www.samajalive.in
Sunday, December 7, 2025
15.1 C
Bhubaneswar

କୋଇଲା ଓ ଖଣି କ୍ଷେତ୍ରର ଅଭିବୃଦ୍ଧି ସଂକ୍ରାନ୍ତରେ ପ୍ରଧାନମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ବୈଠକ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ କୋଭିଡ-୧୯ କାରଣରୁ ପ୍ରଭାବିତ ଅର୍ଥବ୍ୟବସ୍ଥାରେ ସୁଧାର ଆଣିବା ଉଦ୍ଦେଶ୍ୟରେ କୋଇଲା ଖଣି କ୍ଷେତ୍ରରେ ସମ୍ଭାବ୍ୟ ଅର୍ଥନୈତିକ ସଂସ୍କାର ସମ୍ପର୍କରେ ଏକ ବୈଠକରେ ଆଲୋଚନା  କରିଛନ୍ତି ଘରୋଇ ଉତ୍ସରୁ ଖଣିଜ ସମ୍ପଦର ସହଜ ଏବଂ ପ୍ରଚୁର ଉପଲବ୍ଧତା, ଖଣିଜ ଉତ୍ତୋଳନ ବୃଦ୍ଧି, ନିବେଶ ଆଧୁନିକ ପ୍ରଯୁକ୍ତି ଆକୃଷ୍ଟ କରିବା, ପାରଦର୍ଶୀ ଦକ୍ଷ ପ୍ରକ୍ରିୟା ମାଧ୍ୟମରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସଂକ୍ରାନ୍ତରେ ଏହି ଅବସରରେ ଆଲୋଚନା କରାଯାଇଥିଲା ।

ଅତିରିକ୍ତ ଖଣି ନିଲାମୀ, ନିଲାମୀ ପ୍ରକ୍ରିୟାରେ ଅଧିକ ଅଂଶଗ୍ରହଣକୁ ପ୍ରୋତ୍ସାହିତ କରିବା, ଖଣିଜ ସମ୍ପଦର ଉତ୍ପାଦନ ବୃଦ୍ଧି, ଖଣି ଖନନ ପରିବହନ ଖର୍ଚ୍ଚ ହ୍ରାସ, ବ୍ୟବସାୟିକ ସୁଗମତା ବୃଦ୍ଧି ତଥା ପରିବେଶ ଅନୁକୂଳ ଦୀର୍ଘସ୍ଥାୟୀ ବିକାଶ ସହିତ ଅଙ୍ଗାରକାମ୍ଳ ନିର୍ଗମନ ହ୍ରାସ କରିବା ସଂକ୍ରାନ୍ତରେ ମଧ୍ୟ ଆଲୋଚନା ହୋଇଥିଲା ।

- Advertisement -

ନିଲାମୀ ପ୍ରକ୍ରିୟାରେ ସଂସ୍କାର, ଦକ୍ଷ ସଂସ୍ଥାଗତ ବ୍ୟବସ୍ଥା, ଖଣିଜ ଉତ୍ତୋଳନ ଖନନରେ ଘରୋଇ କ୍ଷେତ୍ରର ଅଂଶଗ୍ରହଣ, ସରକାରୀ କ୍ଷେତ୍ରକୁ ଅଧିକ ପ୍ରତିଦ୍ବନ୍ଦ୍ବୀ ଏବଂ ଖଣିଜ ବିକାଶ ପାଣ୍ଠି ଜରିଆରେ ଗୋଷ୍ଠୀ ବିକାଶ କାର୍ଯ୍ୟକଳାପର ଆଧାର ବୃଦ୍ଧି କରିବା ଦିଗରେ ମଧ୍ୟ ଆଲୋଚନା ହୋଇଥିଲା। ଘରୋଇ ଯୋଗାଣ ନିମନ୍ତେ ସାମୁଦ୍ରିକ ମାର୍ଗ ବ୍ୟବହାର ସମେତ ଖଣିଜ ପାଇଁ ଉତ୍ତୋଳନ ଭିତ୍ତିଭୂମି ସମ୍ପ୍ରସାରଣ ଉନ୍ନତିକରଣ ବିଷୟରେ ମଧ୍ୟ ଆଲୋଚନା ହୋଇଥିଲା।

ଖଣି ଠାରୁ ଆରମ୍ଭ କରି ରେଳପଥ ସ୍ଲାଇଡିଂ ପର୍ଯ୍ୟନ୍ତ କୋଇଲା ପରିବହନ ଲାଗି ଦକ୍ଷ ପରିବେଶ ଅନୁକୂଳ ପ୍ରଥମ ମାଇଲ ସଂଯୋଗ ବ୍ୟବସ୍ଥା ବୃଦ୍ଧି, ରେଳ ଓ୍ବାଗନରେ ସ୍ବୟଂକ୍ରିୟ ଲୋଡିଂ, କୋଇଲା ବାଷ୍ପୀକରଣ ତରଳୀକରଣ, କୋଇଲା ଶଯ୍ୟାରେ ମିଥେନ ଉତ୍ତୋଳନ ଆଦି ସମ୍ଭାବ୍ୟ ସଂସ୍କାର ପ୍ରସଙ୍ଗରେ ମଧ୍ୟ ବୈଠକରେ ଆଲୋଚନା କରାଯାଇଥିଲା ।

ନିଯୁକ୍ତି ସୁଯୋଗ ବୃଦ୍ଧି ଏବଂ ଅଭିବୃଦ୍ଧିକୁ ତ୍ବରାନ୍ବିତ କରିବାରେ ଖଣି କ୍ଷେତ୍ରର ଯୋଗଦାନ ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମୀକ୍ଷା କରିଥିଲେ। ଖଣିଜ ଉତ୍ପାଦନ ଏବଂ ସେଗୁଡ଼ିକର ସ୍ବଦେଶୀ ପ୍ରକ୍ରିୟାକରଣ କ୍ଷେତ୍ରରେ ଦେଶର ଆତ୍ମନିର୍ଭରଶୀଳତା ବୃଦ୍ଧି ଉପରେ ପ୍ରଧାନମନ୍ତ୍ରୀ ବିଶେଷ ଜୋର ଦେଇଥିଲେ। ପ୍ରଧାନମନ୍ତ୍ରୀ କହିଥିଲେ ଯେ ଖଣିଜ କ୍ଷେତ୍ର ସେମାନଙ୍କ କାର୍ଯ୍ୟକଳାପକୁ ଅନ୍ତର୍ଜାତୀୟ ମାନର କରିବା ଲାଗି ପ୍ରୟାସ କରନ୍ତୁ ଏବଂ ଏଥିପାଇଁ କାର୍ଯ୍ୟ ଯୋଜନା ପ୍ରସ୍ତୁତ କରନ୍ତୁ ଦକ୍ଷ ଖଣିଜ ପାଇଁ ଆଧୁନିକ ପ୍ରଯୁକ୍ତି ପ୍ରୟୋଗ ପାଇଁ ସେ ପରାମର୍ଶ ଦେଇଥିଲେ। ଅର୍ଥବ୍ୟବସ୍ଥାର ଅଭିବୃଦ୍ଧି ନିମନ୍ତେ ଘରୋଇ କ୍ଷେତ୍ରର ନିବେଶ ବୃଦ୍ଧି ନିମନ୍ତେ ସୁଯୋଗ ପ୍ରଦାନ କରିବା ଲାଗି ରାଜ୍ୟଗୁଡ଼ିକ ସହିତ ଭାଗିଦାରୀ ଏବଂ ମଞ୍ଜୁରି ହାସଲରେ ହେଉଥିବା ବିଳମ୍ବ ହ୍ରାସ କରିବା ନିମନ୍ତେ ଯୋଜନା ପ୍ରସ୍ତୁତ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।  ଚଳିତ ବର୍ଷ ଅଧିକ କୋଇଲା ଷ୍ଟକ ଭଣ୍ଡାର ମହଜୁଦ ଥିବାରୁ ତାପଜ କୋଇଲା ରପ୍ତାନୀ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିବା ନିମନ୍ତେ ସେ ନିର୍ଦ୍ଦେଶ ଦେଇଥିଲେ

 

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories