୟପଟେ ଯେଉଁମାନେ ନିଜ ଜମିରେ ଧାନ ରୁଆ କରିଥିଲେ ସେମାନେ ନିଜର ବର୍ଷ ଯାକର ଆୟକୁ ବଞ୍ଚେଇବା ପାଇଁ ବିଭିନ୍ନ ଉପାୟରେ ପାଣି ଯୋଗାଡ଼ କରି ଜମିରେ ସିଞ୍ଚନ କରୁଥିବା ଦେଖିବାକୁ ମିଳିଛି। ଚଳିତବର୍ଷ ଗୋଟିଏ ପଟେ କରୋନା ମହାମାରୀ ଯୋଗୁଁ ଆଦାୟର ପନ୍ଥା ଠପ୍ ହୋଇଯାଇଥିବା ବେଳେ ଚାଷୀ ନିଜ ଜମିରେ ଧାନ ଚାଷ କରି ନିଜର ପରିବାର ଚଳାଇବା ନିମନ୍ତେ ଅଣ୍ଟା ଭିଡୁ ଥିବାବେଳେ ଅନ୍ୟପଟେ ସବୁ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବର୍ଷା ଅଭାବରେ ଚାଷୀ କୂଳ ହତାଶ ହୋଇପଡିଛନ୍ତି ବୋଲି ଗୋଳନ୍ଥରାର ଅଗ୍ରଣୀ ଚାଷୀମାନେ କହିଛନ୍ତି। ୨୦୧୩ ପରଠାରୁ ଏହି ଅଞ୍ଚଳର ଚାଷୀ ଲଗାତାର କ୍ଷତି ସହୁଛି ତଥାପି ସରକାର ତରଫରୁ ଚାଷଜମିକୁ ପାଣି ଯିବା କଥା ଚିନ୍ତା କଲେ ନାହିଁ ବୋଲି ସେମାନେ ଅଭିଯୋଗ କରିଛନ୍ତି।

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories